ତ୍ରେତୟା ଯୁଗ ର ଶ୍ରବଣ କୁମାର ସାଜି ଦୁଇ ପୁଅ ନିଜ ମା’ଙ୍କର ଇଚ୍ଛା ପୂରଣ କରିବା ପାଇଁ ଶହେ କିଲୋମିଟର ବାଟ ଅତିକ୍ରମ କରି ପାହାଡ଼ ଚଢ଼ିଲେ।

ଏ ଦୁନିଆ ରେ ସବୁଠାରୁ ସୁନ୍ଦର ଦୁଇ ଶବ୍ଦ ହେଉଛି ବାପା ଓ ମା’।ବାପା ଓ ମା’ ଦୁଇ ଜଣଙ୍କର ଜୀବନ ହେଉଛନ୍ତି ତାଙ୍କ ପିଲା ମାନେ।ସେମାନେ ନିଜ ପିଲାମାନଙ୍କର ସବୁ ଇଚ୍ଛା ଯେତେ କଷ୍ଟ ହେଲେ ମଧ୍ୟ ପୂରଣ କରନ୍ତି।ବାପା ଓ ମା’ ଯେଭଳି ପିଲା ମାନଙ୍କର ଇଚ୍ଛା ପୂରଣ କରନ୍ତି ସେଭଳି ପିଲାମାନଙ୍କର କର୍ତ୍ତବ୍ୟ ଯେ ସେମାନେ ମଧ୍ୟ ତାଙ୍କ ବାପା ଓ ମା’ ଙ୍କ ଇଚ୍ଛା ପୂରଣ କରିବା ଦରକାର।କିନ୍ତୁ ଏବେ ସମୟ ରେ ପିଲା ମାନେ ତାଙ୍କ ବାପା ମା’ଙ୍କ ଇଚ୍ଛା ପୂରଣ କରିବାକୁ ପଛଘୁଞ୍ଚା ଦେଉଛନ୍ତି ସମୟ ଅଭାବ,ଅର୍ଥ ଅଭାବ ଓ ବିଶେଷ କରି ନିଜ ଇଚ୍ଛା ର ଅଭାବ ଯୋଗୁଁ।

କିନ୍ତୁ ଏମିତି ବି କିଛି ପିଲା ଅଛନ୍ତି ଯାହାଙ୍କ ପାଇଁ ତାଙ୍କ ବାପା ମା’ ହେଉଛନ୍ତି ସବୁ କିଛି।ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନେ ସମାଜ ପାଇଁ ଉଦାହରଣ ସୃଷ୍ଟି କରନ୍ତି।ଏଭଳି କିଛି ଘଟଣା ଘଟିଛି ଆମରି ଦେଶ ରେ ଯେଉଁଠି ଦୁଇ ପୁଅ ସବୁ ବାଧା ବିଘ୍ନ କୁ ଏଡ଼ାଇ ନିଜ ମା’ଙ୍କ ଇଚ୍ଛା ପୂରଣ କରିଛନ୍ତି।ହଁ,ଆଜ୍ଞା ଦର୍ଶକ ବନ୍ଧୁ କେରଳ ରେ ଦେଖିବାକୁ ମିଳିଛି ଏ ଦୃଶ୍ୟ ଯେଉଁଠି ଦୁଇ ପୁଅ ନିଜର ବୃଦ୍ଧା ମା’ଙ୍କୁ କାନ୍ଧ ରେ ବସାଇ ତାଙ୍କର ଅନେକ ଦିନ ର ସ୍ବପ୍ନ କୁ ପୂରଣ କରିଛନ୍ତି ସେ ପୁଣି ଏକ ଦୁର୍ଲଭ ଫୁଲ ଦେଖିବା ପାଇଁ।

ପଶ୍ଚିମ ଘାଟ ର ଏକ ପାହାଡ଼ ରେ ଫୁଟୁଥିବା ନୀଳ କୁରିଞ୍ଚି ଫୁଲ ଦେଖିବା ସ୍ବପ୍ନ ଥିଲା ସେହି ବୃଦ୍ଧା ଜଣଙ୍କର। କାରଣ ଏହି ଫୁଲ ୧୨ ବର୍ଷ ରେ ଥରେ ଫୁଟେ। ଏହି ଫୁଲ କୁ ଦେଖିଲେ ବହୁତ ଶୁଭ ବୋଲି କୁହାଯାଏ।ବୃଦ୍ଧା ଜଣଙ୍କ ରୁହନ୍ତୁ କଟାୟାମ୍ ଜିଲ୍ଲା ର ମୁତ୍ତୁଚିରା ରେ। ମହିଳାଙ୍କର ନାମ ହେଉଛି ଏଲିଗୁଟି ପଲ୍ ।

ରୋଗରେ ପୀଡ଼ିତ ଥିବାରୁ ପାହାଡ଼ ଚଢ଼ିବ ତାଙ୍କ ପାଇଁ ଅସମ୍ଭବ ନଥିଲା।ମନରେ ଆଗ୍ରହ ଥିଲେ ଉପାୟ ଆପେଆପେ ଆସେ, ଏହି କଥା ଏଇଥିରୁ ସ୍ପୋଷ୍ଟ ଦେଖା ଯାଉଛି ।ଏହି କାମକୁ ଦେଖି ସେଠାରେ ଥିବା ଲୋକ ମାନେ ୨ ପୁଅକୁ ଖୁବ୍ ପ୍ରଶଂସା କରିଥିଲେ। କହିକିନା ଏହି ଭଳି ଆସି କାଲି ଆଉ ଦେଖିବାକୁ ମିଳୁନାହିଁ।ଆଗ୍ରହ ଥିଲେ ସବୁ ସହଜ ହୋଇଯାଏ।

odia sambada
Comments (0)
Add Comment