ସ୍ତ୍ରୀ ପର ପୁରୁଷ ସହ ଲଙ୍ଗଳା ହୋଇ ଶୋଇ ଥିବାର ଦେଖି କୁରାଢ଼ୀ ରେ ହାଣିଲା ସ୍ଵାମୀ

ବନ୍ଧୁଗଣ ଆପଣମାନେ ସମସ୍ତେ ଆଜିକା ସମାଜରେ କେତେ କଣ ଘଟଣା ଘଟୁଛି ତାହା ବିଷୟରେ ଜାଣିଥିବେ । ଆଉ ଆଜିକା ଦୁନିଆରେ ପରକୀୟା ପ୍ରୀତି ସତେ ଯେପରି ସବୁଆଡ଼େ ଚାଲିଛି । ଆଉ ଲୋକମାନେ ବହୁତ ଜଲଦି ଏହାକୁ ଆପଣେଇ ନେଉଛନ୍ତି । ପରକୀୟା ପ୍ରୀତି ପାଇଁ ସ୍ବାମୀ ସ୍ତ୍ରୀକୁ କିମ୍ବା ସ୍ତ୍ରୀ ସ୍ୱାମୀକୁ ଛାଡ଼ି ଦେଉଛନ୍ତି । ଏହି ପରକୀୟା ପ୍ରୀତି ପାଇଁ କେତେ ଯେ ସମ୍ପର୍କ ଭାଙ୍ଗୁଛି ତାହାର କିଛି ହିସାବ ନାହିଁ । ଆଉ ଏହି ପରକୀୟା ପ୍ରୀତି ନିଜ ସ୍ବାମୀ ଆଉ ସ୍ତ୍ରୀ ଠାରୁ ବି ଅଧିକ ହେଇଯାଉଛି । ଏମିତି କିଛି କରିବା ପୂର୍ବରୁ ସ୍ତ୍ରୀ ହେଉ ବା ପୁରୁଷ ଟିକେ ନିଜ ଇଜ୍ଜତ ଆଉ ପରିବାରର ଇଜ୍ଜତ କଥା ଭାବୁ ନାହାଁନ୍ତି ।

ବିବାହ ଗୋଟିଏ ପବିତ୍ର ବନ୍ଧନ । ଦୁଇ ମନର ସ୍ୱଚ୍ଛ ମିଳନ । କିନ୍ତୁ ଆଜିକାର କିଛି ଦମ୍ପତ୍ତି ଏହି ପରକୀୟା ପ୍ରୀତି ପାଇଁ ଏତେ ତଳକୁ ଖସି ଯାଉଛନ୍ତି ଯାହାର ତୁଳନା କରିବା ଅସମ୍ଭବ ଅଟେ । ଆଜି କାଲିର ଯୁବକ ଯୁବତୀ ମାନେ ସ୍ୱାମୀ ସ୍ତ୍ରୀ ଭଳି ପବିତ୍ର ସମ୍ପର୍କକୁ କଳଙ୍କର ଦାଗ ଲଗାଉଛନ୍ତି । ମିଛ, ଛଳନା, ଅନୈତିକ ଭଳି ସମ୍ପର୍କ ଦେଖିବା ପାଇଁ ମିଳୁଛି ।

ତେବେ ଆଜି ଆମେ ଏଭଳି ଏକ ଘଟଣା ବିଷୟରେ କହିବା ପାଇଁ ଯାଉଛୁ, ଆପଣ ମାନେ ପୂରା ଘଟଣାଟିକୁ ଜାଣି ସାରିଲା ପରେ ନିଶ୍ଚିତ ଭାବରେ ନିନ୍ଦା ମଧ୍ୟ କରିବେ । ତେବେ ବନ୍ଧୁଗଣ ଏଠାରେ ଘଟଣାଟି ହେଉଛି ଜଣେ ସ୍ଵାମୀ ନିଜ ସ୍ତ୍ରୀକୁ ଆଉଏକ ପର ପୁରୁଷ ସହ ଲଙ୍ଗଳା ହୋଇ ଶୋଇଥିବାର ଦେଖି ନେଇଛି । ସ୍ତ୍ରୀ ଶୋଇଥିଲା ଅନ୍ୟ ଏକ ଟୋକା ସହ ଆଉ ସାକ୍ଷୀ ରହିଲା ସ୍ୱାମୀର ଆଖି । ଆଉ ତାପରେ ସ୍ତ୍ରୀର ଏଭଳି କାଣ୍ଡକୁ ଦେଖିବା ପରେ ସ୍ଵାମୀ ସହି ନପାରି କୁରାଢ଼ିରେ ବିଭତ୍ସ ଭାବରେ ହତ୍ୟା କଲା । ଆଉ ଘଟଣା ସ୍ଥଳରେ ହିଁ ଚାଲିଗଲା ସ୍ତ୍ରୀର ପ୍ରାଣ ।

ସ୍ତ୍ରୀକୁ ଆସଂଯତ ଅବସ୍ଥାରେ ଦେଖି ମୁଣ୍ଡକୁ ପିତ ଚଢ଼ିଯାଇଥିଲା ସ୍ବାମୀଙ୍କର । ଆଉ ଶେଷରେ ମାରିଦେଲା ସ୍ତ୍ରୀକୁ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଙ୍ଗିରିପୋଷି ବ୍ଲକ୍ ବଡ଼ଗାଁ ପଞ୍ଚାୟତର ପଣସଡିହା ଗ୍ରାମର ବାବୁସାହିରେ । ସୂଚନାଯୋଗ୍ୟ ଉକ୍ତ ଗ୍ରାମର ଦିବାକର ସିଂଙ୍କ ପୁଅ କିଶାନ୍ ସିଂ ସେହି ଗ୍ରାମର ସୁରୁ ସିଂଙ୍କୁ ଗତ ୧ ବର୍ଷ ତଳେ ବିବାହ କରିଥିଲେ । କିନ୍ତୁ ଗୋଟେ ଦିନ ମାଛ ବ୍ୟାପାର ସାରି ଘରକୁ ଫେରିବା ପରେ ନିଜ ସ୍ତ୍ରୀକୁ ଆସଂଯାତ ଅବସ୍ଥାରେ ଦେଖି ଏଭଳି କାଣ୍ଡ ଘଟାଇଥିଲେ । ପୋଲିସ୍ ତଦନ୍ତ ବେଳେ କିଶାନ ସତ ମାନି ଯିବାରୁ ତାଙ୍କୁ ଏବେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

odia sambada
Comments (0)
Add Comment