ଆସୁଛି ଆଉ ଏକ ଗ୍ରହଣ,ଏହି ଦିନ ଦାନ କଲେ ନିଶ୍ଚିତ ପାଇବେ ଚାକିରୀ।

କିଛି ଦିନ ପୂର୍ବରୁ ଏକ ବିରଳ ପରାଗ ପରେ ଏବେ ଆସୁଛି ଆଉ ଏକ ଗ୍ରହଣ ଯାହା ଲୋକଙ୍କ ଶରୀର ପକ୍ଷେ ଅଶୁଭପ୍ରଦ ହେଇପାରେ।ବସ୍ତୁ ଶାସ୍ତ୍ରବିତ୍ ଙ୍କ ତଥ୍ୟ ଅନୁସାରେ ଏହି ଦିନ କିଛି ଜିନିଷ ଦାନ କରିବା ନିହାତି ଆବଶ୍ୟକ ଯାହା ଦ୍ୱାରା ଆପଣଙ୍କ ମନସ୍କାମନା ପୂର୍ଣ୍ଣ ହେବା ସହ ସୁଖ ପ୍ରାପ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି।ଆଜ୍ଞା ହଁ ଆସୁଛି ଏକ ଗ୍ରହଣ ଯାହା ନଭେମ୍ବର ମାସରେ ୮ତାରିଖ ରେ ଘଟିବାକୁ ଯାଉଛି।ଏହି ଗ୍ରହଣ ହେଉଛି ଏହି ବର୍ଷର ଶେଷ ଗ୍ରହଣ ଯାହା ଦ୍ଵାରା ନଭେମ୍ବର ୭ତାରିଖ ସକାଳ ୮.୨୯ ରୁ ପାକ ନିଷେଧ ବୋଲି ବାସ୍ତୁବିତ୍ ମାନେ ଜଣାଇଛନ୍ତି।ଏହି ଗ୍ରହଣ ଓଡ଼ିଆ ମାସ ଅନୁସାରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ହେବାକୁ ଯାଉଛି ଯାହା ଏଇ ବର୍ଷ ର ଶେଷ ଗ୍ରହଣ ବୋଲି କୁହାଯାଉଛି।

ଏହି ଗ୍ରହଣ ରେ ସମସ୍ତ ରାଶିର ଲୋକଙ୍କ ପାଇଁ ଏହି ବାର୍ତ୍ତା ରହିଛି ଯେ ଯେଉଁ ମାନେ କିଛି ପାଇବାର ଆଶା କରୁଛନ୍ତି ତାହେଲେ ଏହି ଦିନରେ ଗରିବ ଲୋକଙ୍କୁ ଆପଣଙ୍କ ମନପସନ୍ଦର କିଛି ଦ୍ରବ୍ଯ ଦାନ କରନ୍ତୁ।ଏହି ଦିନରେ କିଛି ଦାନ କଲେ ଆପଣଙ୍କର ଉନ୍ନତ ଚାକିରି ହେବା ସହ ଆପଣଙ୍କର ମଧ୍ୟ ଉନ୍ନତି ଆଣିବ।ଚାକିରି କିମ୍ବା କର୍ମକ୍ଷେତ୍ରରେ ସମସ୍ୟା ରହୁଥିଲେ ଆପଣ ଗ୍ରହଣ ଦିନ କିଛି ମୋତି ରେ ତିଆରି କିଛି ଅଳଙ୍କାର ଦାନ କରନ୍ତୁ ଯାହା ଦ୍ଵାରା ଆପଣଙ୍କର ଚାକିରି କ୍ଷେତ୍ରରେ ଶୁଭ ଖବର ପ୍ରାପ୍ତ ହେବା ବୋଲି ଶାସ୍ତ୍ରବିତ୍ ମାନେ ଆକଳନ କରିଛନ୍ତି।

