ଖେଳିବେନି ବିରାଟ ଓ ରୋହିତ, ହାର୍ଦ୍ଦିକ ଅଧୀନରେ ଖେଳିବ ଭାରତୀୟ ଟି -୨୦ ଦଳ

ଚାଲିଛି ଟି-୨୦ ବିଶ୍ୱକପର କଡା ମୁକାବିଲା|ଲାଗିଛି ସୁପର ୧୨ ଦଳ ମାନଙ୍କ ମଧ୍ୟରେ କଡା ଲଢେଇ|କିଏ ଟ୍ରଫି ହାତେଇବ ତାକୁ ନେଇ ଚାଲିଛି କସରତ|ଏବେ ଏହାରି ଭିତରେ ଏକ ବଡ ଖବର ଆସି ପହଞ୍ଚିଛି|ଟି-୨୦ ଦଳର ଅଧିନାୟକ ରୋହିତ ଶର୍ମା ବାଦ ପଡିବା ପରେ
ହାର୍ଦ୍ଦିକ ପାଣ୍ଡ୍ୟା ହୋଇଛନ୍ତି ଟି -୨୦ ସିରିଜର ଅଧିନାୟକ|ଆପଣ ଭାବୁଥିବେ ଟି-୨୦ ବିଶ୍ୱକପରୁ ବୋଧେ ରୋହିତ ବାଦ ପଡିଛନ୍ତି, କିନ୍ତୁ ଏହା ସତ ନୁହେଁ|ନ୍ୟୁଜିଲାଣ୍ଡ ଗସ୍ତରୁ ଟି-୨୦ ଓ ଏକଦିବସୀୟ ସିରିଜର ଦଳ ଘୋଷିତ ହୋଇଛି|ଏଥିରେ ବଡବଡ ଖେଳାଳିଙ୍କୁ ବାଦ ଦିଆଯାଇଛି|ଟି-୨୦ ବିଶ୍ୱକପ ପରେ ଭାରତକୁ ନ୍ୟୁଜିଲାଣ୍ଡ ଗସ୍ତ କରିବାକୁ ପଡ଼ିବ|ସୋମବାର ସନ୍ଧ୍ୟାରେ ବିସିସିଆଇ ଏଥିପାଇଁ ଦଳ ଘୋଷିତ କରିଛି|ଭାରତକୁ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନିଟି ଟି-୨୦ ଓ ତିନିଟି ଏକଦିବସୀୟ ମ୍ୟାଚ ଖେଳିବାକୁ ପଡିବ|ଏହି ସିରିଜ ପାଇଁ ଦଳର ବରିଷ୍ଠ ଖେଳାଳୀଙ୍କ ଆରାମ ଦିଆଯାଇଛି|

ତେବେ ଟି-୨୦ ଦଳର ଅଧିନାୟକ ଦାୟିତ୍ଵ ହାର୍ଦ୍ଦିକ ପାଣ୍ଡ୍ୟା ସମ୍ଭାଳିବେ|ଏକଦିବସୀୟ ଦଳର ଅଧିନାୟକ ହେବେ ଶିଖର ଧାୱନ|

ଟି-୨୦ ଦଳ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ),ଋଷଭ ପନ୍ଥ(ଉପ ଅଧିନାୟକ),ଶୁଭମ ଗିଲ୍,ଈଶାନ କିସାନ,ଦୀପକ ହୁଡ୍ଡା, ସୂର୍ଯ୍ୟ କୁମାର ଯାଦବ,ଶ୍ରେୟସ ଆୟର,ସଞ୍ଜୁ ସାମସନ,ୱସିଙ୍ଗଟନ ସୁନ୍ଦର,ୟୁଜବେନ୍ଦର ଚହଲ,କୂଳଦୀପ ଯାଦବ,ଅର୍ଶଦୀପ ସିଂ,ହର୍ଷଲ ପଟେଲ, ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର ଓ ଉମରାନ ମଲ୍ଲିକ

ଏକଦିବସୀୟ ଦଳ: ଶିଖର ଧାୱନ (ଅଧିନାୟକ),ଋଷଭ ପନ୍ଥ(ଉପ ଅଧିନାୟକ),ଶୁଭମ ଗିଲ୍,ଦୀପକ ହୁଡ୍ଡା, ସୂର୍ଯ୍ୟ କୁମାର ଯାଦବ,ଶ୍ରେୟସ ଆୟର,ସଞ୍ଜୁ ସାମସନ,ୱସିଙ୍ଗଟନ ସୁନ୍ଦର,ଶାର୍ଦୁଲ ଠାକୁର,ସହବାଜ ଅହମଦ,ୟୁଜବେନ୍ଦର ଚହଲ,ହର୍ଷଦୀପ ସିଂ,ଦୀପକ ଚହର,କୂଳଦୀପ ସେନ,ଉମରାନ ମଲ୍ଲିକ|

odia sambada
Comments (0)
Add Comment