ପ୍ରେମ କରି ବାହା ହୋଇଥିଲି, ସୁନାର ଘର ବଦଳରେ ମିଳିଛି ଗାଈ ଗୁହାଳ, ଗାଈ ସହ ରହୁଛନ୍ତି ଘରର ଲକ୍ଷ୍ମୀ

“ବଦଳିଗଲା ଜୀବନ, ସ୍ବପ୍ନ ସବୁ ଉଜୁଡ଼ି ଗଲା । ପ୍ରେମ କଲା ବେଳେ ରାଜଉଆସରେ ରଖିବି ବୋଲି କହିଥିଲା, ଆଉ ଆଜି ମହିଳା ଏକ ଗାଈ ଗୁହାଳରେ ରହୁଛନ୍ତି । ମହିଳା କାନ୍ଦି କାନ୍ଦି କହୁଛନ୍ତି ଯେ ସେ ପ୍ରେମ ବିବାହ କରି ଗୁହାଳ ଘରେ ଜୀବନ କାଟୁଛନ୍ତି । ଆଜି ତାଙ୍କୁ ଗାଈ ଗୁହାଳରେ ରହିବାକୁ ପଡୁଛି ।

ଆଜ୍ଞା ହଁ, ମହିଳାଙ୍କର ଗୁହାଳ ଚାଳ ଘରେ ଜୀବନ ବିତୁଛି । ପାଖରେ କେହି ନାହାନ୍ତି । ଏକମାତ୍ର ବାର ବର୍ଷର ପୁଅକୁ ଧରି ବଡ କଷ୍ଟରେ ବଞ୍ଚିବାକୁ ପଡୁଛି । ତେବେ ସ୍ଥାନୀୟ ସମାଜସେବୀ ସାହାଯ୍ୟ ଟିକେ କରିଛନ୍ତି । ହେଲେ ସେହି ସାହାଯ୍ୟ କେତେ ଦିନ ରହିବ । ଅତି ଦୟନୀୟ ଅବସ୍ଥାରେ ଏହି ଗୁହାଳ ଭିତରେ ପଡ଼ିରହିବାକୁ ପଡୁଛି । ଏଭଳି ଘଟଣା ଜଗତସିଂହପୁର ଜିଲ୍ଲା ଏରଶମା ବ୍ଲକ ଅନ୍ତର୍ଗତ ଛତୁଆ ପଞ୍ଚାୟତ ଅଧିନସ୍ଥ ପୋଖରିଆପଡ଼ା ଗାଁର ଶେଷ ମୁଣ୍ଡରେ ଦେଖିବାକୁ ମିଳିଛି ।

ମିନତୀ 16 ବର୍ଷ ହେବ ପ୍ରେମ ବିବାହ କରି ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଦଣ୍ଡମେରୁ ଗାଁରେ ରହୁଥିଲେ । ତେବେ ବିବାହର କିଛି ଦିନ ବିତିଯିବା ପରେ ଶାଶୂଘରର ଅନେକ ଯନ୍ତ୍ରଣା ସହିବାକୁ ପଡ଼ିଥିଲା । ତାଙ୍କୁ ଶାଶୂଘରୁ ବାହାର୍ ମଧ୍ୟ କରିଦେଲେ । ଆଉ ତାପରେ ନିଜ ବାପଘରକୁ ଆସି ବାପାଙ୍କର ଗାଁ ମୁଣ୍ଡରେ ଥିବା ଏକ ଗୁଣ୍ଡ ଜାଗାରେ ସେତେବେଳେ ଚାଲୁଥିଲେ । ଆଜିର ବାରବର୍ଷର ପୁଅ ମା ପେଟରେ ଛଅ ମାସର ହୋଇଥିବା ବେଳେ ଜ୍ବାଇଁ ବିଭୂତି ସ୍ୱାଇଁ ସେ ସମୟରେ ତାଙ୍କୁ ଛାଡି ଚାଲି ଯାଇଥିଲା ।

ତେବେ ଆଜିକୁ ଅନେକ ଦିନ ହେବ ଅଭାବ ଅନଟନରେ ଚଳି ଆସିବା ସହ ଗାଇଟିଏ ସହ ପିଲାକୁ ରଖି ଗୁହାଳ ଘରେ ବଞ୍ଚିବାକୁ ପଡୁଛି । ସେ ସେହି ପଞ୍ଚାୟତ ଭୋଟର ତାଲିକାରେ ଅଛନ୍ତି, କିନ୍ତୁ ବହୁତ୍ କାକୁତି ମିନତି ସତ୍ତ୍ବେ ମଧ୍ୟ ତାଙ୍କ କଥା କେହି ଶୁଣିନାହାଁନ୍ତି । ବହୁତ୍ ଅକଥନୀୟ ଭାଷା ଶୁଣିବାକୁ ମଧ୍ୟ ପଡେ । ଅରକ୍ଷିତକୁ ଦଇବ ସାହା ହେଲା ପରି ସମାଜ ସେବୀ ରଶ୍ମିତା ତାଙ୍କୁ ପୋଷ୍ୟ ପରିବାର ଭାବେ ଆଦରି ନେଇଛନ୍ତି । ସେପଟେ ବାପା ମକରନ୍ଦ ନାଏକ ମଧ୍ୟ ହାତ ଛାଡି ଦେଇଛନ୍ତି । ତେବେ ତାଙ୍କୁ କେହି ସାହାଯ୍ୟ କରିନଥିବା ବେଳେ ପ୍ରଶାସନ ତାଙ୍କୁ ଚଳିବାକୁ 35 କେଜି ଚାଉଳ ସହ ଘର ଖଣ୍ଡେ ଯୋଗାଇ ଦେବାକୁ ତାଙ୍କ ପାଇଁ ସମାଜସେବୀ ନିବେଦନ କରିଛନ୍ତି ।

odia sambada
Comments (0)
Add Comment