ବିବାଦରେ ଫସିଲା ସିନେମା ଦମନ, ପୋଷ୍ଟରରେ ବର୍ଷିଆନ କଳାକାରଙ୍କୁ ଦେଖାଇଲା ମୃତ

ଓଡ଼ିଆ ସିନେ ଜଗତରେ ଘଟିଛି ଏଭଳି ଘଟଣା ଯାହା ଲୋକଙ୍କୁ ସ୍ଥବ୍ଧ କରିଛି କାରଣ ଏବେ ଯେଉଁ ଫିଲ୍ମ ଦମନ ଫିଲ୍ମ ର ଶୁଭମୁକ୍ତି ଘଟିଛି ଏଥିରେ ଜଣେ ଓଡ଼ିଆ ସିନେଜଗତର ପ୍ରତିଷ୍ଠିତ କଳାକାରଙ୍କୁ ମୃତ ବୋଲି ପରିଦର୍ଶନ କରାଯାଇଛି ଯାହା ଏକ ଦୁଃଖର ବିଷୟ ପାଲଟିଛି ଏବଂ ଏହା ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।ବହୁଦିନର ଅପେକ୍ଷାର ଅନ୍ତ ଘଟିଛି କାହିଁକି ନା ଲୋକମାନେ ବାବୁଶାନ୍ ଙ୍କ ଦ୍ଵାରା ଅଭିନୀତ ଚଳଚିତ୍ର ଦେଖିବାକୁ ବହୁତ ପସନ୍ଦ କରିଥାନ୍ତି। ଯାହାଦ୍ଵାରା ଯେବେ ତାଙ୍କର ଚଳଚ୍ଚିତ୍ର ରିଲିଜ୍ ହେଇଥାଏ ସେତେବେଳେ ଲୋକ ମାନେ ସେ ଫିଲ୍ମ ଦେଖିବାପାଇଁ ହଲ ସମ୍ମାନରେ ଭିଡ଼ ଜମାଇଥାନ୍ତି।କାହିଁକି ନା ଲୋକଙ୍କ ମତରେ ବାବୁଶାନ୍ ଅଭିନୟ ସାଙ୍ଗକୁ ଭଲ କମେଡି ସହ ଭଲ ଗୀତ ମଧ୍ୟ ଭେଟି ଦିଅନ୍ତି ତାଙ୍କର ଫ୍ୟାନ ମାନଙ୍କ ପାଇଁ।

ଏବେ ବାବୁଶାନ ଙ୍କ ଦ୍ଵାରା ଅଭିନୀତ ଫିଲ୍ମ୍ ଦମନ ଶୁଭମୁକ୍ତି କରିଛି ଯାହାକୁ ଦେଖିବା ପାଇଁ ଲୋକମାନଙ୍କ ମଧ୍ୟରେ ଉତ୍କଣ୍ଠା ପରିଲକ୍ଷିତ ହେଉଛି ଏବଂ ଏହି ଫିଲ୍ମକୁ ଦେଖିବା ପାଇଁ ମଧ୍ୟ ବାବୁଶାନ୍ ,ତାଙ୍କ ପତ୍ନୀ ଓ ତାଙ୍କର ମାଆ ମଧ୍ୟ ଆସିଥିଲେ।ଏହି ଚଳଚ୍ଚିତ୍ରର ପ୍ରୀମୀୟର ହେଉଥିବା ସମୟରେ ସେଥିରେ ଓଡ଼ିଆ ସିନେ ଜଗତର ମୃତ କଳାକାର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ତାହା ଏକ ବ୍ୟାନର ରେ ଦର୍ଶାଯାଇଥିଲା।କିନ୍ତୁ ସେଥିରେ ଏକ ବହୁତ ବଡ଼ ଭୁଲ ହୋଇଯାଇଛି ଯାହା ଏବେ ସୋସିଆଲ ଜଗତରେ ବହୁତ ଚର୍ଚ୍ଚା ର ବିଷୟ ପାଲଟିଛି।ଏହି ବ୍ୟାନରରେ ଭୁଲବସତ ଜଣେ ପରିଚିତ ବ୍ୟକ୍ତିତ୍ଵ ଙ୍କୁ ମୃତ ଘୋଷଣା କରାଯାଇଛି ଯିଏକି ଏବେ ଆମ ଘରେ ଉପସ୍ଥିତ ଅଛନ୍ତି।

ଏହି ଘଟଣା ଏବେ ବହୁ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ କୁହାଯାଉଥିଲା ଯେ ଏହି ଫିଲ୍ମ ଓଡ଼ିଆ ସିନେ ଜଗତର ପୃଷ୍ଠାକୁ ଆଉ ଏକ ନବଦିଗନ୍ତ ଆଡ଼କୁ ଟାଣି ନେବା ଏବଂ ଆଉ ଗୋଟେ ନୁଆ ଓଡ଼ିଆ ସିନେ ଜଗତର ପ୍ରତିଷ୍ଠା ଆଡ଼କୁ ପଦ ବଢ଼ାଇବା।କିନ୍ତୁ ଏହି ଭୁଲ କାରଣରୁ ଲୋକ ମାନେ କହୁଛନ୍ତି କି ଦମନ କଲା ବାଙ୍କ ଭାଇଙ୍କୁ ଦମନ,ଏଠାରେ ବାଙ୍କ ଭାଇ ଯିଏ କୁ ଭଲ ଅଭିନୟ ସାଂଗକୁ ଭଲ କମେଡି ପରିବେଷଣ କରୁଥିଲେ ଏବଂ ଦର୍ଶକ ମାନଙ୍କ ପ୍ରିୟଭାଜନ ହୋଇପାରିଥିଲେ କିନ୍ତୁ ତାଙ୍କୁ ଏହି ବ୍ୟାନର ରେ ମୃତ ବ୍ୟକ୍ତି କରି ଶ୍ରଦ୍ଧାଞ୍ଜଳି ଦିଆଯାଇଛି ଦେଖି କିଛିବିବାଦ ପରିଲକ୍ଷିତ ହୋଇଛି ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ର ବିଷୟ ପାଲଟିଛି।

ପ୍ରଥମରୁ ଓଡ଼ିଆ ସିନେ ଜଗତ କପିରାଇଟ ପାଇଁ ଫାମସ ଥିବାର ଦେଖାଯାଉଥିବା ବେଳେ ଏବେ ସେମାନେ ଜୀବିତ ବ୍ୟକ୍ତିଙ୍କୁ ମୃତବୋଲି ମଧ୍ୟ ପରଦାରେ ଦେଖାଇଛନ୍ତି।ଏହା ପ୍ରକୃତରେ ନିନ୍ଦନୀୟ।ଏହି ଭୁଲ କାହାଦ୍ୱାରା ଘଟିଛି?ଏହି ଭୁଲ ପାଇଁ ଦାୟୀ କିଏ?ଓଡ଼ିଆ ସିନେ ଜଗତ ତରଫରୁ ଏତେ ବଡ଼ ଭୁଲ ବହୁତ ନିନ୍ଦନୀୟ କାହିଁକି ନା ପୂର୍ବରୁ ଥିବା ଅଭିନେତା ମାନେ ତାଙ୍କର ଅଭିନୟ ମାଧ୍ୟମରେ ଏହାକୁ ସମସ୍ତଙ୍କ ଆଗକୁ ଆଣିପାରିଛନ୍ତି ଏବେ ସେମାନଙ୍କ ବିଷୟରେ ଭୁଲ ତଥ୍ୟ ପ୍ରଦାନ କରାଯାଉଛି।

odia sambada
Comments (0)
Add Comment