ସ୍ତ୍ରୀକୁ ମିଳିଲା ଟଙ୍କା,ପୁଅକୁ ମିଳିଲା ଚାକିରୀ,କିନ୍ତୁ ସବୁଦିନ ପାଇଁ ଚାଲିଗଲା ଜଣେ ସ୍ତ୍ରୀର ସ୍ୱାମୀ,ଆଉ ଗୋଟେ ପୁଅର ବାପା ……

ଏମିତି ଏକ ଘଟଣା ଘଟିଯାଇଛି ଭୁବନେଶ୍ୱର ଅନ୍ତର୍ଗତ ଦାରୁଥେଙ୍ଗ ଦମ୍ପ୍ୟାର୍ଡ ନିକଟରେ ।ସବୁଦିନ ଭଳି ମଧ୍ୟ ଆଜିବି ପୁଅ ପାଇଁ ଖାଇବା ନେଇ ବାପା ଯାଉଥିବା ସମୟରେ ଘଟିଯାଇଛି ଏହି ଘଟଣା।ଏହି ଦୁର୍ଘଟଣା ର ଦୃଶ୍ୟ ଏତେ ଦୁଃଖଦ ଥିଲା ଯେ ଜଣେ ପୁଅ ଠାରୁ ତାର ବାପା ଓ ଜଣେ ସ୍ତ୍ରୀ ଠାରୁ ତାର ସ୍ବାମୀ କୁ ଛଡାଇ ନେଇଛି।ପୁଅ ପାଇଁ ଖାଇବା ନେଇଯାଉଥିବା ସମୟରେ ଭୁବନେଶ୍ୱର ମୁନିସିପାଲଟି କର୍ପୋରେସନ ପକ୍ଷରୁ ଅଳିଆ ଆବର୍ଜ୍ଜନା ବହୁଥିବା ଟ୍ରକ୍ ସହ ଘଟିଛି ଏଭଳି ଦୁର୍ଘଟଣା। ଯାହା ଫଳରେ ଦୁର୍ଘଟଣା ସ୍ଥଳରେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ମୃତବ୍ୟକ୍ତିଙ୍କ ନାଁ ହେଉଛି ରାମ ଗାଗରାଇ ଯିଏକି ସେହି ପାଖ ଅଂଚଳର ଅଭାବୀ ପରିବାର ରେ ସ୍ତ୍ରୀ ଓ ତାଙ୍କର ଏକମାତ୍ର ପୁଅ ସହ ରହୁଥିଲେ।ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ରହୁଥିବା ଲୋକମାନେ ରାସ୍ତା ଅବରୋଧ କରିବା ସହ ତାଙ୍କର ଦାବିପୂରଣ କରିବା ପାଇଁ ବାଧ୍ୟ କରିଥିଲେ।ବହୁତ ସମୟ ଧରି ରାସ୍ତା ଅବରୋଧ ହେବାରୁ ରାସ୍ତାର ଦୁଇ ପାଶ୍ୱର୍ରେ ସମସ୍ତ ଗାଡ଼ିକୁ ଅଟକ କରିଦିଆ ଯାଇଥିଲା।କିଛି ସମୟପରେ ସେଠାକାର ସ୍ଥାନୀୟ ଚନ୍ଦକା ଥାନାର ପୋଲିସ , ଭୁବନେଶ୍ୱର ମୁନିସିପାଲଟି , ମେୟର, ବିଧାୟକ ସେଠାରେ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ତାଙ୍କର ଦାବି ମତବ୍ୟକ୍ତ କରିଥିଲେ।

ତାଙ୍କର ଦାବି ମୁତାବକ ମୃତବ୍ୟକ୍ତି ର ପରିବାରରୁ ଜଣକୁ ଚାକିରି ଓ ମୃତ୍ୟବ୍ୟକ୍ତି ବାବଦକୁ ୫ ଲକ୍ଷ ଟଙ୍କା ଦାବି କରିଥିଲେ। ତାଙ୍କର ଦାବିପୁରଣ ହେବା ପରେ ସେଠାରୁ ରାମ ଗଗରିଆ ଙ୍କ ଶବ କୁ ଉଠାଇଥିଲେ ସ୍ଥାନୀୟ ବାସିନ୍ଦା।କାହାର ଥିଲା ଏହି ଭୁଲ?କାହାର ଭୁଲ ପାଇଁ ଗଲା ଏହି ଜୀବନ।ଦିଏ ଯାଇଥିବା ୫ ଲକ୍ଷ ଟଙ୍କା କଣ ଫେରାଇ ଆଣିବ ଗୋଟେ ସ୍ତ୍ରୀ ର ସ୍ବାମୀ ଆଉ ଗୋଟେ ପୁଅର ବାପା କୁ?

odia sambada
Comments (0)
Add Comment