ଗଭୀର ଅବପାତ ରୂପ ନେଲା ସକ୍ରିୟ ଅବପାତ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ସକ୍ରିୟ ଅବପାତ । ଆସନ୍ତାକାଲି ନେବ ବାତ୍ୟାର ରୂପ

ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ସକ୍ରିୟ ଅବପାତ ଗଭୀର ଅବପାତର ରୂପ ନେଇଛି । ଏହା ସାମାନ୍ୟ ଦିଗ ବଦଳାଇ ଉତର-ଉତର ପୂର୍ବ ଗତି କରିବ । କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତାକାଲି ସକାଳ ବେଳକୁ ବାତ୍ୟାର ରୂପ ନେଇପାରେ । ବାତ୍ୟା ସୃଷ୍ଟି ହେବା ପରେ ଉତର-ଉତର ପୂର୍ବ ମୁହାଁ ହୋଇ ଆଗକୁ ବଢିବ । ଫଳରେ ବାଂଲାଦେଶ ପଳାଇବ ସମ୍ଭାବ୍ୟ ବାତ୍ୟା ସି-ତ୍ରଙ୍ଗ, ୨୫ ତାରିଖ ସକାଳେ ବାଂଲାଦେଶ-ପଶ୍ଚିମବଙ୍ଗ ଉପକୂଳର ତିନକୋଣା ଦ୍ୱୀପ ସାଣ୍ଡଓ୍ଵିପ୍‌ ମଝିରେ ବାତ୍ୟା ଲାଣ୍ଡଫଲ୍‌ କରିବ ।

ସୂଚନା ଅନୁସାରେ ୨୫ ତାରିଖ ସକାଳୁ ବାଂଲାଦେଶ ଉପକୂଳର ତିଙ୍କୋଣା ଦ୍ୱୀପ ଓ ସାଣ୍ଡୱିପ୍ ମଝିରେ ସ୍ଥଳଭାଗ ଛୁଇଁପାରେ । ଓଡ଼ିଶା ଉପକୂଳର ବହୁ ଦୂରରେ ବାତ୍ୟା ଅତିକ୍ରମ କରିବ । ପାଣିପାଗ ବିଭାଗର ସୂଚନା ଅନୁସାରେ ଗତ ୬ ଘଂଟା ହେବ ଏହା ଘଂଟା ପ୍ରତି ୧୮ କିଲୋମିଟର ବେଗରେ ଗତି କରୁଛି । ସେପଟେ ପାରାଦୀପ ଡପ୍ଲର ରାଡାରରେ ଦୃଶ୍ୟମାନ ହୋଇଛି ଗଭୀର ଅବପାତ ସହ ବାହ୍ୟ ବାଦଲ ସମୂହ । ବାତ୍ୟା ପ୍ରଭାବରେ ଆଜି କେନ୍ଦ୍ରାପଡା, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ବର୍ଷା ହୋଇପାରେ ।

ତେବେ ଓଡ଼ିଶା ଉପରେ ବାତ୍ୟା ସିତ୍ରାଙ୍ଗର ବିଶେଷ ପ୍ରଭାବ ରହିବ ନାହିଁ । ଓଡ଼ିଶାରେ ଏହାର ବିଶେଷ ପ୍ରଭାବ ନଥିବାରୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ତେବେ ଉପକୂଳବର୍ତ୍ତୀ ଜିଲ୍ଲାର କିଛି ସ୍ଥାନରେ ୨୪ ଓ ୨୫ ତାରିଖରେ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ଯାହା ଜଣା ପଡ଼ୁଛି ସମ୍ଭାବ୍ୟ ବାତ୍ୟା ସି-ତ୍ରଙ୍ଗ ପ୍ରଭାବରେ ଉପକୂଳବର୍ତ୍ତି ଅଞ୍ଚଳରେ ପବନର ବେଗ କମ୍ ରହିବ ମାତ୍ର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ଅଛି।

ତେବେ ବାତ୍ୟାର କେନ୍ଦ୍ରସ୍ଥଳରେ ଘଂଟା ପ୍ରତି ୬୫-୭୫ କିମି ବେଗରେ ପବନ ବହିପାରେ । ଯାହାର ଝଟକା ୮୫ କିମି ପର୍ଯ୍ୟନ୍ତ ହୋଇପାରେ । ସେହି ୨୪ ତାରିଖ ଅପରାହ୍ଣରେ ୧୦୦ କିଲୋମିଟର ବେଗରେ ପବନ ଝଟକା ଦେଇପାରେ । ସେହିପରି ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁସାରେ ୨୫ ତାରିଖ ସଂଧ୍ୟା ସୁଦ୍ଧା ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ପହଂଚିବ । ସେହି ସମୟରେ ୯୦ ରୁ ୧୦୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ କେବଳ ଦୁଇଦିନ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଘଣ୍ଟାପ୍ରତି ୬୦-୭୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଜନସାଧାରଣ ବାତ୍ୟାକୁ ନେଇ ବିଶେଷ ଭୟଭୀତ ନହେବାକୁ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ପରାମର୍ଶ ଦେଇଛନ୍ତି ।

odia sambada
Comments (0)
Add Comment