ଆପଣଙ୍କ ପକ୍ଷରେ ଏହି ନମ୍ବରର ନୋଟ ଥିଲେ ମିଳିବ ୩ ଲକ୍ଷ ଟଙ୍କା !

ଆଜିକାଲି ଘରେ ବସି ବସି ଲୋକ ମାନେ ବିଭିନ୍ନ ଉପାୟ ରେ ରୋଜଗାର କରୁଛନ୍ତି।ଲୋକ ମାନେ ନିଜର ବୁଦ୍ଧି ଉପଯୋଗ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଖବର ବିଷୟ ରେ କହିବା ପାଇଁ ଯାଉଛୁ ଯାହା ଫଳ ରେ ଆପଣ ମାନେ ବିନା ପରିଶ୍ରମ ରେ ଘରେ ବସି ଅଧିକ ଟଙ୍କା ରୋଜଗାର କରି ପାରିବେ। ଆପଣ ଯଦି କୋଏନ୍ କିମ୍ୱା ନୋଟ୍ ସଂଗ୍ରହ କରିବାକୁ ପସନ୍ଦ କରନ୍ତି, ତେବେ ବର୍ତ୍ତମାନ ଘରେ ବସି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ। ଆଜିକାଲି ଅନେକ ୱେବସାଇଟ୍ ଆଣ୍ଟିକ୍ ନୋଟ୍ ଓ କଏନ୍ ନିଲାମ କରୁଛନ୍ତି । ଆଜି ଆମେ ଆପଣଙ୍କୁ କରେନ୍ସି ନୋଟର ଏପରି ବିଶେଷତା ବିଷୟରେ କହିବାକୁ ଯାଉଛୁ, ଯାହା ଜାଣିବା ପରେ ଆପଣ ସମସ୍ତ ନୂତନ ଓ ପୁରୁଣା ନୋଟ୍ ଯାଞ୍ଚ କରିବାକୁ ବାଧ୍ୟ ହେବେ।

ଯଦି ଆପଣଙ୍କ ପାଖରେ ୧, ୨, ୧୦, ୧୦୦, ୫୦୦, ୨୦୦, ୨୦୦୦ ଟଙ୍କାର ନୋଟ୍ କିମ୍ବା କୋଏନ୍ ରହିଛି ତେବେ ସେଥି ରେ କେବଳ ଗୋଟିଏ ବିଶେଷତା ରହିବା ଆବଶ୍ୟକ,ଯାହା ଫଳ ରେ ଆପଣ ଏହାକୁ ଅନଲାଇନ୍ ନିଲାମ କରିପାରିବେ । ଏଥିରେ ୭୮୬ ନମ୍ୱରର ସିରିଜ୍ ର କୌଣସି କରେନ୍ସି ନୋଟ୍ ରହିଥାଏ, ତେବେ ଆପଣ ଇବେ ୱେବସାଇଟ୍ କୁ ଯାଇ ସେଠାରେ ଆପଣଙ୍କର ନୋଟ୍ ର ମୂଲ୍ୟ ଆଦାୟ କରିପାରିବେ । ବାସ୍ତବରେ, ଭାରତୀୟ ମୁଦ୍ରାର ବିରଳ ନୋଟ୍ ଗୁଡିକର ନିଲାମ ଇବେ ରେ କରାଯାଇଥାଏ । ଇବେ ସବୁବେଳେ ନୋଟ୍ ପାଇଁ ନିଲାମ ଡାକିଥାଏ । ଯେକୌଣସି ସାଧାରଣ ବ୍ୟକ୍ତି ଏହି ନିଲାମରେ ଅଂଶ ଗ୍ରହଣ କରିପାରିବେ ।

ବହୁ ସଂଖ୍ୟକ ଲୋକ ୭୮୬ କୁ ଏକ ଶୁଭ ଓ ଭାଗ୍ୟଶାଳୀ ସଂଖ୍ୟା ଭାବରେ ବିଶ୍ୱାସ କରନ୍ତି । ଏହାପୂର୍ବରୁ ମଧ୍ୟ ୭୮୬ ଅଙ୍କ ବିଶିଷ୍ଟ ନୋଟ୍ ପାଇଁ ଲୋକମାନେ ୩ ଲକ୍ଷ ଟଙ୍କା ପାଇଛନ୍ତି ।ଏପରି ପରିସ୍ଥିତିରେ ଏହା ସମ୍ଭବ ଯେ ନିଲାମରେ କୌଣସି ବ୍ୟକ୍ତି ଆପଣ ମାଗୁଥିବା ରାଶି ଆପଣଙ୍କୁ ପ୍ରଦାନ କରିପାରେ । ୭୮୬ ଅଙ୍କ ବିଶିଷ୍ଟ ଏହି ବିଶେଷ ନୋଟ୍ ବିକ୍ରୟ କରିବା ପାଇଁ ଆପଣଙ୍କୁ ଘରୁ ବାହାରିବା ମଧ୍ୟ ଆବଶ୍ୟକ ନାହିଁ । ଇବେ ଓ କ୍ଲିକ୍ ଇଣ୍ଡିଆ ପରି ଅନେକ ୱେବସାଇଟ୍ ଅଛି, ଯିଏ ଏହିପରି ସ୍ୱତନ୍ତ୍ର ନୋଟ୍ ଖୋଜିବା ଏବଂ ନିଲାମ କରିବାର କାର୍ଯ୍ୟ କରିଥାଏ।

ଅନଲାଇନ୍ ନିଲାମ ପାଇଁ ଆପଣଙ୍କୁ ଆପଣଙ୍କ ପାଖରେ ଥିବା ଏହି ଖାସ୍ ପ୍ରକାରର ନୋଟ୍ ର ଫଟୋ ଇବେ ରେ ଅପଲୋଡ୍ କରିବାକୁ ପଡିବ ।ଏଥିପାଇଁ ଆପଣଙ୍କୁ ନିଲାମ ୱେବସାଇଟ୍ ରେ ବିକ୍ରେତା ଭାବରେ ପଞ୍ଜିକରଣ କରିବାକୁ ପଡିବ । ପରେ ଏହି ଫଟୋ ସାଇଟରେ ଅପଲୋଡ୍ କରିବାକୁ ପଡିବ । ଏହା ପରେ କିଣିବାକୁ ଆଗ୍ରହୀ ଲୋକମାନେ ସିଧାସଳଖ ଆପଣଙ୍କ ସହିତ ଯୋଗାଯୋଗ କରିବେ । ସେମାନଙ୍କ ସହ କଥାବାର୍ତ୍ତା କରି ଆପଣ ଖାସ୍ ନୋଟ୍ ର ମୂଲ୍ୟ ସ୍ଥିର କରିପାରିବେ । ଆହୁରି ମଧ୍ୟ ନୋଟ୍ ର ଡେଲିଭରୀ କିପରି ଓ କେଉଁଠାରେ କରାଯିବ ତାହା ଆପଣ ସ୍ଥିର କରିପାରିବେ ।

odia sambada
Comments (0)
Add Comment