ଦେଖିବାକୁ ମିଳିଲା ଅଦ୍ଭୁତ ଘଟଣା । ପୁଅ-ବୋହୂଙ୍କ ଝିଅକୁ ଜନ୍ମଦେଲେ ୫୬ ବର୍ଷୀୟା ଆମେରିକୀୟ ମହିଳା

ଆପଣ ନିଶ୍ଚୟ ଦୁନିଆରେ ବିଭିନ୍ନ ପ୍ରକାରର ଚମତ୍କାର ଦେଖିଥିବେ ଓ ଶୁଣିଥିବେ ଅନେକ ଥର ମା’ ଓ ଝିଅ ଏକତ୍ର ଗର୍ଭବତୀ ହୁଅନ୍ତି ଏବଂ ପ୍ରାୟ ଦୁଇ ପୀଢ଼ିକୁ ଏକାଠି ଜନ୍ମ ଦିଅନ୍ତି । ବେଳେବେଳେ ଶାଶୁ ଓ ବୋହୂ ଏକତ୍ର ଗର୍ଭବତୀ ହୁଅନ୍ତି ଏବଂ ସନ୍ତାନ ଜନ୍ମ କରନ୍ତି । କିନ୍ତୁ ଆମେ ଆପଣଙ୍କୁ କହିବାକୁ ଯାଉଥିବା ଘଟଣା ଏହାଠାରୁ ଭିନ୍ନ ଅଟେ । ଯେଉଁ ଶିଶୁଟିକୁ ମାଆ ଜନ୍ମ ଦେଇଥିଲେ, ଲାଳନପାଳନ କରିଥିଲେ, ସେ ବର୍ତ୍ତମାନ ନିଜ ସନ୍ତାନର ସରୋଗେଟ୍ ମାତା ହେବାକୁ ଯାଉଛନ୍ତି । ଏହା ଶୁଣିବା ଅତ୍ୟନ୍ତ ଅଜବ ଲାଗୁଛି, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ ।

ନାନସୀ ହକ୍ ନାମକ ଜଣେ ମହିଳା ନିଜ ପୁଅର ସନ୍ତାନକୁ ନିଜ ଗର୍ଭରେ ଧାରଣ କରିଛନ୍ତି । ସେ ନିଜର ନାତୁଣୀକୁ ଜନ୍ମ ଦେବେ ଓ ଜେଜେମା ବଦଳରେ ମା ଡାକ ଶୁଣିବେ । ତେବେ ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ଏହା କିପରି ହୋଇପାରେ, ଆସନ୍ତୁ ଏହା ବିଷୟରେ ଜାଣିବା । ସରୋଗେସି ଅର୍ଥାତ୍ ଉଧାର ଗର୍ଭ ବିଷୟରେ ଆଜିକାଲି ଗଣମାଧ୍ୟମରେ ଅନେକ ଖବର ଶୁଣିବାକୁ ମିଳେ । ସମ୍ପ୍ରତି ଆମେରିକାର ଜଣେ ୫୬ ବର୍ଷୀୟା ମହିଳା ନ୍ୟାନ୍ସି ହକ୍ ତାଙ୍କ ପୁଅ ଓ ବେହୂଙ୍କ ପୁଅର ଉଧାର ମାଆ ସାଜିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ।

ନାନସୀଙ୍କ ୩୨ ବର୍ଷର ପୁଅ ଜେଫ୍ ହକ୍‌ଙ୍କ ସ୍ତ୍ରୀ କାମ୍ବ୍ରିଆଙ୍କର ଗର୍ଭାଶୟ ଅପରେସନ ଦ୍ବାରା କଢ଼ା ହୋଇଯାଇ ଥିବାରୁ ସନ୍ତାନଟିଏ ପାଇବା ପାଇଁ ତାଙ୍କର ଜଣେ ସରୋଗେଟ୍ ମାଆଙ୍କ ସାହାଯ୍ୟ ନେବା ଛଡ଼ା ଅନ୍ୟ ଉପାୟ ନ ଥିଲା । ତେବେ ଏଥିପାଇଁ ତାଙ୍କୁ ବେଶି ଖୋଜିବାକୁ ପଡ଼ି ନଥିଲା କାରଣ ତାଙ୍କର ୫୬ ବର୍ଷୀୟା ଶାଶୂ ପୁଅର ବଂଶରକ୍ଷା ପାଇଁ ସରୋଗେଟ୍ ମାଆ ହେବାକୁ ଆଗେଇ ଆସିଥିଲେ । ଜେଜେମାଆ ନିଜେ ଜନ୍ମ କରିଥିବା ନାତୁଣୀର ନାଁ ରଖିଛନ୍ତି ହାନ୍ନାହ । କାମ୍ବ୍ରି୍ଆ କହିଛନ୍ତି ଯେ ତାଙ୍କ ଶାଶୂଙ୍କ ନାଁ ନ୍ୟାନ୍ସି ଓ ଝିଅର ନାଁ ହାନ୍ନାହ ଏବଂ ଉଭୟର ଅର୍ଥ ‘ଈଶ୍ବରଙ୍କ ଦୟା’ ।

ଡ ରସେଲ ଫୋକ୍ କହିଛନ୍ତି ଯେ ଜଣେ ଜେଜେମା ନାତି ବା ନାତୁଣୀକୁ ନିଜ ଗର୍ଭରେ ଧାରଣ କରିବା ଏକ ଅସ୍ବାଭାବିକ ଘଟଣା । ତଥାପି ଜନ୍ମିତ ଶିଶୁକନ୍ୟା ସୁସ୍ଥ ଥିବା ସେ କହିଛନ୍ତି । ନାତି ନାତୁଣୀ ଦୁନିଆକୁ ଆସିବା ପରେ ଜେଜେ ଜେଜେ ମା’ ବହୁତ ଭଲପାଇବା ଓ ସ୍ନେହ ଦେଇଥାନ୍ତି । ସେ ଖୁସିରେ ସେମାନଙ୍କ ଅଧା ଦାୟିତ୍ଵ ଗ୍ରହଣ କରନ୍ତି । କିନ୍ତୁ ନାନସୀ ହକ ସାଧାରଣ ଦାଦିଙ୍କଠାରୁ ଅଲଗା ନିଜ ନାତୁଣୀକୁ ତାର ଜନ୍ମ ପୂର୍ବରୁ ହିଁ ନିଜ ଗର୍ଭରେ ପାଳି ଜନ୍ମ ଦେଇଛନ୍ତି ।

odia sambada
Comments (0)
Add Comment