ସୂର୍ଯ୍ୟ ପରାଗ ସମୟରେ ଆମର ଦୈନନ୍ଦିନ ଦିନଚର୍ଯ୍ୟାର କିଛି କାର୍ଯ୍ୟ ମଧ୍ୟ ବର୍ଜିତ ହୋଇଥାଏ । ତେବେ ଆସନ୍ତୁ ଜାଣିବା କଣ କରିବା ଉଚିତ୍ ନୁହେଁ

ଆଜି ଦେଶର ଅଧିକାଂଶ ଅଞ୍ଚଳରେ ଆଂଶିକ ସୂର୍ଯ୍ୟୋପରାଗ ଦେଖିବାକୁ ମିଳିବ । ପ୍ରଥମ ଥର ପାଇଁ ଦେଶ ସାରା ଏହି ଆଂଶିକ ସୂର୍ଯ୍ୟୋପରାଗ ଦେଖିବାକୁ ମିଳିବ । ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଏପରି ସୂର୍ଯ୍ୟ ପରାଗ ଦେଖିବାକୁ ମିଳିବନି । ଏପ୍ରିଲ୍‌ ୩୦ରେ ଏବର୍ଷର ପ୍ରଥମ ସୂ‌ର୍ଯ୍ୟ ପରାଗ ଦେଖିବାକୁ ମିଳିଥିବା ବେଳେ ଆଜି ପରାଗ ହେଉଛି ଏବର୍ଷର ଶେଷ ସୂର୍ଯ୍ୟୋପରାଗ । ସୂର୍ଯ୍ୟୋପରାଗ ସମୟରେ ଆମକୁ ଆବଶ୍ୟକୀୟ ସତର୍କତା ଗ୍ରହଣ କରିବାକୁ ପଡ଼ିବ ଆପଣଙ୍କୁ ନିହାତି ଭାବରେ ତାହା ଜାଣିବା ଉଚିତ୍ ।

୧. ଆଜି ଦିନରେ ଖାଲି ଆଖି‌ରେ ସୂର୍ଯ୍ୟଙ୍କୁ ଦେଖିବା ମନା । ଖାଲି ଆଖିରେ ସୂର୍ଯ୍ୟଙ୍କୁ ଦେଖିଲେ ଆଖି ଉପ‌ରେ କୁପ୍ରଭାବ ପଡ଼ିଥାଏ । ସୂର୍ଯ୍ୟୋପରାଗ ଦେଖିବାକୁ ଆଖିରେ ସ୍ବତନ୍ତ୍ର ପ୍ରକାରର ପରାଗ ଚଷମା ପିନ୍ଧନ୍ତୁ । ଯାହାକି ଆଖିକୁ ପରାଗର କୁପ୍ରଭାବରୁ ରକ୍ଷା କରିଥାଏ । ଖାଲି ଆଖିରେ ସୂର୍ଯ୍ୟଙ୍କୁ ଦେଖିଲେ ଆଖି ଖରାପ ହେବାର ଖୁବ୍ ସମ୍ଭାବନା ରହିଛି ।

୨. ସାଧାରଣତଃ ଗ୍ରହଣ ଲାଗିବାର ୯ ଘଣ୍ଟା ବା ତିନି ପ୍ରହର ପୂର୍ବରୁ ଏବଂ ପରାଗ ଲାଗିବାର ୧୨ ଘଣ୍ଟା ବା ୪ ପ୍ରହର ପୂର୍ବରୁ ପାକ ନିଷେଧ କରା ଯାଇଥାଏ । ଏହି ସମୟ ସୀମାକୁ ସୂତକ ସମୟ ମଧ୍ୟ କୁହା ଯାଇଥାଏ । ଏହି ଗ୍ରହଣ ବା ପରାଗ ଲାଗିବା ସମୟରେ ଖାଦ୍ୟ ଗ୍ରହଣ କରିବାକୁ ବାରଣ କରା ଯାଇଛି । ସୂର୍ଯ୍ୟ ପରାଗ ଲାଗୁଥିବା ବେଳେ ଅନ୍ନ କିମ୍ବା ସଙ୍ଗେ ସଙ୍ଗେ ରାନ୍ଧି କରି ଖାଦ୍ୟ ଖାଇବା ଅସୁସ୍ଥକର ହୋଇଥା‌ଏ । ସେଥିପାଇଁ ପୂର୍ବରୁ ରନ୍ଧା ଯାଇଥିବା ଖାଦ୍ୟକୁ ଖାଇପାରିବେ । ସେହି ସମୟରେ ପାକ ନିଷେଧ ରହିଛି ।

୩. ପ୍ରାୟ ୨ ଘଣ୍ଟା ୧୯ ମିନିଟ ୨୬ ସେକେଣ୍ଡ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ । ପରାଗର ସର୍ବାଧିକ ତୀବ୍ରତା ୦.୬୩ ରହିବ ।ଏହି ପରାଗ ଗର୍ଭବତୀ ମହିଳାଙ୍କ ପାଇଁ ବହୁତ ଅଶୁଭ ହୋଇଥିବାରୁ ସେମାନଙ୍କୁ ସାବଧାନ ରହିବା ସହିତ ପରାଗ ଦେଖିବା ପାଇଁ ମଧ୍ୟ ବାରଣ କରା ଯାଇଛି । ପରାଗ ସମୟରେ  ସମ୍ବନ୍ଧ ରଖନ୍ତୁ ନାହିଁ ।

ତେବେ ମଙ୍ଗଳବାର ଅମାବାତ୍ୟା ତିଥିରେ ସୂର୍ଯ୍ୟୋପରାଗ ଥିବାରୁ ଲୋକେ ସୋମବାର ଦୀପାବଳି ପାଳନ କରିବା ସହ ପୟା ଶ୍ରାଦ୍ଧ ବି ସାରିଦେଇଛନ୍ତି । ତେବେ କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ ଅପରାହ୍ନ ୪.୫୬ ମିନିଟ ୫୨ ସେକେଣ୍ଡରେ ସ୍ପର୍ଶ କରିବ । ସନ୍ଧ୍ୟା ୬.୨୬.୫୨ ସେକେଣ୍ଡରେ ମୋକ୍ଷାପ୍ରାପ୍ତି ହେବ । ତେବେ ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ ସହ ଦେବନୀତି ନିଷେଧ କରାଯାଇଛି । ତେବେ ସର୍ବ ମୋକ୍ଷ ପରେ ଦୈନନ୍ଦିନ ନୀତି ଆରମ୍ଭ ହେବ । କିନ୍ତୁ ବୁଧବାର ସୂର୍ଯ୍ୟୋଦୟ ପରେ ଦେବନୀତି ଆରମ୍ଭ ହେବ । କାର୍ତ୍ତିକ ମାସରେ ବ୍ରତ ଚାଲିଥିବାରୁ ପୁରୀ ଶ୍ରୀମନ୍ଦିରରେ ନୀତିକାନ୍ତିରେ ମଧ୍ୟ ପରିବର୍ତ୍ତନ କରାଯାଇଛି ।

odia sambada
Comments (0)
Add Comment