PM Kisan 12th Installment: ପିଏମ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ସରକାର କୃଷକଙ୍କ ଖାତାରେ ବାର୍ଷିକ 6000 ଅର୍ଥାତ୍ 2000 ଟଙ୍କାର ତିନୋଟି କିସ୍ତି ପଠାନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ଅନେକ ପରିବର୍ତ୍ତନ ହୋଇଯାଇଛି । କେତେବେଳେ ଆବେଦନକୁ ନେଇ ତ ଆଉ କେତେବେଳେ ଯୋଗ୍ୟତାକୁ ନେଇ, ଯୋଜନା କରିବାଠାରୁ ନେଇ ବର୍ତ୍ତମାନ ସୁଦ୍ଧା ଅନେକ ନିୟମ କରାଯାଇଛି । ବର୍ତ୍ତମାନ ଏହି ଯୋଜନାରେ ସ୍ବାମୀ ସ୍ତ୍ରୀ ଉଭୟକୁ ପିଏମ୍ କିସାନ୍ ସମ୍ମାନ ନିଧି ଯୋଜନାର ଲାଭ ମିଳିବ ବୋଲି କୁହାଯାଉଛି । ଆସନ୍ତୁ ଜାଣିବା ଏହାର ନିୟମ ବିଷୟରେ ।
ଜାଣନ୍ତୁ କାହାକୁ ଲାଭ ମିଳିବ ?
ପିଏମ୍ କିସାନ୍ ଯୋଜନାର ନିୟମ ଅନୁଯାୟୀ, ସ୍ବାମୀ ସ୍ତ୍ରୀ ଉଭୟେ ପିଏମ୍ କିସାନ୍ ସମ୍ମାନ ନିଧି ଯୋଜନାର ଲାଭ ଉଠାଇ ପାରିବେନାହିଁ । ଯଦି କେହି ଏପରି କରେ, ତେବେ ତାକୁ ଫର୍ଜି କହି ସରକାର ତା ଠାରୁ ରିକଭରି କରିବେ । ଏହାବ୍ୟତୀତ ମଧ୍ୟ ଏପରି ଅନେକ ନିୟମ ରହିଛି, ଯାହା କୃଷକକୁ ଅଯୋଗ୍ୟ କରିଥାଏ । ଯଦି ଅଯୋଗ୍ୟ କୃଷକ ଏହି ଯୋଜନାର ଲାଭ ଉଠାନ୍ତି, ତେବେ ତାଙ୍କୁ ସରକାରଙ୍କୁ ସବୁ କିସ୍ତି ଫେରାଇବାକୁ ପଡ଼ିବ । ଏହି ଯୋଜନା ନିୟମ ଅଧୀନରେ କୃଷକ ପରିବାରରେ ଯଦି କେହି ଟ୍ୟାକ୍ସ ଦେଉଥାନ୍ତି, ତେବେ ଏହି ଯୋଜନାର ଲାଭ ମିଳିବ ନାହିଁ । ଅର୍ଥାତ୍ ସ୍ବାମୀ କିମ୍ବା ସ୍ତ୍ରୀ ମଧ୍ୟରୁ ଯେ କେହି ଗତ ବର୍ଷ ଇନକମ୍ ଟ୍ୟାକ୍ସ ଦେଇଥାନ୍ତି, ତେବେ ତାଙ୍କୁ ଏହି ଯୋଜନାର ଲାଭ ମିଳିବ ନାହିଁ ।
କିଏ ଅଯୋଗ୍ୟ ?
ନିୟମ ଅନୁଯାୟୀ ଯଦି କୌଣସି କୃଷକ ନିଜ ଚାଷ ଜମିକୁ କୃଷି କାର୍ଯ୍ୟରେ ବ୍ୟବହାର ନକରି ଅନ୍ୟ କାମରେ କରନ୍ତି କିମ୍ବା ଅନ୍ୟ ଜମିରେ କୃଷି କାମ କରନ୍ତି ଏବଂ ସେହି ଜମି ତାଙ୍କର ନୁହେଁ, ତେବେ ଏପରି କୃଷକ ମଧ୍ୟ ଏହି ଯୋଜନାର ଲାଭ ନେବାକୁ ଯୋଗ୍ୟ ନୁହଁନ୍ତି । ଯଦି କୌଣସି କୃଷକ ଚାଷ କରୁଛି, କିନ୍ତୁ ଜମି ତା ନାମରେ ନ ହୋଇ ତାର ବାପା କିମ୍ବା ଜେଜେବାପା ନାମରେ ଅଛି, ତାହେଲେ ତାଙ୍କୁ ମଧ୍ୟ ଏହି ଯୋଜନାର ଲାଭ ମିଳିବନାହିଁ ।
ଏମାନଙ୍କୁ ମଧ୍ୟ ମିଳିବ ନାହିଁ ଲାଭ :-
ଯଦି କେହି ଚାଷଜମିର ମାଲିକ ଅଟେ, କିନ୍ତୁ ସେ ସରକାରୀ କର୍ମଚାରୀ ଅଟେ କିମ୍ବା ରିଟାୟର ହୋଇସାରିଛି, ବର୍ତ୍ତମାନର କିମ୍ବା ପୂର୍ବତନ ସାଂସଦ, ବିଧାୟକ, ମନ୍ତ୍ରୀ ଅଟନ୍ତି ତେବେ ଏପରି ଲୋକ ମଧ୍ୟ କିଶାନ ଯୋଜନାର ଲାଭ ପାଇଁ ଅଯୋଗ୍ୟ ଅଟନ୍ତି । ଅଯୋଗ୍ୟ କୃଷକଙ୍କ ଲିଷ୍ଟରେ ବୃତ୍ତିଗତ ପଞ୍ଜୀକୃତ ଡାକ୍ତର, ଇଞ୍ଜିନିୟର, ଓକିଲ କିମ୍ବା ଏମାନଙ୍କ ପରିବାର ଲୋକେ ଆସନ୍ତି, ଇନକମ ଟ୍ୟାକ୍ସ ଦେଉଥିବା ପରିବାରକୁ ମଧ୍ୟ ଏହି ଯୋଜନାର ଲାଭ ମିଳିବ ନାହିଁ ।