ଆଜିକାଲି ଦୁନିଆରେ ସରକାରୀ ଚାକିରୀ ମିଳିବା କେତେ ଯେ କଷ୍ଟ ତାହା ଯିଏ ଜାଣେ ସିଏ ଜାଣେ । ଯଦି ଜଣେ ଯେତେ ବଡ଼ ଘୋରଇ କମ୍ପାନୀ ରେ ଭଲ ଦରମା ସହିତ ବି ଚାକିରି କରିଥାଉ ନା କାହିଁକି,ତା ଆଗରେ ଯଦି ଜଣେ ସାମାନ୍ୟ ସରକାରୀ ଚାକିରୀ ଟିଏ କରିଥିବ ତାହାଲେ ସେଠି ତାର ସମ୍ମାନ ଅଧିକ । ଘୋରଇ କମ୍ପାନୀରେ ଚାକିରି କରିଥିବା ଲୋକ ତା ଆଗରେ ତୁଚ୍ଛ। ଆଜିକାଲି ଯଦି ଆପଣଙ୍କ ପାଖରେ ସରକାରୀ ଚାକିରୀ ଅଛି ତ ମାନେ ସବୁ କିଛି ଆପଣଙ୍କ ପାଖରେ ଅଛି।ଭାରତୀୟ ଡାକ ବିଭାଗ ବିଜ୍ଞପ୍ତି ଜାରି କରିଛି। ସ୍ପୋର୍ଟସ୍ କୋଟା ଅଧୀନରେ ଏହିସବୁ ପଦବୀ ପୂରଣ ହେବ।ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପୂରଣ ପାଇଁ ଭାରତୀୟ ଡାକ ବିଭାଗ ବିଜ୍ଞପ୍ତି ଜାରି କରିଛି।
*ଖାଲି ପଡ଼ିଥିବା ପଦବୀ:-
ପୋଷ୍ଟାଲ୍ ଆସିଷ୍ଟାଣ୍ଟ୍/ସର୍ଟିଂ ଆସିଷ୍ଟାଣ୍ଟ୍- ୭୧ ପଦବୀ
ପୋଷ୍ଟମ୍ୟାନ୍/ମେଲ୍ ଗାର୍ଡ- ୫୬ ପଦବୀ
ଏମ୍ଟିଏସ୍- ୬୧ ପଦବୀ
ସମୁଦାୟ- ୧୮୮ ପଦବୀ
*ଶିକ୍ଷାଗତ ଯୋଗ୍ୟତା:-
ପୋଷ୍ଟାଲ୍ ଆସିଷ୍ଟାଣ୍ଟ୍/ସର୍ଟିଂ ଆସିଷ୍ଟାଣ୍ଟ୍, ପୋଷ୍ଟମ୍ୟାନ୍/ମେଲ୍ ଗାର୍ଡ ପଦବୀ- ଏଥିପାଇଁ ଆଶାୟୀ ପ୍ରାର୍ଥୀ ଅତି କମ୍ରେ ସ୍ୱୀକୃତିପ୍ରାପ୍ତ ବୋର୍ଡ/ ୟୁନିଭର୍ସିଟିରୁ ଦ୍ୱାଦଶ ପାସ୍ କରିଥିବା ଜରୁରୀ।ଅତି କମ୍ରେ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାସ୍ କରିଥିବା ଜରୁରୀ।
*ଜରୁରୀ ତାରିଖ:-
ଏଥିପାଇଁ ଅକ୍ଟୋବର ୨୩ରୁ ଅନ୍ଲାଇନ୍ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ନଭେମ୍ବର ୨୨ ହେଉଛି ଆବେଦନର ଶେଷ ତାରିଖ।
*ଦରମା:-
ପୋଷ୍ଟାଲ୍ ଆସିଷ୍ଟାଣ୍ଟ୍/ସର୍ଟିଂ ଆସିଷ୍ଟାଣ୍ଟ୍: ୨୫,୫୦୦ ଟଙ୍କାରୁ ୮୧,୧୦୦ ଟଙ୍କା- ଲେବଲ୍ ୪
ପୋଷ୍ଟମ୍ୟାନ୍/ମେଲ୍ ଗାର୍ଡ: ୨୧,୭୦୦ ଟଙ୍କାରୁ ୬୯,୧୦୦ ଟଙ୍କା- ଲେବଲ୍ ୩
ଏମ୍ଟିଏସ୍: ୧୮,୦୦୦ ଟଙ୍କାରୁ ୫୬,୯୦୦ ଟଙ୍କା- ଲେବଲ୍ ୧
*ବୟସ ସୀମା:-
ପୋଷ୍ଟାଲ୍ ଆସିଷ୍ଟାଣ୍ଟ୍/ସର୍ଟିଂ ଆସିଷ୍ଟାଣ୍ଟ୍: ୧୮ ବର୍ଷରୁ ୨୭ ବର୍ଷ।
ପୋଷ୍ଟମ୍ୟାନ୍/ମେଲ୍ ଗାର୍ଡ: ୧୮ ବର୍ଷରୁ ୨୭ ବର୍ଷ
ଏମ୍ଟିଏସ୍: ୧୮ ବର୍ଷରୁ ୨୫ ବର୍ଷ।
*କେମିତି କରିବେ ଆବେଦନ ?:-
ଆଶାୟୀ ପ୍ରାର୍ଥୀ ଡାକ ବିଭାଗର ୱେବ୍ସାଇଟ୍- https://dopsportsrecruitment.in କୁ ଯାଇ ଅନ୍ଲାଇନ୍ରେ ହିଁ କେବଳ ଆବେଦନ କରିପାରିବେ।