ଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ଅନ୍ତର୍ଗତ ରୋଡ ସାଇଡ ବ୍ୟବସାୟୀ, ରିକ୍ସା ଚାଳକ,ଶ୍ରମିକ ତଥା ଠିକାଦାର ଭଳି ଲୋକ ଯେଉଁମାନେ ଅସଂଗିତ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ସରାକାର ଏକ ଯୋଜନା ବାହାର କରିଛନ୍ତି । ଏମିତିରେ ବୃଦ୍ଧ ଅବସ୍ଥାରେ ତାଙ୍କୁ ଚଳିବା ପାଇଁ କୌଣସି ସମସ୍ୟା ହେବ ନାହିଁ । ଏବେ ଏହିଭଳି ସ୍ତରରେ କାମ କରୁଥିବା ଲୋକଙ୍କ ବୃଦ୍ଧ କାଳୀନ ଅବସ୍ଥାକୁ ସୁରକ୍ଷିତ ରଖିବା ତଥା ସେମାନଙ୍କ ଖର୍ଚ୍ଚ ପାଇଁ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ବାହାରିଛି ।
ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଏହା ଏକ ଭଲ ଯୋଜନା । ସରକାର ଏହି ଯୋଜନା ମୁତାବିକ ପେନସନର ଗ୍ୟାରେଣ୍ଟି ଦେଇଥାନ୍ତି । ଏହି ଯୋଜନାରେ ଆପଣଙ୍କୁ ମାସିକ ପେନସନ ରାଶି ମିଳିବ । ଯେଉଁଥିରେ ଆପଣ ସହଜରେ ନିଜ ଗୁଜୁରାଣ ମେଣ୍ଟାଇ ପାରିବେ । ତେବେ ଜାଣନ୍ତୁ ଏହି ଯୋଜାନ ସମ୍ପର୍କରେ । ତେବେ କେନ୍ଦ୍ର ସରକାରଙ୍କ ଏହି ସ୍କିମରେ ଆପଣଙ୍କୁ ପ୍ରତିଦିନ ମାତ୍ର ୨ ଟଙ୍କା ଜମା କରିବାକୁ ହେବ । ଏମିତିରେ ବାର୍ଷିକ ୩୬ ହଜାର ଟଙ୍କା ପେନସନ ପାଇବେ । ମାନେ ପ୍ରଥମେ ଏହି ସ୍କିମରେ ୫୫ ଟଙ୍କା ଜମା କରିବାକୁ ହେବ । ୧୮ ବର୍ଷର ପିଲା ପ୍ରତିଦିନ ୨ ଟଙ୍କା ଜମା କରିବେ । ପରେ ବାର୍ଷିକ ୩୬ ହଜାର ଟଙ୍କା ପେନସନ ପାଇବେ।
ଯଦି କେହି ୪୦ ବର୍ଷ ବୟସରୁ ଏହି ସ୍କିମ ଆରମ୍ଭ କରୁଛନ୍ତି ତେବେ ପ୍ରତିମାସରେ ୨୦୦ ଟଙ୍କା ଜମା କରିବାକୁ ହେବ । ୬୦ ବର୍ଷ ବୟସରେ ଆପଣଙ୍କୁ ପେନସନ ମିଳିବା ଆରମ୍ଭ ହୋଇଯିବ । ଏମିତିରେ ଆପଣଙ୍କୁ ୩୦୦୦ ଟଙ୍କା ମାସିକ ମାନେ ବାର୍ଷିକ ୩୬ ହଜାର ଯଙ୍କା ପେନସନ ମିିଳିବ । ଏହି ଯୋଜନାର ଲାଭ ଉଠାଇବା ପାଇଁ ଆପଣଙ୍କ ପାଖରେ ସେଭିଂ ଆକାଉଣ୍ଟ ଓ ଆଧାର କାର୍ଡ ଥିବା ଜରୁରୀ । ବ୍ୟକ୍ତିର ବୟସ ୧୮ ବର୍ଷରୁୂ କମ ଓ ୪୦ ବର୍ଷରୁ ଅଧିକ ନହୋଇଥିବା ଜରୁରୀ । ଏଥିପାଇଁ ଆପଣଙ୍କୁ କମନ ସର୍ଭିସ ସେଣ୍ଟରରେ ପଞ୍ଜିକରଣ କରିପାରିବେ ।
ଏହି ପୋର୍ଟଲରେ ଆପଣ ନିଜ ରେଜିଷ୍ଟ୍ରେସନ କରିପାରିବେ । ସରକାର ଏଥିପାଇଁ ସ୍ପେଶିଫିକ ପୋର୍ଟାଲ ତିଆରି କରିଛନ୍ତି । ଏହା ଜରିଆରେ ଆପଣ ସମସ୍ତ ତଥ୍ୟ ମଧ୍ୟ ପାଇପାରିବେ । ପଞ୍ଜିକରଣ ପାଇଁ ଆପଣ ନିଜ ଆଧାର କାର୍ଡ, ଜନଧନ ବ୍ୟାଙ୍କଖାତା, ପାସବୁକ, ମୋବାଇଲ ନମ୍ବର ଦେବାକୁ ହେବ । ଏହାପରେ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିବ । ତେବେ ଜାଣି ରଖନ୍ତୁ ଯେ ଏହି ଯୋଜନାର ଲାଭ ସେମାନେ ହିଁ ଉଠାଇ ପାରିବେ ଯେଉଁମାନଙ୍କ ମାସିକ ଆୟ ୧୫ ହଜାର ଟଙ୍କାରୁ କମ ହୋଇଥିବ ।