T20 ୱାର୍ଲଡ କପ ୨୦୨୨ : ଆଜି ମେଲବର୍ଣ୍ଣରେ ଭାରତ-ପାକିସ୍ତାନ ମଧ୍ୟରେ ଟକ୍କର

ବନ୍ଧୁଗଣ ଆଜି ଖେଳାଯିବାକୁ ଅଛି ଟି-୨୦ ବିଶ୍ୱକପରେ ମହାମୁକାବିଲା । ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ । ଜଣେ ପ୍ରତିଶୋଧ ନେବାକୁ ଅପେକ୍ଷା କରିଥିବା ବେଳେ ଆଉ ଜଣେ ରେକର୍ଡ ଧାରା ବଜାୟ ରଖିବାକୁ ଭରପୁର ପ୍ରୟାସ କରିବ । ଆଉ ମେଲବର୍ଣ୍ଣରେ ଖଚାଖଚ ଦର୍ଶକଙ୍କ ଭିଡ ଭିତରେ ଭାରତ-ପାକିସ୍ତାନ ବ୍ୟାଟସମ୍ୟାନ ବର୍ଷିଦେବେ ଛକା ଚୌକ ।

ପାକିସ୍ତାନ ବୋଲରଙ୍କୁ ଦିଗହରା କରିବାକୁ ଟିମ୍ ଇଣ୍ଡିଆ ସୂର୍ଯ୍ୟକୁମାର ଯାଦବ, ବିରାଟ କୋହଲିଙ୍କ ଭଳି ଧୁରନ୍ଦର ବ୍ୟାଟସମ୍ୟାନଙ୍କ ଉପରେ ଭରସା ରଖିଥିବା ବେଳେ ପାକିସ୍ତାନ ମଧ୍ୟ ମହମ୍ମଦ ରିଜୱାନ ଏବଂ ବାବର ଆଜମଙ୍କ ଜରିଆରେ ମ୍ୟାନ ଇନ୍ ବ୍ଲୁର ବୋଲରଙ୍କୁ ନିରାଶ କରିବାକୁ ପ୍ରୟାସ କରିବ । ତେବେ ଭାରତକୁ ଅଡୁଆରେ ପକାଇ ପାରନ୍ତି ପାକିସ୍ତାନର ବୋଲର ଶାହୀନ ଶାହ ଆଫ୍ରିଦି । ୨୦୨୧ ଟି-୨୦ ବିଶ୍ୱକପରେ ଭାରତକୁ ହରାଇ ପାକିସ୍ତାନ ତା’ର ପ୍ରଥମ ବିଜୟ ହାସଲ କରିଥିଲା । ଏବେ ଭାରତ ଏହାର ବଦଲା ନେବା ମୁଡରେ ରହିଛି । ଏସିଆ କପରେ ଦୁଇଟି ମ୍ୟାଚରୁ ଉଭୟ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିଲେ । ତେବେ ଆଜିର ମ୍ୟାଚରେ ବର୍ଷା ଗୋଟିଏ ବଡ ବାଧକ ସାଜିପାରେ।

ମେଲବର୍ଣ୍ଣରେ ୭୦ ପ୍ରତିଶତ ବର୍ଷା ହେବାର ଆଶଙ୍କା ରହିଛି । କିନ୍ତୁ ଦୀପାବଳି ପାଇଁ ସମସ୍ତେ ଘରେ ଛୁଟିରେ ଥିବା ବେଳେ ସୁପର ସଣ୍ଡେର ସୁପର ଶୋ ଦେଖିବାକୁ ଅପେକ୍ଷା କରିିଛନ୍ତି । ବ୍ୟାଟିଂ କୁ ନେଇ ଇଣ୍ଡିଆ ଟିମ୍ ଖୁବ୍ ଦମଦାର ଥିବା ବେଳେ ବୋଲିଂରେ ପାକିସ୍ଥାନର ଆଫ୍ରୀଦି । ଅଷ୍ଟ୍ରେଲିଆର ମେଲବର୍ଣ୍ଣ ଷ୍ଟାଡିୟମରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ନିଜର ପ୍ରଥମ ମ୍ୟାଚ ଖେଳିଳେ । ମ୍ୟାଚକୁ ନେଇ ଉଭୟ ଦେଶର ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି ।

ହେଲେ ବର୍ଷା ମ୍ୟାଚ ଖେଳାଯାଇ ପାରିକ କି ନାହିଁ ତାକୁ ନେଇ ଏବେବି ଆଶଙ୍କା ରହିଛି । ରବିବାର ମେଲବର୍ଣ୍ଣ ସହରରେ ପ୍ରବଳ ବର୍ଷା ନେଇ ସେଠାକାର ପାଣିପାଗ ସଂସ୍ଥା ଆକଳନ କରିଛି । ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ୬ ଥର ମୁହାଁମୁହିଁ ହୋଇଥିବା ବେଳେ ପାକିସ୍ତାନ ଗୋଟିଏ ମ୍ୟାଚ ଜିତିବାରେ ସଫଳ ହୋଇଛି । କିନ୍ତୁ ଗତ ବିଶ୍ୱକପରେ ପାକିସ୍ତାନଠୁ ଭାରତ ହାରିଥିବାରୁ ଏଥର ଭାରତୀୟ ଖେଳାଳୀଙ୍କ ଉପରେ ଚାପ ରହିପାରେ । ପାକିସ୍ତାନର ପେସ ବୋଲର ସାହୀନ ଆଫ୍ରିଦୀ ଦଳକୁ ଫେରିଥିବାରୁ ଭାରତ ଅପେକ୍ଷା ବୋଲିଂରେ ପାକିସ୍ତାନର ପଲା ଭାରି ରହିବ । କିନ୍ତୁ ଦୃଢ ବ୍ୟାଟିଂ ଲାଇନଅପ ଥିବା ଭାରତର ବ୍ୟାଟରମାନେ ପାକିସ୍ତାନ ବୋଲରଙ୍କୁ କିପରି ସାମ୍ନା କରୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି ।

odia sambada
Comments (0)
Add Comment