ପୁଅ ପାଲଟିଲା ସଇତାନ୍‌ । ଜନ୍ମକଲା ବାପା ଯିଏ ହାତଧରି ବାଟ ଚାଲିବା ଶିଖାଇଥିଲା, ଆଜି ତା ଛାତିରେ ଛୁରି ଭୁସି କଲା ହତ୍ୟା

ବନ୍ଧୁଗଣ ସଧରଣତଃ ପିଲାମାନେ ଭୁଲ୍ କଲେ ମାଆ ବାପା ଆକଟ କରଥାନ୍ତି । ଦରକାର ପଡ଼ିଲେ ପଦେ ଅଧେ ଗାଳି ମଧ୍ୟ ଦେଇଥାନ୍ତି । ଅତି ବେଶୀରେ ଦୁଇ ଚାପୁଡ଼ା ଲଗାନ୍ତି । କିନ୍ତୁଏହାକୁ ନେଇ ପିଲାମାନେ କିଛି ସମୟ ମନ ଦୁଃଖ କରି ବସନ୍ତି । ହେଲେ କିଛି ସମୟ ପରେ ପରିବେଶ ପୁଣି ପୂର୍ବ ପରି ହୋଇ ଯାଇଥାଏ । ହେଲେ ଆଜିକା ଯୁଗରେ ସମୟ ପରିବର୍ତ୍ତନ ହୋଇ ଯାଇଛି ।ଏବେ ଯେଉଁ ଘଟଣା ସାମ୍ନାକୁ ଆସିଛି ସେଥିରେ ସାମାନ୍ୟ ବଚସାରୁ ବାପାକୁ ହତ୍ୟା କରିଛି ପୁଅ ।

ଯାହା କେହି କେବେ କଳ୍ପନାରେ ମଧ୍ୟ ଭାବି ପାରିବେ ନାହିଁ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଝଗଡ଼ା ହେବାରୁ ପିଲାଟି ତା’ ବାପାକୁ ଛୁରି ଭୁସି ଦେଇଛି । ହଁବନ୍ଧୁଗଣ ଏଠାରେ ଜନ୍ମ କଲା ପୁଅ ସାଜିଲା ସାଇତାନ l ପୁଅର ଛୁରାମାଡ଼ରେ ବାପା ମୃତ । ନିଜ ବାପାକୁ ଛୁରି ଭୁସି ହତ୍ୟା କଲା ନିଶାସକ୍ତ ପୁଅ l ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଆସିକା ପଢାଲ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା l ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ପୁଅ ଫେରାର ଥିବା ବେଳେ ଖୋଜୁଛି ଆସିକା ପୋଲିସ । ତେବେ ସୂଚନା ଯୋଗ୍ୟ ଆସିକାରେ ବାପାକୁ ଛୁରି ଭୁସି ନୃଶଂସ ପୁଅ ହତ୍ୟା କରିବା ଅଭିଯୋଗ । ବିଳମ୍ବିତ ରାତିରେ ପଢ଼ାଳ ଗାଁରେ ବୀଭତ୍ସ ହତ୍ୟା । କିନ୍ତୁ ଏପର୍ଯ୍ୟନ୍ତ କାରଣ ଅସ୍ପଷ୍ଟ ।

ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ପୁଅ ଫେରାର, ଖୋଜୁଛି ଆସିକା ପୋଲିସ । ତେବେ ବନ୍ଧୁଗଣ ପ୍ରାଥମିକ ସୂଚନା ମୁତାବକ ଗତ ରାତିରେ କୌଣସି କାରଣକୁ କେନ୍ଦ୍ରକରି ମୃତ ଦେବରାଜ ଓ ତାଙ୍କ ପୁଅ ଅରୁଣ ନାହାକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା l ଅରୁଣ ନିଶାସକ୍ତ ଅବସ୍ଥାରେ ପ୍ରଥମେ ମା, ଭଉଣୀଙ୍କୁ ଆକ୍ରମଣ କରିଥିଲା l ଆଉ ପରେ ରାଗର ଜରଜର ହୋଇ ନିଜ ବାପା ଦେବରାଜଙ୍କୁ ଗୋଟିଏ ଛୁରି ଆଣି ସେଥିରେ ଆକ୍ରମଣ କରି ତଳେ ପକାଇ ଦେଇଥିଲା । ଆଉ ତା’ପରେ ଛାତିରେ ଛୁରି ମାରି ଫେରାର ହୋଇ ଯାଇଥିଲେ l

ତେବେ ଏହି ଘଟଣା ପରେ ଦେବରାଜଙ୍କୁ ସଙ୍ଗେ ସଙ୍ଗେ ତୁରନ୍ତ ନିକଟସ୍ଥ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପରିବାର ଲୋକ । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ l ଖବର ପାଇ ଆସିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ସେପଟେ ଆଜି ସାଇଣ୍ଟିଫିକ ଟିମ ପହଁଚି ଛାନଭିନ ଆରମ୍ଭ କରିଥିବା ବେଳେ ହତ୍ୟାକାରୀ ପୁଅକୁ ଖୋଜୁଛି ପୋଲିସ l

odia sambada
Comments (0)
Add Comment