ଶାସ୍ତ୍ର ଅନୁସାରେ କୁହାଯାଏ ଯେ ଘରେ ପିଲାମାନେ ସୌନ୍ଦର୍ଯ୍ୟ କୁ ନେଇ ସର୍ବଦା ସଚେତନ ରହିଥାନ୍ତି ଏହି ଦିନରେ ଅଭାବୀ ପିଲାମାନଙ୍କୁ କ୍ଷୀର,ଖେଳନା କିମ୍ବା ପୋଷାକ ଆଦି ଦାନ କଲେ ନିଶ୍ଚିତ ସଫଳତା ମିଳିପାରେ। ଯଦି ଆପଣ କିଛି କଥା କୁ ନେଇ ଦ୍ଵନ୍ଦ କିମ୍ବା ଟେନ୍ସନ୍ ରେ ଅଛନ୍ତି ତାହେଲେ ଆପଣ ଗ୍ରହଣ ଦିନ ଧଳା ପୋଷାକ ପିନ୍ଧିବା ସହ ଚିନି ଓ ଶ୍ୱେତ ରଙ୍ଗର ପୋଷାକ ଦାନ କରନ୍ତୁ ଭଲ ଫଳ ପ୍ରାପ୍ତି ହେବାସହ ଆପଣଙ୍କ ଟେନସନ ମଧ୍ୟ ଦୂର ହେବ। ଯଦି ଆପଣଙ୍କ ଘରେ କିଛି ଆର୍ଥିକ ସଙ୍କଟ ଦେଖାଯାଇଛି ତାହେଲେ ଆପଣ ଏହି ଦିନରେ କ୍ଷୀର,ଚାଉଳ କିମ୍ବା ଉଭୟ ପଦାର୍ଥ ରେ ତିଆରି କିଛି ଜିନିଷ ଦାନ କରନ୍ତୁ ଆପଣଙ୍କ ସମସ୍ୟାର ଶୀଘ୍ର ସମାଧାନ ହେବା ସହ ଆର୍ଥିକ ସଙ୍କଟ ଦୁର ହେବ।

ଏମିତି କୁହାଯାଇଥାଏ ଯେ ଏହି ଦିନ କିଛି ଖାଦ୍ୟ ଦ୍ରବ୍ଯ ଗୁଡିକୁ ଦାନ କଲେ ମାଆ ଲକ୍ଷ୍ମୀ ନକର ଆସ୍ଫର୍ଦ୍ଧ ମିଳିଥାଏ ଓ ଘର ଧନ ଧାନ୍ୟ ରେ ପରିପୂର୍ଣ ହୋଇଯାଏ।ଯଦି ଆପଣଙ୍କ ଘରେ କେହି ଲୋକ ଦୀର୍ଘ ଦିନ ଧରି ରୋଗଗ୍ରସ୍ତ ହେଇଥାନ୍ତି ତାହେଲେ ଗ୍ରହଣ ଦିନ ଆପଣ ଏକ କାଚ ଗ୍ଲାସରେ ପାଣି ନେଇ ସେଥିରେ ଏକ ରୂପା ମୁଦ୍ରା ପକାନ୍ତୁ ଆଉ ସେଥିରେ ରୋଗୀର ମୁହଁ କୁ ଦେଖାଇବା ପରେ ସେ ମୁଦ୍ରାକୁ ଦାନ କରନ୍ତୁ ,ଏମିତି କଲେ ସେ ରୋଗୀର ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ବସ୍ତୁ ଓ ଜ୍ୟୋତିର୍ବିଦ ଙ୍କ କହିବା ଅନୁସାରେ ଗ୍ରହଣ ଓ ପରାଗ ଦିନରେ କିଛି ଦାନ କଲେ ମନସ୍କାମନା ପୂର୍ଣ୍ଣ ହେବା ସହ ସୁଖ ଓ ସମୃଦ୍ଧି ସହ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।

odia sambada
Comments (0)
Add Comment