ସ୍ଵାମୀ ସୁଖ ସ୍ତ୍ରୀ ନପାଇଲେ ଅନ୍ୟ ପୁରୁଷ ସହ ସମ୍ପର୍କ ରଖି ପାରିବ ସ୍ତ୍ରୀ । ଏପରି କଣ କହିଲେ ଅନୁରାଧା

ସମସ୍ତେ ଗୃହସ୍ଥ ଜୀବନରେ ସୁଖର ଇଚ୍ଛା ରଖିଥାନ୍ତି । ଦିନସାରାର କାର୍ଯ୍ୟ ପରେ ବ୍ୟକ୍ତି ଘରକୁ ଲେଉଟିବା ପରେ ହିଁ ପ୍ରକୃତ ସୁଖ ପ୍ରାପ୍ତି କରିଥାଏ । କିନ୍ତୁ ଅନେକ ସମୟରେ ପତି ପତ୍ନୀଙ୍କ ମଧ୍ୟରେ ମନାନ୍ତର ବା ମତାନ୍ତର ଯୋଗୁଁ ସୁଖଶାନ୍ତିରେ ବାଧା ଉପୁଜିଥାଏ । ଯାହାଫଳରେ ମନୁଷ୍ୟ ଜୀବନ ପ୍ରତି ଏକଦମ ନିରାଶ ହୋଇପଡେ । ଆଉ ଗୃହସ୍ଥ ଜୀବନରେ ଅଶାନ୍ତି ଓ କଳିଝଗଡା ଲାଗି ରହିଲେ ମନୁଷ୍ୟ ଶାନ୍ତିରେ ଜୀବନଯାପନ କରିବା କଷ୍ଟକର ହୋଇପଡେ । ତେବେ ପରିବାରରେ ଉତ୍ପନ୍ନ ଅଶାନ୍ତି ଅନେକ କାରଣରୁ ହୋଇଥାଏ ।

ଆଉ ଆଜିକାଲି ସମୟରେ ପତି ପତ୍ନୀଙ୍କ ସମ୍ବନ୍ଧରେ ଫାଟ ଓ ମନୋମାଳିନ୍ୟର ସବୁଠାରୁ ମୁଖ୍ୟ କାରଣ ହେଉଛି ପରକୀୟା ପ୍ରୀତି । ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ବହୁତ ହିଁ ପବିତ୍ର ହୋଇଥାଏ । ବିବାହ ପରେ ପୁରୁଷ ଓ ନାରୀ ମଧ୍ୟରେ ଗଢିଉଠୁଥିବା ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ହିଁ ମଧୁରମୟ ହୋଇଥାଏ । ଏହି ଦାମ୍ପତ୍ୟ ଜୀବନର ପ୍ରେମ ସମ୍ପର୍କରେ ବହୁତ ସମୟରେ ସ୍ଵାମୀ ମାନଙ୍କ ପାଇଁ ଭାଙ୍ଗିଯାଇଥାଏ । ଯେଉଁ କାରଣରୁ ସ୍ତ୍ରୀ ଅନ୍ୟ ପୁରୁଷ ସହିତ ସହିତ ସମ୍ପର୍କ ରଖିବାକୁ ବାଧ୍ୟ ହୋଇଥାଏ ଓ ସ୍ଵାମୀକୁ ସର୍ବଦା ସ୍ତ୍ରୀ ସୁଖରୁ ବଞ୍ଚିତ ହୋଇ ରହିବାକୁ ପଡିଥାଏ।

ହୁଏତ ବର୍ତ୍ତମାନ ସମୟରେ ସମାଜରେ ଏମିତି ଅନେକ ଘଟଣା ହେଉଛି ଯେ ସ୍ୱାମୀ ଥାଉ ଥାଉ କିମ୍ବା ସ୍ତ୍ରୀ ଥାଉ ଥାଉ ଲୋକେ ପର ସ୍ତ୍ରୀ ଏବଂ ପର ପୁରୁଷ ସହିତ ସମ୍ପର୍କ ରଖୁଛନ୍ତି । ଏମିତି ଅନେକ ଘଟଣା ଶୁଣିବାକୁ ମଧ୍ୟ ମିଳୁଛି । ଆଉ ଉକ୍ତ କାରଣରୁ ଗୋଟିଏ ସୁଖର ସଂସାର ମଧ୍ୟ ଆଖି ପିଛୁଳାକେ ନଷ୍ଟ ହୋଇ ଯାଉଛି । ତେବେ ଏହାକୁ ନେଇ ନିଜର ମତ ଦେଇଛନ୍ତି ଅନୁରାଧା ଦାସ । ଯିଏକି ସତ୍ୟନଗର ଲେଡିସ୍ ଫ୍ରମର ସମ୍ପାଦିକା ଅଟନ୍ତି । ସେ କହିଛନ୍ତି କି ସ୍ଵାମୀ ସ୍ତ୍ରୀ ମଧ୍ୟରେ ଯେତେବେଳେ ଗୋଟେ ତୃତୀୟ ବ୍ୟକ୍ତି ପ୍ରବେଶ କରେ ତାହାକୁ ପରକୀୟା ପ୍ରୀତି କୁହାଯାଏ । ଆଉ ଏବେ ସୁପ୍ରିମ କୋର୍ଟ ମଧ୍ୟ କହିଦେଲା ଯେ ଏଟା କୌଣସି ଅପରାଧ ନୁହେଁ ବୋଲି ।

କିନ୍ତୁ ଏଟା ଅପରାଧ ନହେଲେ ମଧ୍ୟ ଆମେ ଯେଉଁ ସମାଜରେ ରହୁଛୁ ତାର ବିରୁଦ୍ଧ ଅଟେ ।ଏପରିକି ପିଲା ଛୁଆଙ୍କ ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡିଥାଏ । ସ୍ଵାମୀ ସ୍ତ୍ରୀଙ୍କ ପରସ୍ପର ପ୍ରତି ପ୍ରେମ ଓ ଆସକ୍ତି ଭାବ କମିଗଲେ ହିଁ ସେମାନେ ଅନ୍ୟମାନଙ୍କ ସହ ସମ୍ପର୍କ ରଖିବେ । ଏଥିପାଇଁ ବିବାହ ପୂର୍ବରୁ ହିଁ ଭଲକରି ଥରେ ବିବେଚନା କରିନେବା ଉଚିତ୍ ।

odia sambada
Comments (0)
Add Comment