ସ୍ୱାମୀ-ସ୍ତ୍ରୀର ସମ୍ପର୍କର ଗୁରୁତ୍ୱ ବିଷୟରେ ତ ଆପଣ ନିଶ୍ଚୟ ଜାଣିଥିବେ | ଏହା ସେଇ ସମ୍ପର୍କ, ଯାହା ରକ୍ତର ତ ହୋଇନଥାଏ କିନ୍ତୁ ରକ୍ତ ଠାରୁ ମଧ୍ୟ ବଡ଼ ହୋଇଥାଏ | ଏହି ସମ୍ପର୍କ ପ୍ରକୃତରେ ପ୍ରେମକୁ ନେଇ ତିଷ୍ଠି ରହିଥାଏ | ଯଦି ଏ ସମ୍ପର୍କରେ ପ୍ରେମ ରହିବନି, ତେବେ ଏ ସମ୍ପର୍କ ଭାଙ୍ଗିବାକୁ ଅଧିକ ସମୟ ଲାଗିବନାହିଁ | ତେବେ ସବୁ ସମ୍ପର୍କରେ କିଛି ନା କିଛି କାରଣରୁ ଝଗଡା ତ ନିଶ୍ଚୟ ହୋଇଥାଏ | ସ୍ୱାମୀ ସ୍ତ୍ରୀ ମଧ୍ୟରେ ଛୋଟ ମୋଟ ଝଗଡା ହେବା ସ୍ୱାଭାବିକ କଥା ଅଟେ | କିନ୍ତୁ ବେଳେବେଳେ ଏହି ଝଗଡା ବହୁତ ବଡ଼ ରୂପ ନେଇଥାଏ ଏବଂ କଥା ଯାଇ ଜୀବନ ଦେବା ନେବା ପର୍ଯ୍ୟନ୍ତ ପହଞ୍ଚିଯାଏ | ଆଜିକାଲି ଏପରି ଗୋଟିଏ ଅଜବ ପ୍ରକାରର ମାମଲା ସାମ୍ନାକୁ ଆସିଛି ଏବଂ ଏହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି | ଯେଉଁଥିରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ଜୀବନରୁ ମାରିଦେବାକୁ ଚେଷ୍ଟା କରିଛି | ସେ ନିଜ ସ୍ତ୍ରୀର ହାତ ଗୋଡ ବାନ୍ଧି ଜିଅନ୍ତା ମାଟି ତଳେ ପୋତି ଦେଲା |
ଡେଲିମେଲର ରିପୋର୍ଟ ଅନୁଯାୟୀ, ଏହି ମାମଲା ଆମେରିକାର ୱାସିଂଟନର ଅଟେ | ମାମଲାଟି ଏପରି ଯେ ୪୨ ବର୍ଷୀୟ ୟାଙ୍ଗ ସୁକ ଏନ ଏବଂ ତାଙ୍କ ୫୩ ବର୍ଷୀୟ ସ୍ୱାମୀ ଚାୟ କ୍ୟୋଙ୍ଗ ଏନଙ୍କ ମଧ୍ୟରୁ ବହୁତ ସମୟ ଧରି ସମ୍ପତିକୁ ନେଇ ବିବାଦ ଚାଲିଥିଲା | ଦୁହେଁ ଅଲଗା ଅଲଗା ରହୁଥିଲେ ଏବଂ କୋର୍ଟରେ ଛାଡପତ୍ର ପାଇଁ ଆବେଦନ ମଧ୍ୟ କରିଥିଲେ | ଏହାମଧ୍ୟରେ ଦିନେ ୟାଙ୍ଗ ସୁକଙ୍କ ସ୍ୱାମୀ ଚାୟ କ୍ୟୋଙ୍ଗ ତାଙ୍କ ଘରେ ପହଞ୍ଚିଗଲେ ଏବଂ ତାଙ୍କୁ ଅପହରଣ କରି ଜୀବନରୁ ମାରିଦେବାକୁ ଚେଷ୍ଟା କଲେ |
ଚାଲାକିର ସହିତ କବରରୁ ନାକ ବାହାର କରିଦେଇଥିଲେ :-
ରିପୋର୍ଟ ଅନୁଯାୟୀ, ୟାଙ୍ଗ ସୁକ ଆରୋପ ଲଗାଇଛନ୍ତି ଯେ ଅକ୍ଟୋବର ୧୬ ତାରିଖରେ ଚାୟ କ୍ୟୋଙ୍ଗ ପ୍ରଥମେ ତାଙ୍କ ଉପରେ ଆକ୍ରମଣ କଲେ ଏବଂ ତାପରେ ତାଙ୍କ ହାତ ଗୋଡ ବଢି କାରର ଡୀକ୍କୀରେ ରଖିଲେ | ଏହାପରେ ସେ ତାଙ୍କୁ ଗୋଟିଏ ଜଙ୍ଗଲକୁ ନେଇଗଲା ଏବଂ ସେଠାକୁ ଯାଇ ଗୋଟିଏ ଗାତରେ ଠେଲି ଦେଲା ଏବଂ ଉପରେ ମାଟି ପକାଇଦେଲା | ତେବେ ଏହି ସମୟରେ ୟାଙ୍ଗ ଟିକେ ଚାଲାକି ଦେଖାଇଲେ ଏବେ ନିଜ ନାକକୁ ଯେକୌଣସି ପ୍ରକାରେ କବରରୁ ବାହାର କରିଦେଲେ, ଯେପରିକି ସେ ନିଶ୍ୱାସ ନେଇପାରିବେ | ଏହାସହିତ ସେ ନିଜର ଆପଲ ୱାଚ ଦ୍ୱାରା ନିଜ ପ୍ରିୟଜନଙ୍କୁ ଆଲର୍ଟ ମେସେଜ ମଧ୍ୟ ପଠାଇଦେଲେ |
ନିଜେ କବର ଖୋଳି ବାହାରକୁ ବାହାରିଲେ :-
ୟାଙ୍ଗ କହିଛନ୍ତି ଯେ ତାଙ୍କୁ ପ୍ରାୟ ୩-୪ ଘଣ୍ଟା ପର୍ଯ୍ୟନ୍ତ କବରରେ ହିଁ ପଡି ରହିବାକୁ ପଡିଥିଲା | ପରେ ସେ ଯେକୌଣସି ପ୍ରକାରେ ମାଟି ଖୋଳି ଖୋଳି କବରରୁ ବାହାରକୁ ଆସିଲେ ଏବଂ ଜଙ୍ଗଲରେ ହଜିଯାଇ ଗୋଟିଏ ଘରକୁ ଗଲେ, ଯେଉଁଠାରୁ ସେ ପୋଲିସକୁ ସୂଚନା ଦେଲେ | ଏହାପରେ ପୋଲିସ ଟିମ ଦ୍ୱାରା ତାଙ୍କୁ ଉଦ୍ଧାର କରି ନିଆଗଲା | ସେହିପରି ପରବର୍ତ୍ତୀ ଦିନ ଅର୍ଥାତ ଅକ୍ଟୋବର ୧୭ ତାରିଖରେ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଗିରଫ କରାଗଲା | ତାଙ୍କ ଉପରେ ହତ୍ୟା କରିବାକୁ ଚେଷ୍ଟା କରିଥିବା ଏବଂ ଘରୋଇ ହିଂସାର ମାମଲା ରୁଜ୍ଜୁ କରାଯାଇଛି | ବର୍ତ୍ତମାନ ଅଦାଲତ ଦ୍ୱାରା ତାଙ୍କୁ ଦଣ୍ଡ ମିଳିବା ବାକି ରହିଛି |