ଭାରତ vs ପାକିସ୍ତାନ ଟି-୨୦ ବିଶ୍ୱକପ୍:ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇପାରେ ଫାଇନାଲ ମୁକାବିଲା, ଜାଣନ୍ତୁ ସମ୍ପୁର୍ଣ୍ଣ ସମୀକରଣ

ଟି-୨୦ ବିଶ୍ୱକପ ୨୦୨୨ରେ ପାକିସ୍ତାନ ଦଳ ସେମିଫାଇନାଲରେ ପହଞ୍ଚିବାର ସମ୍ଭାବନା ରହିଛି|ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ବୁଧବାର ( ୩ ନଭେମ୍ବର) ଖେଳାଯାଇଥିବା ମୁକାବିଲାରେ ପାକିସ୍ତାନ ଦକ୍ଷିଣ ଆଫ୍ରିକା କୁ ଡିଏଲ୍ ନିୟମରେ ୩୩ ରନରେ ହରାଇଥିଲେ|ପାକିସ୍ତାନ ର ଏହି ବିଜୟ ଆଗକୁ ସମୀକରଣ ବନିପାରେ ଫଳରେ ଭାରତ ଓ ପାକିସ୍ତାନ ଫାଇନାଲରେ ଖେଳି ପାରନ୍ତି|

ଭାରତୀୟ ଦଳର ଶେଷ ମୁକାବିଲା ଜିମ୍ବାୱେ ସହ ଖେଳିବାର ରହିଛି|ଏଥିରେ ଜିତିଲେ ଭାରତୀୟ ଦଳ ୮ ଅଙ୍କ ପାଇବ ଓ ନିଜ ଗ୍ରୁପର ଟପ ପାଇଁ ସେମିଫାଇନାଲରେ ପହଞ୍ଚିବ|ଯଦି ଭାରତ ଜିମ୍ବାୱେ ମ୍ୟାଚ ଧୋଇ ଯାଏ ତଥାପି ଭାରତ ସେମିଫାଇନାଲରେ ପହଞ୍ଚିବ|ପାକିସ୍ତାନ ସେମିଫାଇନାଲରେ ପାଇଁ ବାଂଲାଦେଶ କୁ ହରେଇବାକୁ ପଡିବ|ଏହାସହ ସେ ପ୍ରାର୍ଥନା କରିବ ଦକ୍ଷିଣ ଆଫ୍ରିକା ନେଦରଲାଣ୍ଡ ମ୍ୟାଚ ଧୋଇ ଯାଉ|

ନେଦରଲାଣ୍ଡ ଦଳ ଯଦି ଜିତେ ତେଵେ ଦକ୍ଷିଣ ଆଫ୍ରିକା ୫ ଅଙ୍କରେ ରହିବ|ଯଦି ବର୍ଷାରେ ଧୋଇଯାଏ ପାକିସ୍ତାନ ବାଂଲାଦେଶ କୁ ହରାଇ ସେମିଫାଇନାଲରେ ପହଞ୍ଚି ଯିବ|ଏଭଳି ସ୍ଥିତିରେ ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ୬-୬ ପଏଣ୍ଟ ପାଇବେ କିନ୍ତୁ ଭଲ ରନ୍ ରେଟ ଯୋଗୁଁ ପାକିସ୍ତାନ ସେମିଫାଇନାଲରେ ପହଞ୍ଚିଯିବ|

ସବୁକିଛି ସମୀକରଣ ଠିକ ହେଲେ ଭାରତ ଓ ପାକିସ୍ତାନ ଯଥାକ୍ରମେ ୧ ଓ ୨ ନମ୍ବର ଭାବେ ଦ୍ୱିତୀୟ ଗ୍ରୁପରେ ରହିବେ|ଫଳରେ ସେମିଫାଇନାଲରେ ପାକିସ୍ତାନ ସହ ନ୍ୟୁଜିଲାଣ୍ଡ ଓ ଅପର ପଟେ ଭାରତ ସହ ଇଂଲଣ୍ଡ ଵା ଅଷ୍ଟ୍ରେଲିଆ ହେବ|ଯଦି ଭାରତ ପାକିସ୍ତାନ ସେମିଫାଇନାଲରେ ଜିତନ୍ତି ତେବେ ୧୩ ନମ୍ବର ମହା ମୁକାବିଲା ହେବ|

ଏପର୍ଯ୍ୟନ୍ତ ଭାରତ ପାକିସ୍ତାନ ଟି -୨୦ ବିଶ୍ୱକପରେ ଥରେ ମୁହାଁମୁହିଁ ହୋଇଥିଲେ|୨୦୦୭ ଟି-୨୦ ବିଶ୍ୱକପରେ ଫାଇନାଲ ମୁକାବିଲା ରେ ଟସ ଜିତି ପ୍ରଥମ ବ୍ୟାଟିଂ କରି ଭାରତ ୧୫୭/୫ ରନ କରିଥିଲେ|ଗୈତମ ଗମ୍ଭୀର ୫୪ ବଲରୁ ୭୫ ରନ୍ ଓ ରୋହିତ ଅପରାଜିତ ୩୦ ରନ କରିଥିଲେ|

ଅପରପକ୍ଷରେ ପାକିସ୍ତାନ ୬ ୱିକେଟ ହରାଇ ୭୭ ରନ କରିଥିଲେ|ମିସବାହ ଉଲ ହକ୍ ୪୩ ରନ କରିଥିଲେ|ମିସବାହ ଙ୍କ ଭଲ ବ୍ୟାଟିଂ ଫଳରେ ପାକିସ୍ତାନ ଶେଷ ୪ ବଲରେ ୬ ରନ କରିଥିଲେ କିନ୍ତୁ ଯୋଗୀନ୍ଦର ଶର୍ମା ତାଙ୍କେ ଶ୍ରୀଶନ୍ଥ ହାତରେ କ୍ୟାଚ ଦେଇ ଆଉଟ କରାଇଥିଲେ ଓ ଭାରତକୁ ସୁନ୍ଦର ବିଜୟ ଦେଇଥିଲେ|

odia sambada
Comments (0)
Add Comment