ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ, ସ୍ତ୍ରୀ ଫାଶୀ ଦେଉଥିବା ବେଳେ ସ୍ଵାମୀ କରୁଥିଲା ଭିଡ଼ିଓ

ଏମିତି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସୁଛି ଯେ କେହିବି ଶୁଣିଲେ ତାଜୁବ୍ ହୋଇଯିବ।କେହି କେବେବି ଭାବିନଥିବେ ଏମିତି ବି ହୁଏ ବୋଲି। ହଁ ଆଜ୍ଞା ଏମିତି ଏକ ଘଟଣା ଘଟିଛି କାନପୁର ର ହନୁମାନ ବିହାର ପୋଲିସ ଷ୍ଟେସନ ପରିସରରେ ,ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ତ୍ରୀ ଫାଶୀ ନେଇଥିବା ବେଳେ ସ୍ବାମୀ ତାକୁ ନ ଅଟକାଇବାକୁ ଯାଇ ଭିଡିଓ କରୁଥିଲେ ଏହି ଅଭିଯୋଗରେ ଏବେ ବନ୍ଧା ହେଇଛନ୍ତି ସ୍ବାମୀ।

ଏମିତିବି ଲୋକ ଅଛନ୍ତି ଯେ କେହିବି ବି ଶୁଣିଲେ ବିଶ୍ୱାସ କରିପାରିବେ ନାହିଁ। ହଁ ଆଜ୍ଞା ଏହି ଘଟଣାଟି ପୁରାପୁରି ସତ ଏମିତି ଏକ ଘଟଣା ଘଟିଛି କାନପୁର ରେ। ଏହିଠାରେ ଏକ ମହିଳା ଫାଶୀ ଲଗାଉଥିଲେ ହେଲେ ତାଙ୍କ ସ୍ବାମୀ ତାଙ୍କୁ ବାଧା ନ ଦେଇ ଭିଡିଓ କରି ରଖିଥିଲେ। ଏହି କଥା ଶୁଣି ପୋଲିସ ଆସି ମୃତଦେହ କୁ ଉଦ୍ଧାର କରିବା ସଙ୍ଗେ ସଙ୍ଗେ ତାର ସ୍ବାମୀ କୁ ଆରେଷ୍ଟ୍ କରିଛି।

ସଂଜୀବ ଗୁପ୍ତା ୫ ବର୍ଷା ପୂର୍ବେ ସୋଭିତା ଗୁପ୍ତା ଙ୍କୁ ବିବାହ କରିଥିଲେ। ଏବଂ ତାଙ୍କର ୩ ବର୍ଷର ଗୋଟେ ଝିଅ ମୋଧ୍ୟ୍ୟ ଅଛି।ସଂଜୀବ ଗୁପ୍ତା ଏକ ପ୍ରାଇଭେଟ୍ କମ୍ପାନୀରେ କାମ କରନ୍ତି। କିଛି ଦିନ ହେବ ୨ ଜଣଙ୍କ ଭିତରେ ମନ ମଳିନ ଲାଗିରହିଥିବାରୁ ଏମିତି ଅଘଟଣ ଘଟିଯାଇଛି।କିଛି ଦିନ ତଳେ ୨ ଜଣଙ୍କ ଭିତରେ ଟିକେ ପାଟିହୁରି ହୋଇଥିଲା ଏହି କଥାକୁ ନେଇ କିଛି ଠିକ ଚାଲି ନଥିଲା। ଶୋଭିତା ଗୁପ୍ତା ଫାଶୀ ନାଉଥିବ ସମୟରେ ତାଙ୍କର ସ୍ବାମୀ ଏକ ଭିଡିଓ କରି କହୁଥିଲେ ମୁଁ ତୁମ ଘର ଲୋକଙ୍କୁ ଦେଖାଇବି ତୁମେ କେମିତି କାମ ସବୁ କରୁଛ।

କିନ୍ତୁ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା।ଏମିତି କିଛି ସମୟ ପରେ ସ୍ତ୍ରୀ ଜଣକ ସତାଲେ ଫାଶୀ ନେଇଯାଇଥିଲେ ।ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସୋଭିତା ଙ୍କ ପରିବାର ଲୋକ ସଂଜୀବ ଙ୍କ ନା ରେ ଏତେଲା ଦେବାରୁ ପୋଲିସ ସଂଜୀବ ଙ୍କୁ ଆରେଷ୍ଟ କରିଛି। ସ୍ବାମୀ ସ୍ତ୍ରୀ ଙ୍କ ର କିଛି ଭୁଲ୍ ବୁଝାବଣା ପାଇଁ ଏମିତି କାଣ୍ଡ ହୋଇଗଲା ।

odia sambada
Comments (0)
Add Comment