ଆପଣ ମାନେ ଏଲୋନ୍ ମସ୍କ ଙ୍କୁ ଜାଣିଥିବେ ତ।ଗୋଟେ ଗୋଟେ କରି ସବୁ ପ୍ଲାଟଫର୍ମ କୁ କିଣିବାରେ ଲାଗିଛନ୍ତି ସେ।ଏଇ କିଛି ଦିନ ତଳେ ଟ୍ୱିଟର କୁ ମଧ୍ୟ କିଣି ନେଇଛନ୍ତି ସେ।ତେବେ ନୂଆ ମାଲିକ ହେବ ପରେ ପ୍ରତିଦିନ ଟ୍ୱିଟରରେ କିଛି ନା କିଛି ପରିବର୍ତ୍ତନ ହେଉଛି।ଏହି ସବୁ ପରିବର୍ତ୍ତନ ଉପରେ ସମସ୍ତେ ନିଜ ନିଜର ମତ ରଖିଛନ୍ତି।ଏପରି ନିୟମ ମଧ୍ୟ ଲଗୁ ହୋଇଛି ଯେଉଁଥିରେ ୟୁଜର୍ସ ମାନଙ୍କୁ ବ୍ଲୁ ଟିକ୍ ସେବା ପାଇଁ ୮ ଡଲାର ଦେବାକୁ ପଡିବ। ତେବେ,ଏଲୋନ୍ ମସ୍କଙ୍କ ଦ୍ବାରା ନିଆଯାଇଥିବା ଏହି ନିଷ୍ପତ୍ତିକୁ କଣ୍ଟ୍ରୋଭର୍ସି କ୍ୱିନ୍ କଙ୍ଗନା ସମର୍ଥନ ଜଣାଇଛନ୍ତି।
ସୋସିଆଲ ମିଡିଆରେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ କଙ୍ଗନା ରନାଓ୍ବତଙ୍କ ଟ୍ବିଟର ଆକାଉଣ୍ଟକୁ ଗତ କିଛିଦିନ ତଳେ ସସ୍ପେଣ୍ଡ୍ କରିଦିଆଯାଇଥିଲା । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ବିବାଦୀୟ ବୟାନ ଦେଇଥିଲେ କଙ୍ଗନା ରନାଓ୍ବତ୍ । ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିବାରୁ କଙ୍ଗନାଙ୍କ ବିରୁଦ୍ଧରେ ଆକ୍ସନ୍ ନେଇଥିଲା ଟ୍ବିଟର ।ଲଗାତାର ଭାବେ ମମତା ବାନାର୍ଜୀ ଏବଂ ଟିଏମସି ବରୁଦ୍ଧରେ ଟ୍ବିଟ୍ କରୁଥିଲେ କଙ୍ଗନା ରନାଓ୍ବତ୍।ପଶ୍ଚିମବଙ୍ଗ ରେ ରାଷ୍ଟ୍ରପତି ଶାସନ ଲାଗୁହେଉ ବୋଲି ଦାବି କରିଥିଲେ ସେ।
କିନ୍ତୁ ସେ ନିକଟରେ ଟ୍ୱିଟରକୁ ସମର୍ଥନ କରିଛନ୍ତି। ରବିବାର ଦିନ କଙ୍ଗନା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଟ୍ୱିଟରର ପ୍ରଶଂସା କରି ଏକ ଲମ୍ବା ନୋଟ୍ ଲେଖିଛନ୍ତି। ଟ୍ୱିଟରକୁ ପ୍ରଶଂସା କରିବାବେଳେ କଙ୍ଗନା ଲେଖିଛନ୍ତି ଯେ ଟ୍ୱିଟର ହେଉଛି ସର୍ବୋତ୍ତମ ସୋସିଆଲ ମିଡିଆ ପ୍ଲାଟଫର୍ମ। ଫ୍ୟାଶନ୍ କିମ୍ବା ଲାଇଫଷ୍ଟାଇଲ ଅପେକ୍ଷା ଏହା ବୌଦ୍ଧିକ ଏବଂ ଆଦର୍ଶଗତ ଭାବରେ ଚାଳିତ ବୋଲି ସେ କହିଛନ୍ତି।ଏହି ପୋଷ୍ଟରେ ଅଭିନେତ୍ରୀ ଆହୁରି କହିଛନ୍ତି ଯେ, ‘ଯାହାର ଆଧାର କାର୍ଡ ଅଛି, ସେମାନେ ସହଜରେ ଯାଞ୍ଚ କରିପାରିବେ।
ଅଭିନେତ୍ରୀଙ୍କ ପୋଷ୍ଟ ଦେଖି ୟୁଜର୍ସମାନେ ଅନୁମାନ କରୁଛନ୍ତି ଯେ, କଙ୍ଗନା ଟ୍ୱିଟରର ଏହି ପଦକ୍ଷେପକୁ ସମର୍ଥନ କରୁଛନ୍ତି। ନୀଳ ଟିକ୍ ବାବଦକୁ ଅର୍ଥ ଦେବା ସପକ୍ଷରେ ମଧ୍ୟ ଅଛନ୍ତି କଙ୍ଗନା।ସେ କହିଛନ୍ତି ଯେ ଟ୍ୱିଟର ଆକାଉଣ୍ଟକୁ ବଜାୟ ରଖିବା ପାଇଁ ଟଙ୍କା ନେବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଠିକ।ବର୍ତ୍ତମାନ ଦୁନିଆରେ କୌଣସି ସେବା ମାଗଣାରେ ମିଳୁ ନାହିଁ।ଯଦି ଏହି ସମସ୍ତ ପ୍ଲାଟଫର୍ମ ଆପଣଙ୍କୁ ମାଗଣାରେ ସୁବିଧା ଦେବ, ତେବେ ଟଙ୍କା କିପରି ଆସିବ’।ତେବେ ଏମିତି ପୋଷ୍ଟ କରିବା କୁ ନେଇ ସାଧାରଣ ରେ ଚର୍ଚ୍ଚା ହେଉଛି ଯେ କଙ୍ଗନା ନିଜ ଆକାଉଣ୍ଟ କୁ ପୁଣି ଥରେ ଏକ୍ଟିଭ୍ କରିବାକୁ ଚାହୁଛନ୍ତି ସେଥି ପାଇଁ ସେ ଏଲୋନ ମସ୍କ ଙ୍କୁ ସମର୍ଥନ କରୁଛନ୍ତି।ତେବେ ଦେଖାଯାଉ ଆଗକୁ କ’ଣ ହେଉଛି।