ତିନି ଟଙ୍କା ପାଇଁ ମହିଳାଙ୍କ ମର୍ଡର,ପୁଅ ଉପରେ ଜୀବନଘାତକ ଆକ୍ରମଣ

ଝାଡ଼ଖଣ୍ଡର ବୋକାରୋରେ ଲୋକହର୍ଷଣକାରୀ ମାମଲା ଆସିଛି|କେବଳ ତିନି ଟଙ୍କା ପାଇଁ ମହିଳାଙ୍କ ଜୀବନ ନେଇଛନ୍ତି|ତାଙ୍କ ଦୁଇ ଉପରେ ଚାକୁ ରେ ଗମ୍ଭୀର ଭାବରେ ଆକ୍ରମଣ କରାଯାଇଛି|ପୋଲିସ ଅନୁସାରେ ଆରୋପୀ ଏବେ ଫେରାର ରହିଛି|ମାମଲା ରୁଜୁ କରାଯାଇ ତାର ସନ୍ଧାନ ଜାରି ରହିଛି|

ଘଟଣା ବୁଧବାର ଦିନ ଅପରାହ୍ନର ଅଟେ|ବୋକାରୋ ଜିଲ୍ଲାର ଚାଷା ଥାନା ଅନ୍ତର୍ଗତ ହାଜି ନଗର ନିବାସୀ ଲୈଲା ନିଜ ଦୁଇ ପୁଅ ସହ ରହିଥିଲା|ବୁଧବାର ତା ପୁଅ ଏମ୍ଵିୟାଜ ଓ ମୁମତାଜ ଗୁଡ୍ଡୁ ନାମକ ଯୁଵକ ସହ ୩ ଟଙ୍କା ପାଇଁ ହାତାହାତି ହୋଇଗଲା|

ଗୁଡ୍ଡୁ ତାଙ୍କ ବନ୍ଧୁ ଜାକିର ସହ ମିଶି ଦୁଇ ଭାଇଙ୍କ ସହ ମାଡ ଲାଗିଲା|ଫଳରେ ଲୈଲା ପାଟି ଶୁଣି ଘରୁ ବାହାରି ଗଲା|ପୁଅଙ୍କ ସହ ଲଢେଇ ହେଉଥିବା ଦେଖି ସେ ଅଟକାଇବାକୁ ଲାଗିଲା|

ଏସମୟରେ ଗୁଡ୍ଡୁ ଚାକୁରେ ଲୈଲାକୁ ଆଘାତ କଲା|ତାଙ୍କ ପୁଅକୁ ମଧ୍ୟ ଆହତ କଲା|ଘଟଣାକୁ ଚକମା ଦେଇ ଆରୋପୀ ପଳାଇଗଲା|

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଲୈଲା ଓ ତା ପୁଅକୁ ଲୋକେ ସଦର ହସପିଟାଲ ନିଆଗଲା|ସେଠାରେ ଚିକିତ୍ସା ସମୟରେ ଲୈଲାର ମୃତ୍ୟୁ ଘଟିଥିଲା|ତା ପୁଅଙ୍କ ଚିକିତ୍ସା ଜାରି ରହିଛି|

ସୂଚନାକ୍ରମେ ପୋଲିସ ଘଟଣାସ୍ଥଳରେ ପହଂଚି ପଚରାଉଚରା କରିବାରୁ
୩ ଟଙ୍କା ପାଇଁ ଗୁଡ୍ଡୁ ସହ ବିବାଦ ଜଣାପଡିଛି|ଲୈଲା ମଝିରେ ଆସିବାରୁ ତାକୁ ଆକ୍ରମଣ କରି ମାରିଥିଲେ|

ଇନ୍ସପେକ୍ଟର ରୁସ୍ତମ କହିଛନ୍ତି ଯେ ହତ୍ୟାକାରୀ ନିଶାଡି ଅଟେ|ଅଞ୍ଚଳରେ ଦୈନିକ ତାର ଝଗଡା ହୁଏ|ଏବେ ଆରୋପୀ ଫେରାର ରହିଛି|ହତ୍ୟା ଓ ହତ୍ୟା ଚେଷ୍ଟା ପାଇଁ ମାମଲା ରୁଜୁ କରାଯାଇଛି|ପୋଲିସ ଏବେ ଘଟଣାର ତଦନ୍ତ କରୁଛି|

odia sambada
Comments (0)
Add Comment