ବର୍ତ୍ତମାନ ଇଡି ନାଗ ହୁଙ୍କାରେ ପଶିଛି, ପଦାକୁ ବହୁତ୍ ଗୁମର ଆସିବ । କେଉଁ ନେତା, କେଉଁ ବ୍ୟବସାୟୀ, କେଉଁ ଫିଲ୍ମ ପ୍ରଯୋଜକ, କେଉଁ ବିଲଡରଙ୍କୁ ବ୍ଲାକମେଲ କରି ମାୟାବିନି ସୁନ୍ଦରୀ ଅର୍ଚ୍ଚନା ନାଗ କୋଟି କୋଟି ଟଙ୍କା ରୋଜଗାର କରୁଥିଲା । ମାତ୍ର ପାଞ୍ଚ ବର୍ଷରେ ନାଗ କେମିତି କୋଟିପତି ହୋଇଗଲା । ଆଉ ସବୁଠାରୁ ବଡ଼ କଥା ହେଉଛି ନାଗ ହୁଙ୍କାରେ ଇଡି ପଶି ସାରିବାପରେ ଚାରିଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।
ଆଉ ଏହି ଚାରିଜଣ ହେଉଛନ୍ତି ବ୍ଲାକମେଲିଙ୍ଗର ମାଷ୍ଟର ମାଇଣ୍ଡ ଅର୍ଚ୍ଚନା ନାଗ, ଯାହାକୁ ଆପଣ ସମସ୍ତେ ଜାଣିଛନ୍ତି, ସ୍ବାମୀ ଜଗବନ୍ଧୁ ଯିଏକି ବେକରେ ରୁମାଲ ବାନ୍ଧନ୍ତି, ଆଉ ଖଗା ଯିଏ ବେକରେ ମୋଟା ଚେନ ପକାଇଛି । କିନ୍ତୁ ଏଠି ସାମ୍ନାକୁ ଆଉ ଜଣେ ମହିଳା ଆସିଛନ୍ତି, ଯାହାଙ୍କ ନାମ ଶ୍ରଦ୍ଧାଞ୍ଜଳି ବେହେରା । ଯାହାଙ୍କ ନାମରେ ଇଡି ମାମଲା ରୁଜ୍ଜୁ କରିଛି ।
ଏଠାରେ ପ୍ରଶ୍ନ ଉଠୁଛି ଯେ ଶ୍ରଦ୍ଧାଞ୍ଜଳି ବେହେରା କିଏ ? ଶ୍ରଦ୍ଧାଞ୍ଜଳି ଦୀର୍ଘ ଦିନ ଧରି ଅର୍ଚ୍ଚନା ସହ କାମ କରୁଥିଲା । ଆଉ ଅର୍ଚ୍ଚନା ଶ୍ରଦ୍ଧାଞ୍ଜଳି ମାଧ୍ୟମରେ ହିଁ ଟଙ୍କା ଆଦାୟ କରୁଥିଲା । କୁହାଯାଉଛି ଯେ କିଛି ମାସ ତଳେ ଶ୍ରଦ୍ଧାଞ୍ଜଳି ଜରିଆରେ ଅର୍ଚ୍ଚନା ଦକ୍ଷିଣ ଓଡ଼ିଶାର ଜଣେ ନେତାଙ୍କ ଠାରୁ 30 ଲକ୍ଷ ଟଙ୍କା ଆଣିଥିଲେ । ଯାହାକୁ ନେଇ ବିବାଦ ମଧ୍ୟ ହୋଇଥିଲା । ଯେଉଁ 30 ଲକ୍ଷ ଟଙ୍କାକୁ ନେଇ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ମଧ୍ୟରେ କୁଆଡେ ବିବାଦ ଉଠିଥିଲା । ଆଉ ଶେଷରେ ଶ୍ରଦ୍ଧାଞ୍ଜଳି ଅର୍ଚ୍ଚନା ବିରୋଧରେ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ ।
ଆଉ ଏଇ ଟଙ୍କା ବିଷୟରେ ଇଡି ଶ୍ରଦ୍ଧାଞ୍ଜଳିକୁ ପଚରାଉଚରା କରିବ । ଆଉ ଏହାସହିତ ଅର୍ଚ୍ଚନାଙ୍କୁ ଜେଲରେ ଜେରା କରାଯିବ ବୋଲି ଇଡି ପକ୍ଷରୁ ସୂଚନା ମିଳିଛି । ତେବେ ଇଡିର ମୁଖ୍ୟ ଲକ୍ଷ ରହିଛି ଅର୍ଚ୍ଚନା ପୁରୁଣା କାର ବ୍ୟବସାୟକୁ ଛାଡ଼ିଦେଲେ ଆଉ କଣ କଣ ବ୍ୟବସାୟ କରୁଥିଲେ । କେଉଁ ଉପାୟରେ କୋଟି କୋଟି ଟଙ୍କା ଅର୍ଜନ କରୁଥିଲେ । ଆଉ ଅର୍ଚ୍ଚନାର ଆକାଉଣ୍ଟକୁ କିଏ କେତେ ନଗଦ ଟଙ୍କା ଦେଉଥିଲା । ଯେଉଁମାନଙ୍କ ସହ ଆକାଉଣ୍ଟରେ କାରବାର ହୋଇଛି, କଣ ପାଇଁ ହୋଇଛି ? ଏପରି ଅନେକ ଗୁଡ଼ିଏ ପ୍ରଶ୍ନର ଉତ୍ତର ଇଡି ଖୋଜୁଛି ।