ସିଏସ୍ଏ ଟି-୨୦: ଟି ୨୦ ମ୍ୟାଚରେ ବନିଗଲା ରେକର୍ଡ଼ ୫୦୧ ରନ୍, ମୁମ୍ବାଇ ଇଣ୍ଡିଆନ୍ସର ଏହି ୧୯ ବର୍ଷିୟ ଖେଳାଳି ଏକୁଟିଆ ସୃଷ୍ଟି କଲା ତାଣ୍ଡବ

କୈଣସି ଟି-୨୦ କ୍ରିକେଟ ମ୍ୟାଚରେ ୫୦୧ ରନ ..ଶୁଣିକରି ଆଶ୍ଚର୍ଯ୍ୟ ତ ହେଉଥିବେ.. କିଛି ଏହାକୁ ଅସମ୍ଭବ ଭାବୁଥିବେ କିନ୍ତୁ ଏଭଳି ହୋଇଛି|ସିଏସ୍ଏ ଟି-୨୦ ଚ୍ୟାଲେଞ୍ଜର ମୁକାବିଲାରେ ଏହି ରେକର୍ଡ଼ ବନିଛି|ଏହାକୁ ସମ୍ଭବ କରିଛନ୍ତି ମୁମ୍ବାଇ ଇଣ୍ଡିଆନ୍ ତରଫରୁ ପ୍ରତିନିଧିତ୍ଵ କରୁଥିବା ୧୯ ବର୍ଷିୟ ଡେବାଲ୍ଡ ବ୍ରୋବିସ୍|ବ୍ରୋବିସ୍ ଓପନିଙ୍ଗ କରି ଧୂଆଁଧାର ବ୍ୟାଟିଂ ଫଳରେ ସ୍କୋର ୨୭୦ ପହଞ୍ଚାଇ ଦେଇଥିଲେ|ପ୍ରତିପକ୍ଷ ଦଳ ୨୩୦ ରନ କରିଥିଲେ|

ପୋଟଚେଫଷ୍ଟୁମରେ ଖେଳାଯାଇଥିବା ସିଏସ୍ଏଟି-୨୦ ଚ୍ୟାଲେଞ୍ଜର ଏକ ମୁକାବିଲାରେ ୩୧ ଅକ୍ଟୋବର ରାତିରେ ବିଶ୍ୱ ରେକର୍ଡ ବନିଲା|ଦକ୍ଷିଣ ଆଫ୍ରିକା ଏହି ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଟାଇଟନ୍ସ ଓନାଇଟ ସାମ୍ନାସାମ୍ନି ହୋଇଥିଲେ|ଟାଇଟନ୍ସ ୨୦ ଓଭରରେ ୩ ୱକେଟ ହରାଇ ୨୭୧ ରନ କରିଥିଲେ ଓ ନାଇଟ ୯ ୱକେଟରେ ୨୩୦ ରନ କରିଥିଲେ|

ପ୍ରଥମେ ବ୍ୟାଟିଂ କରି ଟାଇଟନ୍ସ ପକ୍ଷରୁ ୨୦ ଓଭରରେ ୩ ୱିକେଟ ହରାଇ ୨୭୧ ରନ କରିଥିଲେ|ଓପନର ବ୍ରୋବିସ ୫୭ ବଲରୁ ୧୬୨ ରନ କରିଥିଲେ|ତାଙ୍କ ଷ୍ଟ୍ରାଇକ ରେଟ୍ ୨୮୪ରୁ ଉର୍ଦ୍ଧ୍ବ ଥିଲା|ସେ ଏଥିରେ ୧୩ ଚୈକାଓ ୧୩ ଛକା ମାରିଥିଲେ|ଏହା ବ୍ୟତୀତ ପିଲ୍ଲଇ ୪୫ ବଲରୁ ୪ ଚୈକା ଓ ଗୋଟିଏ ଛକା ସାହାଯ୍ୟରେ ୫୨ ରନ କରିଥିଲେ|ବ୍ରୋଵିସ ଓ ଜିବସନ ୧୭୯ ରନର ଭାଗିଦାରୀ ଯାହା ୧୪.୨ ଓଭରରେ କରିଥିଲେ|୧୯ ବର୍ଷିୟ ବ୍ରୋବିସ ଆଇପିଏଲ ରେ ୪ ଥର ମୁମ୍ବାଇ ଇଣ୍ଡିଆନ୍ ପାଇଁ ଖେଳିଛନ୍ତି|

ବିଶାଳ ଲକ୍ଷ୍ୟର ପିଛା କରି ନାଇଟ୍ସ ୨୦ ଓଭରରେ ୯ ୱିକେଟ ଫଳରେ ୨୩୦ ରନ କରିଥିଲେ|ଫଳରେ ୪୧ ରନରେ ହାରିଥିଲେ|ଏହା ପୂର୍ବରୁ ୨୦୧୬-୧୭ ରେ ସୁପର ସ୍ମେଶ୍ ଓ ଓଟାଗୋ ମଧ୍ୟରେ ୪୯୭ ରନ ହୋଇଥିଲା|ପୋଟଚେଫଷ୍ଟୁମରେ ଦୁଇଦଳ ମିଶି ୩୬ ଛକା ଲଗାଇଥିଲେ|

odia sambada
Comments (0)
Add Comment