ସୂର୍ଯ୍ୟ କୁମାର ଯାଦବଙ୍କ ଏମିତି ଅଜବ ଗଜବ ବ୍ୟାଟିଂ ପାଇଁ ବଦଳିପାରେ କ୍ରିକେଟର ନିୟମ

ହଁ ଆଜ୍ଞା,ଆମେ କହୁଛୁ ଉଦୀୟମାନ କ୍ରିକେଟର ସୂର୍ଯ୍ୟ କୁମାର ଯାଦବ ଙ୍କ କଥା,ଯାହାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ସମସ୍ତଙ୍କୁ ଚକିତ କରିଛି|ତାଙ୍କ ବ୍ୟାଟିଂ ଶୈଳୀକୁ ବହୁ ପୂରାତନ କ୍ରିକେଟର ଓ ଅମ୍ପାୟାର ବିଶ୍ଲେଷଣ କରୁଛନ୍ତି|ଚଳିତ ଟି-୨୦ ବିଶ୍ୱକପରେ ସୂର୍ଯ୍ୟ କୁମାର କିଛି ଏଭଳି ସଟ ଖେଳିଛନ୍ତି,ଯାହା କ୍ରିକେଟ ବ୍ୟାକରଣର ଵାହାରେ ବୋଲି କୁହାଯାଉଛି|

ରବିବାର ଜିମ୍ବାୱେ ବିପକ୍ଷରେ ସୂର୍ଯ୍ୟ ଙ୍କ ବ୍ୟାଟିଂ ର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି|ଭାରତର ସ୍କୋର ୪ ୱିକେଟରେ ୧୦୪ ରନ ଥିଲାବେଳେ ଲାଗୁଥିଲା ସ୍କୋର ୧୪୦ ଭିତରେ ରହିବ|କିନ୍ତୁ ଏତିକିବେଳେ ଗିଅର ବଦଳାଇଥିଲେ ସୂର୍ଯ୍ୟ|ମାତ୍ର ୨୫ ବଲରୁ ସେ ୬୧ ରନ କରିଥିଲେ ଓ ସେଥିରେ ସାମିଲ ଥିଲା ୬ ଟି ଚୈକା ଓ ୪ଟି ବିଶାଳ ଛକା|ସୂର୍ଯ୍ୟଙ୍କ ଏହି ଦମଦାର ଇନିସ୍ ବଳରେ ମୋଟ ୧୮୬ ରନର ବିଶାଳ ସ୍କୋର ଟାର୍ଗେଟ ଦେଇଥିଲେ ଭାରତୀୟ ଦଳ|

ତେଵେ ବଡ କଥା ଏହା ଯେ ସୂର୍ଯ୍ୟ କୁମାର ସେହି ମ୍ୟାଚରେ କିଛି ଏଭଳି ସଟ ଖେଳିଥିଲେ ଯାହା କ୍ରିକେଟ ବିଶେଷଜ୍ଞକୁ ଚକିତ କରିଛି|ଗୋଟିଏ ୱଇଡ୍ ବଲକୁ ସେ ଯେଭଳି ଭାବରେ ଛକା ମାରିଥିଲେ ତାହା ଅମ୍ପାୟାରକୁ ବି ଚକିତ କରିଛି|

ଭାରତୀୟ ଦଳର ସ୍କୋର ୧୮୦ ରନ ହୋଇଥିଲା ବେଳେ ଆଉ ମାତ୍ର ଗୋଟିଏ ରନ ବାକି ଥିଲା|ଏହି ବଲରେ ୱିକେଟ ନେବାକୁ ବା କମ୍ ରନ ଦେବାକୁ ଚାହୁଁଥିବା ଜିମ୍ବାୱେ ଦଳ ଟାଇଟ ଫିଲ୍ଡଙ୍ଗ କରିଥିଲେ|ଚାରିଜଣ ଅଫ ସାଇଡରେ ,୪ ଜଣ ଲଙ୍ଗ ଅନ୍ ରେ ଓ ଷ୍ଟମ୍ପ ପଛରେ ଜଣେ ,ଲଙ୍ଗ ଅଫରୈ ଜଣେ ଫିଲ୍ଡର ରହିଥିଲେ|ଏତିକିବେଳେ ବୋଲର କିଛି ଅଲଗା କରିବା ଚକ୍କରରେ ୱଇଡ୍ ଵଲ ଫିଙ୍ଗି ଦେଇଥିଲେ|ଅନ୍ୟ କେହି ହୋଇଥିଲେ ଏହାକୁ ଛାଡି ଦେଇଥାନ୍ତେ କିନ୍ତୁ ଏହି ବହୁ ବାହାରେ ଥିବା ବଲକୁ ଖେଳିବାକୁ ସୂର୍ଯ୍ୟ କୁମାର ୫ ଫୁଟ ଡେଇଁ ଅନ ସାଇଡ ଗଲି ଉପର ଦେଇ ବାଉଣ୍ଡ୍ରି ମାରିଥିଲେ|ଏହା ଫଳରେ ଦଳ ସ୍କୋର ୧୮୬ ରନ ହୋଇଥିଲା|

ଏହି ଅଫ ସାଇଡ ବଲକୁ ସେ ଯେଭଳି ଭାବରେ ଗଳି ମଧ୍ୟ ଦେଇ ମାରିଲେ ତାହା ବରିଷ୍ଠ କ୍ରିକେଟରକୁ ଚକିତ କରିଛନ୍ତି|କିଛି ଏହାକୁ ମଜାରେ କହିଛନ୍ତି ସୂର୍ଯ୍ୟଙ୍କ ଏଭଳି ଖେଳ ବିଶ୍ୱ କ୍ରିକେଟରେ ନିୟମ ପରିବର୍ତ୍ତନ କରାଇବ କାରଣ ଅମ୍ପାୟାର ବି ଦ୍ବନ୍ଦରେ ପଡ଼ିଥିବେ ଏହାକୁ ୱଇଡ୍ ବଲ ଡାକିବେ ନା ନାହିଁ |

odia sambada
Comments (0)
Add Comment