ଜଗବନ୍ଧୁ ଡାଏରୀ କାହା ଛାତିରେ ଛନକା ?

ପୋଲିସ ହାତରେ ଜଗବନ୍ଧୁ ଡାଏରୀ ରହିଛି । ଡାଏରୀ ଭିତରେ କାହା କାହା ନାଁ ରହିଛି ତାକୁ ନେଇ ସବୁଠି ଆଲୋଚନା ହେଉଛି । ବର୍ତ୍ତମାନ ଲେଡୀ ବ୍ଲାକମେଲର ଅର୍ଚ୍ଚନା ନାଗର ସ୍ବାମୀ ଜଗବନ୍ଧୁ ଚାନ୍ଦର ଡାଏରୀ ପୋଲିସ ହାତରେ ଲାଗିଛି । ଜଗବନ୍ଧୁଙ୍କୁ ଗିରଫ କରିବାପରେ ତାଙ୍କ ଘରୁ ଡାଏରୀ ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଜିନିଷ ଥିବା ଭୁବନେଶ୍ୱରର ଡିସିପି ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ଜଗବନ୍ଧୁ ପାଖରୁ ଚାରିଟି ମୋବାଇଲ ଓ ଗୋଟିଏ ଲାପଟପ ମଧ୍ୟ ମିଳିଛି । ତେବେ ଜବତ ହୋଇଥିବା ଡାଏରୀରେ କାହା ନାଁ ରହିଛି ଓ ତଦନ୍ତ ବେଳେ ସେହି ନାଁ ସାମ୍ନାକୁ ଆସିବ ନା ନାହିଁ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି ।

ସେପଟେ ଡିସିପି ପ୍ରତୀକ ସିଂହ କହିଛନ୍ତି, “ତାଙ୍କ ପାଖରୁ ଆମେ ଚାରୋଟି ମୋବାଇଲ ଫୋନ, ଲାପଟପ୍ ଆଉ ଗୋଟେ ଡାଏରୀ ଉପକରଣ ପାଇଛୁ । ସେସବୁକୁ ଆମେ ସିଜ କରିଛୁ । ଅର୍ଚ୍ଚନା ଜଗବନ୍ଧୁ ଏମାନଙ୍କର ବିଭିନ୍ନ ଆକାଉଣ୍ଟ ଆମେ ଆରବିଆଇକୁ ମାଗିଥିଲୁ ଏବଂ ବିଭିନ୍ନ ବ୍ୟାଙ୍କକୁ ପଠାଇଥିଲୁ । ସେଠାରୁ ଆମ ପାଖକୁ ଷ୍ଟେଟ ମେଣ୍ଟ ଆସିଛି । ତାଙ୍କର କନେକ୍ଟଇଙ୍ଗ ଆକାଉଣ୍ଟଗୁଡ଼ିକରୁ ଯଦି କିଛି ଟ୍ରାଞ୍ଜାକ୍ସନ ହୋଇଛି, ତେବେ ତାର ଡିଟେଲ ଷ୍ଟଡି କରାଯାଉଛି । ଦରକାର୍ ପଡ଼ିଲେ ଆମ ପାଖରେ ଥିବା ରିମାଣ୍ଡ ଅପ୍ସନକୁ ବ୍ୟବହାର କରିବୁ । ଏ ମାମଲାରେ ଯାହାର ବି ସଂପୃକ୍ତ ଥିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।”

ଗତ ଛଅ ତାରିଖରେ ଅର୍ଚ୍ଚନା ନାଗଙ୍କୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଥିଲା । ଅର୍ଚ୍ଚନାଙ୍କ ଭଳି ଜଗବନ୍ଧୁଙ୍କ ନାଁରେ ମଧ୍ୟ ସମାନ ଅଭିଯୋଗ ରହିଥିଲା । ଉଭୟଙ୍କ ନାମରେ ପୀଡ଼ିତାଙ୍କୁ ଡରାଇବା, ବ୍ଲାକମେଲିଙ୍ଗ, ଦାଦା ବଟି ଆଦାୟ ଆଦି ଅଭିଯୋଗ ରହିଥିଲା । ଜଗବନ୍ଧୁଙ୍କ ସଂପୃକ୍ତି ନେଇ ଠୋସ ପ୍ରମାଣ ପରେ ତାଙ୍କୁ ଗିରଫ କରାଯାଇଛି ବୋଲି ଡିସିପି କହିଛନ୍ତି ।

ସେପଟେ ପୀଡ଼ିତାଙ୍କୁ 164 ଧାରାରେ ବୟାନ ରେକର୍ଡ ହୋଇଥିବା ଡିସିପି ସୂଚନା ଦେଇଛନ୍ତି । ଅର୍ଚ୍ଚନା ଜଗବନ୍ଧୁଙ୍କ ଆର୍ଥିକ କାରବାରର ଖୋଳତାଳ ଚାଲିଛି । ଉଭୟଙ୍କ ଆକାଉଣ୍ଟ ଟ୍ରାଞ୍ଜାକ୍ସନର ତଥ୍ଯ ଆାରବିଆଇକୁ ମଗାଯାଇଥିଲା । ସେମାନେ କେଉଁଠୁ ଟଙ୍କା ଆଣୁଥିଲେ ଏବଂ କାହାକୁ ଦେଉଥିଲେ, ସେ ସବୁର ତଦନ୍ତ ଚାଲିଛି ଏବଂ ଏହା ଆଗକୁ ଅଧିକ ସ୍ପଷ୍ଟ ହେବ ବୋଲି ଡିସିପି କହିଛନ୍ତି । ସେପଟେ ଗିରଫ ପରେ ଜଗବନ୍ଧୁର ଜାମିନ ଆବେଦନ ଖାରଜ ହେବାରୁ ତାକୁ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

odia sambada
Comments (0)
Add Comment