Business Idea: 50 ହଜାର ଲଗାଇ ଘରେ ଆରମ୍ଭ କରନ୍ତୁ ଏହି ଚମତ୍କାର ବିଜନେସ, ଦ୍ୱିତୀୟ ମାସରୁ ହେବ ଜବରଦସ୍ତ ଇନକମ

କମ୍ ନିବେଶରେ ଆରମ୍ଭ ହେଉଥିବା ଯେଉଁ ବିଜନେସ ବିଷୟରେ ଆପଣଙ୍କୁ କହୁଛୁ, ସେଥିରୁ ଆପଣଙ୍କର ବହୁତ୍ ରୋଜଗାର ହେବ । ଏହି ବିଜନେସ ଆଇଡିଆ ହେଉଛି LED ବଲବ ତିଆରି କରିବାର । ଆଜ୍ଞା ହଁ, ଆପଣ ଏହାକୁ କମ୍ ଜାଗାରେ ଘରୁ ହିଁ ଆରମ୍ଭ କରିପାରିବେ । ଏହି ବିଜନେସକୁ ଆରମ୍ଭ କରିବାରେ 50 ହଜାର ଟଙ୍କାର ନିବେଶ କରିବାକୁ ପଡେ ।

ଏଲଇଡି ପ୍ଲାଣ୍ଟ ପାଇଁ ସରକାରଙ୍କ ତରଫରୁ ସବ୍ସିଡି ମଧ୍ୟ ଦିଆଯାଏ । ଏହାବ୍ୟତୀତ ମଧ୍ୟ ଅନେକ ବିଜନେସ ପାଇଁ ସରକାର ସବ୍ସିଡି ପ୍ରଦାନ କରନ୍ତି । ସରକାରଙ୍କ ଠାରୁ ସବ୍ସିଡି ମିଳିବାପରେ ଆପଣଙ୍କ କାମ କମ୍ ନିବେଶରେ ମଧ୍ୟ ହୋଇଯିବ । ଆଜ୍ଞା ହଁ, ଆପଣଙ୍କୁ କେବଳ 50 ହଜାର ଟଙ୍କା ନିବେଶ କରିବାକୁ ଆବଶ୍ୟକ ହେବ ।

ଗୋଟିଏ ଭଲ ଏଲଇଡି ବଲବକୁ ପ୍ରସ୍ତୁତ କରିବାରେ 40 ରୁ 50 ଟଙ୍କା ଖର୍ଚ୍ଚ ହୋଇଥାଏ । ବଜାରରେ ଏହି ବଲବକୁ 80 ରୁ 100 ଟଙ୍କାରେ ସହଜରେ ବିକ୍ରି କରାଯାଇପାରିବ । ଆପଣଙ୍କ କାମ ଛୋଟ ଲେଭଲର ମାନି ଚାଲିଲେ ମଧ୍ୟ ଆପଣ ଗୋଟିଏ ଦିନରେ ଯଦି 100 ବଲବ ବିକ୍ରୀ କରିବେ, ତେବେ ଆପଣଙ୍କର 4 ରୁ 5 ହଜାର ଟଙ୍କାର ରୋଜଗାର ହେବ । ଆପଣ ପରେ ବିଜନେସକୁ ଧୀରେ ଧୀରେ ଏକ୍ସଟେଣ୍ଡ ମଧ୍ୟ କରିପାରିବେ ।

ଏଲଇଡି ବଲବ ତିଆରି କରିବାପାଇଁ ସରକାରଙ୍କ ଠାରୁ ମାନ୍ୟତା ପ୍ରାପ୍ତ ଅନେକ ଅନୁଷ୍ଠାନ ଟ୍ରେନିଙ୍ଗ ଦିଅନ୍ତି । ଏଲଇଡି ବଲବ ତିଆରି କରୁଥିବା କମ୍ପାନୀ ମଧ୍ୟ ନିଜ ସର୍ତ୍ତ ଆଧାରରେ ଟ୍ରେନିଙ୍ଗ ଦେଇଥାଏ । ଏହାର ଟ୍ରେନିଙ୍ଗରେ ପ୍ରକ୍ଟିକାଲ ଏବଂ ଥିଓରୀ ଉଭୟର ସୂଚନା ଦିଆଯାଏ । ଏହାଦ୍ବାରା ଆପଣ ଏହାକୁ ତିଆରି କରିବାର ସବୁ ଦିଗକୁ ସହଜରେ ବୁଝିପାରିବେ ।

ଏଲଇଡି ବଲବର ଡିମାଣ୍ଡ ଗତ କିଛି ବର୍ଷ ମଧ୍ୟରେ ପ୍ରତ୍ୟେକ ଘରେ ଦ୍ରୁତ ଗତିରେ ବଢୁଛି । ଏହି କାରଣରୁ ସହର ହେଉ କି ଗାଁ ଏହାର ସବୁଠାରେ ଡିମାଣ୍ଡ ରହିଛି । ବାସ୍ତବରେ ଏହା କମ୍ ବିଦ୍ୟୁତ ଗ୍ରହଣ କରି ଭଲ ଆଲୋକ ଦେଇଥାଏ । ଏହାର ଆଲୋକରେ ଆପଣଙ୍କ ଘର ମଧ୍ୟ ଭଲ ଦେଖାଯାଏ । ପ୍ଲାଷ୍ଟିକରୁ ତିଆରି ହୋଇଥିବା କାରଣରୁ ଏହି ବଲବ କାଚ ତୁଳନାରେ ଅଧିକ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରୁହେ ।

odia sambada
Comments (0)
Add Comment