ପ୍ରେମିକାକୁ ଦେଖା ନକରି ପାରିବାରୁ ପ୍ରେମିକା ର ଘର ସାମ୍ନା ରେ ବିଷ ପିଇ ଆତ୍ମହତ୍ୟା କରିଲା ଯୁବକ

ମଣିଷ ହେଉଛି ଶ୍ରେଷ୍ଠ ପ୍ରାଣୀ,କାରଣ ତା’ର ବୁଝିବା ଚିନ୍ତିବ ଶକ୍ତି ରହିଛି ଯାହା ଅନ୍ୟ ପ୍ରାଣୀ ପାଖରେ ନାହିଁ।ହେଲେ ଏଇ ଶ୍ରେଷ୍ଠ ପ୍ରାଣୀ ର ବୁଦ୍ଧି ଥାଇ ମଧ୍ୟ ବେଳେ ବେଳେ ନିର୍ବୁଦ୍ଧିଆ ଭଳି କାମ କରେ ଯାହା ଫଳ ରେ ପରିଣାମ ଖରାପ ହୁଏ ଓ ବେଳେ ବେଳେ ପରିଣାମ ମୃତ୍ୟୁ ମଧ୍ୟ ହୋଇଥାଏ।ଏମିତି ଏକ ନିର୍ବୁଦ୍ଧିଆ କାମ କରି ନିଜ ଜୀବନ କୁ ନିଜେ ଶେଷ କରିଦେଇଛନ୍ତି ଜଣେ ପ୍ରେମିକ।ପ୍ରେମିକ ଜଣଙ୍କ ପ୍ରେମ ରେ ଏତେ ପାଗଳ ହୋଇଯାଇଥିଲା ଯେ ପ୍ରେମିକା ର ଘର ଲୋକ ଦୁଇ ଜଣଙ୍କୁ ଦେଖା କରିବାକୁ ନ ଦେବାରୁ ପ୍ରେମିକା ର ଘର ଆଗରେ‘ତେରେ ବିନା ମରଜାୱାଁ….’ ଗୀତରେ ରିଲ୍‌ କରି ବିଷ ପିଇଦେଲେ।

ଘଟଣା ଟି ହେଉଛି ୟୁପି ର ଝାନସୀ ସହର ର।ମୃତ ପ୍ରେମିକଙ୍କ ନାମ ହେଲା ଶୁଭମ୍ ବର୍ମା ଯିଏ କି ଝାନସୀର ଗୋଲୁ ଜାନସିର ବଡ଼ଗାଁ ଫାଟକ ବାହାରେ ଥିବା ମାଷ୍ଟର କଲୋନୀର ବାସିନ୍ଦା। ସେ ଏକ ମେଡିକାଲ ଷ୍ଟୋରରେ କାମ କରୁଥିଲେ।ତେବେ କିଛି ମାସ ପୂର୍ବରୁ ମିଶନ କମ୍ପାଉଣ୍ଡରେ ରହୁଥିବା ଜଣେ ଝିଅ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ହେଲେ ଝିଅ ଘର ଲୋକ ଉଭୟଙ୍କ ମିଳାମିଶାକୁ ବିରୋଧ କରିବା ସହ ଶୁଭମ୍ ଙ୍କୁ ହତ୍ୟା କରିବାକୁ ଧମକ ମଧ୍ୟ ଦେଉଥିଲେ ।

ପ୍ରେମ ରେ ପାଗଳ ୨୦ ବର୍ଷୀୟ ବୟସ୍କ ଶୁଭମ୍ ନିଜ ପ୍ରେମିକାଙ୍କ ଘର ନିକଟରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ମରିବା ପୂର୍ବରୁ ସେ ଇନଷ୍ଟାଗ୍ରାମରେ ‘ତେରେ ବିନା ମରଜାୱାଁ …’ ଗୀତରେ ଏକ ରିଲ୍ ସେୟାର କରିଛନ୍ତି।ରିଲ୍‌ ସେୟାର କରିବା ସହ ସେ ନିଜର ଏବଂ ତାଙ୍କ ପ୍ରେମିକାଙ୍କ ଏକ ଫଟୋ ମଧ୍ୟ ରିଲ୍ ରେ ରଖିଥିଲେ।ମୃତକଙ୍କ ବଡ ଭାଇ ଉମେଶଙ୍କ କହିଛନ୍ତି, ଶୁଭମ୍‌ର ପ୍ରେମିକାର ବାପା ପ୍ରଥମେ ଫୋନ୍ କରି ଘଟଣା ସମ୍ପର୍କରେ ତା’ର ଏକ ସାଙ୍ଗକୁ ଜଣାଇଥିଲେ।ଆଉ ସେ ଦେଇଥିବା ଠିକଣାରେ ପହଞ୍ଚିଥିଲେ ଶୁଭମ୍‌ର ସାଙ୍ଗ ଓ ପରିବାର ଲୋକ।ପହଞ୍ଚିବା ପରେ ସେମାନେ ଦେଖିଲେ ଶୁଭମ୍‌ ତଳେ ଚେତାଶୂନ୍ୟ ହୋଇ ପଡ଼ିରହିଛି ।

ତା’ଙ୍କ ପାଖରୁ ଗୋଟିଏ ବିଷ ଶିଶି ମଧ୍ୟ ମିଳିଥିଲା।ତୁରନ୍ତ ଶୁଭମ୍ କୁ ଉଠାଇ ହସ୍ପିଟାଲ ପହଞ୍ଚିଥିଲେ ପରିବାର ଲୋକ।ହେଲେ ସେତେବେଳକୁ ବିଳମ୍ବ ହୋଇ ସାରିଥିଲା। ଡାକ୍ତର ଶୁଭମ୍ କୁ ମୃତ ଘୋଷଣା କରିଥିଲେ। ତେବେ ଶୁଭମ୍ ଙ୍କ ବାପା ଏବଂ ଭାଇ ଉମେଶ ଏଥିପାଇଁ ପ୍ରେମିକାର ପରିବାରକୁ ଦାୟୀ କରିଛନ୍ତି। ଶୁଭମ୍‌ର ମୃତ୍ୟୁ ନେଇ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା।ବର୍ତ୍ତମାନ ଶୁଭମ୍ ର ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି। ପୋଲିସ୍ ଘଟଣା ର ତଦନ୍ତ କରୁଛି।

odia sambada
Comments (0)
Add Comment