ଶ୍ଵଶୁରଘରେ ବାହା ହେଲା, ଶ୍ଵଶୁରଠୁ ଟଙ୍କା ନେଇ ଚମ୍ପଟ ମାରିଲା, ଏବେ ଧାରଣାରେ ବସିଛି ସ୍ତ୍ରୀ

ଶ୍ଵଶୁର ଘରେ ଜ୍ବାଇଁ ମଉଜ କଲା ଏବଂ ଶେଷରେ ଟଙ୍କା ଧରି ପଳାଇଲା । ସ୍ବାମୀ ଏଭଳି ଠକି ଚାଲିଯାଇଛି ଏବଂ ସ୍ତ୍ରୀ ଧାରଣାରେ ବସିଛି । ସ୍ବାମୀ ପ୍ରେମ କରିଥିଲା ଏବଂ ରୀତିନୀତି ଅନୁଯାୟୀ ବିବାହ ମଧ୍ୟ କଲା । କିନ୍ତୁ ସେତେବେଳେ ସବୁକିଛି ବଦଳିଗଲା, ଯେତେବେଳେ ସ୍ବାମୀ ହାତରେ ଟଙ୍କା ପଡ଼ିଲା ଏବଂ ଶ୍ଵଶୁର ଘରୁ ଚମ୍ପଟ ମାରିଲା । ଆଉ ସେବେଠାରୁ ସ୍ବାମୀ ଧରାଛୁଆଁ ଦେଉନାହିଁ ।

ଆଜ୍ଞା ହଁ, ଏକଡାଳ ଗ୍ରାମର ଅନ୍ତର୍ଯ୍ୟାମୀ ରାଉତଙ୍କୁ ବୈଦିକ ରୀତିନୀତିରେ ଲକ୍ଷ୍ମୀପ୍ରଭା ଚୌଧୁରୀ ପ୍ରେମ ବିବାହ କରିଥିଲେ । ବାହାଘର ପରେ ଶ୍ବଶୁର ଘର ମୁଗ ଗହିରରେ ରହୁଥିଲେ । ସବୁକିଛି ଠିକ୍ ଚାଲିଥିଲା । କିନ୍ତୁ ବିବାହର କିଛିଦିନ ପରେ ଚାକିରୀ କରିବି କହି ଶ୍ଵଶୁରଙ୍କଠାରୁ କିଛି ଟଙ୍କା ନେଇ ଅନ୍ତର୍ଯ୍ୟାମୀ ସେଠାରୁ ଚାଲି ଆସିଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ବହୁତ୍ ଥର ଡକାଯାଇଥିଲେ ମଧ୍ୟ ସେ ଧରା ଛୁଆଁ ଦେଇନଥିଲେ କି ଫେରିନଥିଲେ ।

ଫଳରେ ଲକ୍ଷ୍ମୀ ପ୍ରଭା ବାଧ୍ୟ ହୋଇ ତାଙ୍କ ଶ୍ବଶୁର ଘର ଏକଡାଳ ଗ୍ରାମକୁ ଆସିଥିଲେ । ସେଠାକୁ ଆସିବାପରେ ତାଙ୍କ ଶାଶୂ ଶ୍ବଶୁର ତାଙ୍କୁ ଗ୍ରହଣ କଲେ ନାହିଁ । ଆମେ ଏହି ବାହାଘର ବିଷୟରେ କିଛି ଜାଣିନୁ କହି ତାଙ୍କୁ ସେଠାରୁ ତଡ଼ି ଦେଇଥିଲେ । ଏହାକୁ ନେଇ ମହିଳା ଜଣକ ପ୍ରଥମେ କାନପୁର ଥାନା ମହିଳା କମିଶନର ଓ ପରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏତେ ସବୁ ପରେ ମଧ୍ୟ ଏହାର କୌଣସି ସମାଧାନ ହୋଇପାରି ନାହିଁ ।

ତେବେ ଆଜକୁ ଚାରିଦିନ ହେବ ଏହିପରି ଶ୍ବଶୁର ଘର ସାମ୍ନାରେ ବୋହୁ ବସି ରହିଛନ୍ତି । ଆଉ ଘର ସାମ୍ନାରେ ବସିବାକୁ ମନା କରୁଛନ୍ତି ଏବଂ ଗୋବର ମଧ୍ୟ ଫୋପାଡୁଛନ୍ତି ।

odia sambada
Comments (0)
Add Comment