ଭଗବାନ ଙ୍କ ସୃଷ୍ଟିରେ ଏହା ହେଉଛି ଏକ ଏମିତି ସତ୍ୟ ଯାହା କେହି ଆସିବାକୁ ଦିଅନ୍ତି ନାହିଁ କିନ୍ତୁ ଏହା ନିଶ୍ଚୟ ଆସିଥାଏ । ଜନ୍ମ ଅଛି ମାନେ ମୃତ୍ୟୁ ସୁନିଶ୍ଚିତ । ମୃତ୍ୟୁକୁ କେହି କେବେ ଏଡ଼ାଇ ଦେଇ ପାରେ ନାହିଁ । ଆଉ ଏହି ମୃତ୍ୟୁ ଯେ କେତେବେଳେ କାହା ରୂପରେ ଆସି ସାମ୍ନାରେ ଛିଡା ହୋଇଯିବ ତାହା କହିହେବ ନାହିଁ । ମୃତ୍ୟୁ କେବେ, କେଉଁଠି ଏବଂ କେତେବେଳେ ହେବ ତାହା କେହି କହି ପାରିବେ ନାହିଁ । ଆଉ ମୃତ୍ୟୁ ଏପରି ଏକ ଜିନିଷ ସେ କେବେ ବି ଧନୀ-ଗରିବ,ଜାତି- ବର୍ଣ୍ଣ, ଉଚ୍ଚ-ନିଚ୍ଚ, ବୟସ କିଛି ଦେଖେ ନାହିଁ ।ଏହା ସମସ୍ତଙ୍କ ପାଇଁ ସମାନ ।
ମାତ୍ର ମଣିଷର ମୃତ୍ୟୁ ସିନା ହୋଇଯାଏ ,କିନ୍ତୁ ସେ ଛାଡ଼ି ଯାଏ ଖାଲି ଶୋକର ଛାୟା ।ଆଉ ଆଜି ଆମେ ଯେଉଁ ଘଟଣା ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତାହା ଶୁଣିବା ପରେ ଆପଣଙ୍କ ହୃଦୟ ମଧ୍ୟ ଥରି ଉଠିବ । ଜଣେ ଭାଇ ଖୋଜୁଛି ଏବେ ଆଉ ଗୋଟେ ଭାଇର ମମତାର ମୂଲ । ଝୁରି ହେଉଛି ଭାଇକୁ । ଭାଇକୁ କେମିତି ଛାଡ଼ି ବଞ୍ଚିବି ବୋଲି ବାହୁନା ପକାଉଛି ।
ନଦୀରେ ବଡ଼ ଭାଇ ଭାସିଗଲା କିନ୍ତୁ ସାନ ଭାଇକୁ ଉଦ୍ଧାର କରାଗଲା । କିନ୍ତୁ ସାନ ଭାଇ କାନ୍ଦି କାନ୍ଦି ସମସ୍ତଙ୍କୁ କାକୁତି ମିନତି କରି କହୁଛି ତା ବଡ଼ ଭାଇକୁ ଖୋଜି ଆଣିବା ପାଇଁ । ତେବେ ବନ୍ଧୁଗଣ ମିଳିଥିବା ସୂଚନା ଅନୁସାରେ ଋଷିକୂଲ୍ୟା ନଦୀରେ ଗାଧୋଉଥିବା ବେଳେ ବଡ଼ ଭାଇ ଭାସି ଯାଇଥିବା ବେଳେ ସାନକୁ ଉଦ୍ଧାର କରାଯାଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଷୋଳଘର ନିକଟରେ ଥିବା ଋଷିକୂଲ୍ୟା ନଦୀରେ ।
ନିଖୋଜ ସୁମିତ ମହାନ୍ତିଙ୍କୁ ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଛନ୍ତି । ସୁମିତଙ୍କୁ ପ୍ରାୟ ୧୫ ବର୍ଷ ହୋଇଥିଲା । ତେବେ ଆଜି ସକାଳେ ଦୁଇ ଭାଇ ଋଷିକୂଲ୍ୟା ନଦୀକୁ ଗାଧୋଇବାକୁ ଯାଇଥିଲେ । ଗୋଧୋଇବା ବେଳେ ଉଭୟେ ନଦୀରେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ଦୁଇ ଭାଇ ବୁଡ଼ିଯାଉଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ସାନ ଭାଇକୁ ଉଦ୍ଧାର କରିଥିବା ବେଳେ ବଡ଼ ଭାଇର ଏପର୍ଯ୍ୟନ୍ତ ପତ୍ତା ମିଳି ନାହିଁ । ଅଗ୍ନିଶମ ବାହିନୀ ତାଙ୍କୁ ଖୋଜାଖୋଜି କରୁଛନ୍ତି । ଘଟଣାସ୍ଥଳରେ ପୁରୁଷୋତ୍ତମପୁର ବିଡ଼ିଓ ଉପସ୍ଥିତ ଅଛନ୍ତି ।