ହାର୍ଟ ଆଟାକ୍ ମାମଲା ଏବେ ବଢିବାରେ ଲାଗିଛି|ପ୍ରଥମେ ବୟସ୍କ ଲୋକଙ୍କର ଏହା ହେଉଥିଲା କିନ୍ତୁ ଏବେ ଯୁବ ଗୋଷ୍ଠୀର ମଧ୍ୟ ହେଉଛି|ଆପଣ ଜାଣି ଆଶ୍ଚର୍ଯ୍ୟ ହେଵେ ନିକଟରେ ୭ ବର୍ଷର ଗୋଟିଏ ଛୋଟ ବାଳକକୁ ୭ ଥର ହାର୍ଟ ଆଟାକ୍ ଆସିଥିଲା|ହୃଦ ସ୍ପନ୍ଦନ ସେତେବେଳେ ବଢିଲା ସେ ଯେତେବେଳେ ପାଦକୁ ଜୋତାରେ ଦେଲା|ଏହାପରେ ସେ କାନ୍ଦି କାନ୍ଦି ୨ ଦିନ ପରେ ମରିଗଲା|
ଏହି ଆଶ୍ଚର୍ଯ୍ୟ ମାମଲା ବ୍ରାଜିଲର ସାଓ ପାଓଲୋ ସହରର ଅଟେ|ଏହା ୨୩ ଅକ୍ଟୋବର ଘଟଣା|ଏଠାରେ ସାତ ବର୍ଷିୟ ଲୁଇଜ ମିଜଗୁଲ ପରିବାର ସହ ବାହାରକୁ ଯିବାକୁ ବାହାରୁଥିଲା|ଏଥିପାଇଁ ସେ କପଡା ପିନ୍ଧି, ମୁଣ୍ଡ କୁଣ୍ଡାଇଲା|ସେ ଯେତେବେଳେ ଜୋତା ପିନ୍ଧିବାକୁ ଗୋଡ ରଖିଲା ଯନ୍ତ୍ରଣାରେ ଜର୍ଜରିତ ହେଲା|
ଛୁଆର ଗୋଡ ଲାଲ ପଡ଼ିଗଲା|ଫୁଲି ଗଲା |ଏହା ଦେଖି ତାଙ୍କର ୪୪ ବର୍ଷିୟା ମା ଡରିଗଲେ|ସେ ଆଖପାଖ କୈଣସି ବିଷଧର ଜୀବ କାଟିଛି ନା କ’ଣ ବୋଲି ଦେଖିଲେ|ତା ପରେ ଜୋତା ଝାଡିଲେ|ସେଥିରେ ଦୁନିଆର ସବୁଠାରୁ ବିଷଧର ବିଛା ଥିଲା ଯିଏ କାମୁଡି ଦେଇଥିଲେ|
ବ୍ରାଜିଲିଆନ ୟଲୋ ସ୍କରପିଅନ ଦୁନିଆରେ ସବୁଠାରୁ ବିଷଧର ବିଛା|ଏହାକୁ Tityus Serrulatus କୁହାଯାଏ|ଏହା କାଟିଲେ ଜୀବନ ଯାଇପାରେ|ଏହା କାଟିବା ପରେ ମା ଡାକ୍ତର ପାଖକୁ ନେଲେ|ସେଠାରେ ଚିକିତ୍ସା ଆରମ୍ଭ ହେଇଥିଲା|ଶେଷରେ ୨୫ ଅକ୍ଟୋବର ମୃତ୍ୟୁ ଘଟିଥିଲା|
ଡାକ୍ତର ଗବେଷଣାରୁ ଜାଣିଲେ ଯେ ବିଛା କାମୁଡିବା ଯୋଗୁଁ ଛୁଆ ଭୟରେ ୭ ଥର ହୃଦ ସ୍ପନ୍ଦନ ବଢିଲା ଫଳରେ ଅବସ୍ଥା ଖରାପ ହେଲା|ଏଥିରେ ହାର୍ଟ ଆଟାକ୍ ଯୋଗୁଁ ମୃତ୍ୟୁ ହୋଇଥିଲା|ତେଣୁ ଆପଣ ଜୋତା ପିନ୍ଧୁଥିଲେ ଏହାକୁ ପ୍ରଥମେ ଝାଡିକରି ପିନ୍ଧନ୍ତୁ|