ଅନୁଭବଙ୍କ ଘରର ଚାବି ଫେରାଇ ଦେଲେ ବର୍ଷା, କହିଲେ ତୁମ ଘର ଏବେ ତୁମେ ସମ୍ଭାଳ।

ଚଳଚ୍ଚିତ୍ର ଦୁନିଆରେ କିଛି ମାସ ପୂର୍ବରୁ ଘଟିଥିଲା ଏମିତି ଘଟଣା ଯାହା ସାରା ଓଡ଼ିଆ ସିନେ ଜଗତକୁ ସ୍ତବ୍ଧ କରିଦେଇଥିଲା। ଆଜ୍ଞା ହଁ ଆମେ ସେହି ଜଣାଶୁଣା ଯୋଡ଼ି ,ଯେଉଁ ଯୋଡିକୁ ଲୋକମାନେ ଖୁବ୍ ଭଲପାଇବା ଦେଇଥାନ୍ତି ସିଆ ଆଉ କେହି ନୁହେଁ ଆମ ଓଲିଉଡ ଜଗତର ଖୁବ୍ ପରିଚିତ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ବିଷୟରେ କହୁଛୁ। ସେମାନେ ନିଜ ଇଚ୍ଛାରେ ବିବାହ କରିବା ସହ କିଛି ଦିନପରେ ଦୁହିଁଙ୍କ ମଧ୍ୟରେ ଭୁଲ ବୁଝାମଣା ହେତୁ ସେମାନେ ଦୁହେଁ ଦୁହିଁଙ୍କୁ ଛାଡ଼ପତ୍ର ଦେବେ ବୋଲି ନିଷ୍ପତି ନେଲେ ଏବଂ କିଛି ଦିନପରେ ତାହା କୋର୍ଟ ରେ ସମ୍ପାଦନ ହୋଇପାରୁନାହିଁ।

ଛାଡପତ୍ର କଥା କୋର୍ଟ ରେ ପହଞ୍ଚିବା ପରେ ମଧ୍ୟ ବର୍ଷା ପ୍ରିୟଦର୍ଶିନୀ ତାଙ୍କର ଶାଶୁଘରେ ମାନେ ଅନୁଭବ ମହାନ୍ତିଙ୍କ ବାସଗୃହରେ ରହିଆସୁଥିଲେ।ବହୁତ ଦିନର ବ୍ୟବଧାନ ପରେ ସେମାନେ ଅଲଗା ହେଲେ କିନ୍ତୁ ବର୍ଷା ପ୍ରିୟଦର୍ଶିନୀ ତାଙ୍କର ଶାଶୁଘରେ ହିଁ ରହୁଥିଲେ।ଏହି ଘଟଣା ଏମିତି ମୋଡ଼ ନେଲା ଯାହା ଫଳରେ ସେମାନଙ୍କୁ ବହୁବାର କୋର୍ଟ ର ଦ୍ୱାରସ୍ଥ ହେବାକୁ ପଡ଼ିଥିଲା।ଅନୁଭବ ବହୁଥର ବର୍ଷାଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ।ଶେଷରେ ଏକ ସିନେ ଜଗତର ଲୋକ ପ୍ରିୟ ଯୋଡ଼ି ଭାବେ ଜଣା ଶୁଣା ଯୋଡ଼ି ଅଲଗା ହୋଇଗଲା।

ଏତେ ସମୟ ପରେ ମଧ୍ଯ ସେମାନେ ପରସ୍ପର ଙ୍କୁ ଛାଡପତ୍ର ଦେଇପାରିନାହାନ୍ତି,ତାହା କେବଳ ବର୍ଷାଙ୍କ ପାଇଁ ଯିଏ କୁ କୋର୍ଟର ସମୟକୁ ନଷ୍ଟ କରି କୋର୍ଟ କୁ ଆସୁନଥିଲେ ଯାହାଫଳରେ ଏହି କାର୍ଯ୍ୟ ରେ ବିଳମ୍ବ ହେବା ସହ କୋର୍ଟ ର ସମୟ ମଧ୍ଯ ନଷ୍ଟ ହେଉଥିଲା।ଏହି ଘଟଣା ଏବେ କଟକ ର ଫ୍ୟାମିଲି କୋର୍ଟରେ ଶୁଣାଣି ଚାଲିଛି,ଯାହା ଦ୍ୱାରା ଦୁହେଁ କୋର୍ଟର ଦ୍ବାରସ୍ଥ ହେଉଛନ୍ତି।ପ୍ରଥମେ ବର୍ଷା କୋର୍ଟର କଥାକୁ ଅମାନ୍ୟ କରି କୋର୍ଟ କୁ ଆସିନଥିଲେ କିନ୍ତୁ ଏବେ ବର୍ଷା କୋର୍ଟର କଥାକୁ ମାନିବା ସହ କୌଣସି କାମ ଥିଲେ ବି ସେ ପ୍ରଥମେ କୋର୍ଟକୁ ଠିକ୍ ସମୟରେ ଆସି ହାଜର ହେଇଯାଉଛନ୍ତି।

ବହୁତ ଦିନ ଧରି ବର୍ଷା କୋର୍ଟର ଆଦେଶକୁ ଅବମାନନା କରୁଥିଲେ କିନ୍ତୁ ସେ ଠିକ୍ ସମୟରେ ଆସି ଫ୍ୟାମିଲି କୋର୍ଟର ପହଞ୍ଚି ଯାଉଛନ୍ତି।ଏଥିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି ଯେ ଏହି ଘଟଣା ର ଫଳାଫଳ ବହୁ ଶୀଘ୍ର ଲୋକଙ୍କ ସମ୍ମୁଖକୁ ଆସିଯିବ।ବର୍ଷା ପ୍ରିୟଦର୍ଶିନୀ ଫ୍ୟାମିଲି କୋର୍ଟରେ ସେ ତାଙ୍କ ଶାଶୁଘରେ ରହୁଥିବା ରୁମ୍ ର ଚାବି ନିଜ ପାଖରେ ରଖିଥିଲେ କିନ୍ତୁ ସେ ଆଜି ସେ ଚାବି କୁ କୋର୍ଟ ସମ୍ମୁଖରେ ଅନୁଭବ ଙ୍କ ହାତ କୁ ଟେକି ଦେଇ କହିଛନ୍ତି ଯେ ସେ ଘରେ ତାଙ୍କର କିଛି ଗୁରୁତ୍ଵପୂର୍ଣ୍ଣ ଜିନିଷ ରହିଯାଇଥିଲା ଯାହା ଦ୍ଵାରା ସେ ଅନୁଭବ ଙ୍କୁ ତାଙ୍କ ରୁମ୍ ଚାବି ଫେରାଇନଥିଲେ ବୋଲି କହିଛନ୍ତି।

odia sambada
Comments (0)
Add Comment