ଟି -୨୦ ବିଶ୍ୱକପ୍ ୨୦୨୨: ଗୋଟିଏ ମ୍ୟାଚ ପରେ କନଫ୍ୟୁଜନ କରୁଛି ପଏଣ୍ଟ ଟେବଲ୍, ସେମିଫାଇନାଲ ପାଇଁ ବୁଝନ୍ତୁ ଏବେ ଗଣିତ

ଅଷ୍ଟ୍ରେଲିଆ ମାଟିରେ ଟି -୨୦ ବିଶ୍ୱକପର ଆୟୋଜନ କରାଯାଉଛି|ଏଵେ ସୁପର ୧୨ ଷ୍ଟେଜର ମୁକାବିଲା ଖେଳାଯାଉଛି|ସୁପର ୧୨ ଗ୍ରୁପ ୧ ରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ଆୟରଲ୍ୟାଣ୍ଡ ଓ ଆଫଗାନିସ୍ତାନ ଦଳ ରହିଛି|ଗ୍ରୁପ ୨ ରେ ଭାରତ, ପାକିସ୍ତାନ, ଜିମ୍ବାୱେ, ନେଦରଲାଣ୍ଡ,ସାଉଥ ଆଫ୍ରିକା, ବାଂଲାଦେଶ ରହିଛି|

ସୁପର ୧୨ ରେ ଭାଗ ନେଉଥିବା ସମସ୍ତ ଦଳ ମିନିମମ୍ ଗୋଟିଏ ମୁକାବିଲା ଖେଳିଛନ୍ତି କିନ୍ତୁ ସେମିଫାଇନାଲରେ ପହଞ୍ଚିବାକୁ ଏବେବି ସଂଘର୍ଷ ଜାରି ରହିଛି|ଉଦାହରଣ ଭାବେ ଯଦି ଗ୍ରୁପ ୨ ରେ ଦକ୍ଷିଣ ଆଫ୍ରିକା ପାକିସ୍ତାନକୁ ହରାଇ ଦିଏ ଓ ସବୁ ମ୍ୟାଚ ଜିତେ ତେବେ ପାକିସ୍ତାନ ସେମିଫାଇନାଲରେ ପହଞ୍ଚି ପାରିବ ନାହିଁ|

ଯଦି ପାକିସ୍ତାନ ଓ ଭାରତ ସଵୁ ମ୍ୟାଚ ଜିତି ନିଅନ୍ତି ତେଵେ ଦକ୍ଷିଣ ଆଫ୍ରିକା କୁ ବାହାର ହେବାକୁ ପଡିବ|ଜିମ୍ବାୱେ ବିପକ୍ଷ ମ୍ୟାଚ୍ ରଦ୍ଦ ହେବାପରେ ଦକ୍ଷିଣ ଆଫ୍ରିକା ପାଇଁ ସମୀକରଣ କଠିନ ହୋଇ ଯାଇଛି କାରଣ ସେଥିରେ ସେ ଗୋଟିଏ ଅଙ୍କ ପାଇଛି|

ଭାରତ ପାଇଁ ଶେଷ ଚାରି ପହଞ୍ଚାଇବାକୁ ସମୀକରଣ ସହଜ ରହିଛି|ଯଦି ଭାରତ ୪ ଟାରୁ ୩ ଟା ଜିତେ ସହଜରେ ସେମିଫାଇନାଲରେ ପହଞ୍ଚି ଯିବ|ଭାରତ ଏଵେ ଦୁଇ ଅଙ୍କ କମ ରହିଛି ଯଦି ୩ ମ୍ୟାଚ ଜିତେ ତେବେ ୮ ଅଙ୍କ ପହଞ୍ଚିବ|ଫଳରେ ଭାରତ ପଏଣ୍ଟ ଟେବଲରେ ଦକ୍ଷିଣ ଆଫ୍ରିକା ବା ପାକିସ୍ତାନକୁ ପଛରେ ପକାଇ ଦେବ|

ସେମିଫାଇନାଲରେ ପହଞ୍ଚାଇବାକୁ ଦଳକୁ ୫ ରୁ ୪ଟି ଜିତିବାକୁ ହେବ|ତିନିଟି ମ୍ୟାଚ ଜିତିଲେ ବି ହେବ କିନ୍ତୁ ଏଥିପାଇଁ ଅନ୍ୟ ଉପରେ ନିର୍ଭର ହେବ|ଯେପରି ପୂର୍ବ ବିଶ୍ୱକପରେ ଭାରତ ୩ ମ୍ୟାଚ ଜିତିବି ସେମିଫାଇନାଲ ପହଞ୍ଚି ପାରିଲା ନାହିଁ|

ଆଇସିସି ମୁତାବକ ସୁପର ୧୨ ରେ ବିଜେତା ଥଳକୁ ୨ ପଏଣ୍ଟ ଲେଖାଏଁ ମିଳିବ|ଯଦି ମ୍ୟାଚ ଟାଏ ବା ରଦ୍ଦ ହେଲେ ଗୋଟିଏ ଲେଖାଏଁ ପଏଣ୍ଟ ଭାଗ ହେବ|ଯଦି ପଏଣ୍ଟ ସମାନ ରହେ ଖେଳିଥିବା ମ୍ୟାଚ ଓ ନେଟ ରନ ରେଟ ଆଧାରରେ ସ୍ଥିର କରାଯିବ|

odia sambada
Comments (0)
Add Comment