ଭାରତ Vs ବାଂଲାଦେଶ ଟି-୨୦ ବିଶ୍ୱକପ୍: ବାଂଲାଦେଶ ଠାରୁ ଯଦି ଭାରତ ହାରିଯାଏ,ତେବେ କ’ଣ ହେବ ସେମିଫାଇନାଲର ଅଙ୍କ ?

ଟି-୨୦ ବିଶ୍ୱକପ ୨୦୨୨ ରେ ଭାରତୀୟ ଦଳ ବୁଧବାର (୨ ନଭେମ୍ବର ଦିନ) ବାଂଲାଦେଶ ସହ ସାମ୍ନା କରିବାକୁ ଯାଉଛି|ଏହି ମ୍ୟାଚ ଐତିହାସିକ ଏଡିଲେଡରେ ଖେଳାଯିବ|ଭାରତୀୟ ଦଳକୁ ପୂର୍ବ ମୁକାବିଲାରେ ଦକ୍ଷିଣ ଆଫ୍ରିକା ଠାରୁ ୫ ୱିକେଟ୍ ରେ ହାରିଥିଲା|ଏଥିପାଇଁ ବାଂଲାଦେଶ ବିରୁଦ୍ଧରେ ଜିତିବା ଦଳ ପାଇଁ ମୁଖ୍ୟ ଭୂମିକା ନିର୍ବାହ କରେ|ତେଣୁ ପ୍ରଶ୍ନ ଉଠିଛି ଯଦି ବାଂଲାଦେଶ ବିରୁଦ୍ଧରେ ଜିତେ ତେବେ କ’ଣ ହେଵ ?

ଯଦି ଭାରତ ବାଂଲାଦେଶ ଠାରୁ ହାରେ ତେବେ ସେମିଫାଇନାଲରେ ପହଞ୍ଚିବା ସମ୍ଭାବନା କ୍ଷୀଣ|ଏହାପରେ ଭାରତ ପାଖରେ ୬ ଅଙ୍କ ରହିବ|ଯଦି ବାଂଲାଦେଶ ମ୍ୟାଚ ଧୋଇ ହୋଇଗଲା ତେବେ ଭାରତ ଜିମ୍ବାୱେ ବିପକ୍ଷରେ ଜିତି ସେମିଫାଇନାଲ ପର୍ଯ୍ୟନ୍ତ ଯାଇପାରେ କାରଣ ଭାରତର ନେଟ୍ ରନ ରେଟ୍ ବାଂଲାଦେଶ ଠାରୁ ଭଲ ରହିଛି|

ଯଦି ଭାରତ ବାଂଲାଦେଶ ଠାରୁ ହାରେ ଓ ବାଂଲାଦେଶ ଅନ୍ତିମ ମୁକାବିଲାରେ ପାକିସ୍ତାନ କୁ ହରାଏ ତେବେ ସେ ଦକ୍ଷିଣ ଆଫ୍ରିକା ସହ ସେମିଫାଇନାଲରେ ପହଞ୍ଚି ପାରିବ|ଦକ୍ଷିଣ ଆଫ୍ରିକା କୁ କମଜୋର ନେଦରଲାଣ୍ଡ ଓ ପାକିସ୍ତାନ ସହ ଖେଳିବାକୁ ପଡିବ ଓ ଗୋଟିଏ ମ୍ୟାଚ ଜିତି ସେ ୭ ପଏଣ୍ଟରେ ପହଞ୍ଚି ଯାଇପାରିବ|ପାକିସ୍ତାନ ପାଇଁ ସେମିଫାଇନାଲ କଷ୍ଟକର କାରଣ ସେ ସର୍ବାଧିକ ୬ ପଏଣ୍ଟ ପାଇ ପାରିବ|

ଯଦି ଭାରତ ବାଂଲାଦେଶ ଠାରୁ ହାରେ ଓ ପାକିସ୍ତାନ ଦକ୍ଷିଣ ଆଫ୍ରିକା କୁ ହରାଏ ତେଵେ ସମ୍ଭାବନା ରହିଛି|ଫଳରେ ଭାରତ ପାକିସ୍ତାନ ୪-୪ ହେବ|ପୁଣି ୬ ନମ୍ଵରର ଅଧିକ ସମ୍ଭାବନା ରହିବ|ସେ ଦିନ ଭାରତର ସାମ୍ନା ଜିମ୍ବାୱେ, ଦକ୍ଷିଣ ଆଫ୍ରିକା ର ନେଦରଲାଣ୍ଡ ସହ, ପାକିସ୍ତାନର ବାଂଲାଦେଶ ସହ ହେବ|ଯଦି ଭାରତ ଓ ପାକିସ୍ତାନ ଉଭୟଙ୍କ ମ୍ୟାଚ ଜିତନ୍ତି ତେଵେ ୬-୬ ହେବ ଫଳରେ ନେଟ୍ ରନ୍ ରେଟ୍ ଦଳ ଆଗକୁ ଯିବ|

ଦେଖାଯାଏ ଯଦି ଜିମ୍ବାୱେ ମଧ୍ୟ ସେମିଫାଇନାଲ ରେସରେ ରହିଛି|ସେ ଯଦି ନେଦରଲାଣ୍ଡ ଓ ଭାରତ ବିପକ୍ଷରେ ମ୍ୟାଚ ଜିତିଥାଏ ତେବେ ୭ ଅଙ୍କ ପାଇବ|କେବଳ ନେଦରଲାଣ୍ଡ ୩ ମ୍ୟାଚ ହାରି ସେମିଫାଇନାଲରୁ ବାହାରି ଯାଇଛି|

odia sambada
Comments (0)
Add Comment