ଜେଲ୍ ରେ ଜଗବନ୍ଧୁ ଅର୍ଚ୍ଚନାକୁ ଦେଖା କରିବା ପରେ ଭବବିହ୍ୱଳ ହୋଇପଡ଼ିଲେ ଅର୍ଚ୍ଚନା

ସମାଜ ମନୁଷ୍ୟକୁ ନେଇ ଗଠିତ।କିଛି ମଣିଷଙ୍କ ଭଲ କାମ ପାଇଁ ଏ ସମାଜ ଗର୍ବିତ ଓ କିଛି ମଣିଷଙ୍କ ଖରାପ କାମ ପାଇଁ ଏ ସମାଜ କଳଙ୍କିତ।ଏହିପରି କିଛି ଖରାପ କାମ କରି ସମାଜ କୁ କଳଙ୍କିତ କରିଛନ୍ତି ଅର୍ଚ୍ଚନା ନାଗ ଓ ତା’ର ସ୍ବାମୀ ଜଗବନ୍ଧୁ ଚାନ୍ଦ।ସ୍ବାମୀ ଓ ସ୍ତ୍ରୀ ଦୁଇ ଜଣ ମିଶି ଭୁବନେଶ୍ୱର ରେ ସେକ୍ସ ରାକେଟ ଚଲାଇ ବଡ଼ ବଡ଼ିଆ ମାନଙ୍କୁ ନିଜ ମାୟା ଜାଲ ରେ ପକାଇ ସେମାନଙ୍କୁ ବ୍ଲାକମେଲ୍ କରି କମାଇଥିଲେ କୋଟି କୋଟି ଟଙ୍କା। ଜଣେ ଯୁବତୀଙ୍କ ଅଭିଯୋଗ ପରେ ପୋଲିସ୍ ଗିରଫ କରିଥିଲା ଅର୍ଚ୍ଚନାକୁ।

ଅର୍ଚ୍ଚନା ଜାମିନ୍ ପାଇଁ ଆବେଦନ କରିଥିଲା,କିନ୍ତୁ ତାର ଆବେଦନ ଖାରଜ ହୋଇଯାଇଛି।ତେବେ ଏହି ଚର୍ଚ୍ଚିତ ଦମ୍ପତି ଆଜି ଜେଲ ପରିସରରେ ଥିବା କାର୍ଯ୍ୟାଳୟରେ କଥା ହୋଇଛନ୍ତି ।ଝାରପଡା ଜେଲରେ ଲେଡି ବ୍ଲାକମେଲର୍ ଅର୍ଚ୍ଚନା ଓ ସ୍ୱାମୀ ଜଗବନ୍ଧୁ ମଧ୍ୟରେ ଭେଟାଭେଟି । କଲାସାମ୍ରଜ୍ୟ ର ରାଣୀ ଅର୍ଚ୍ଚନା ଓ ଜଗବନ୍ଧୁ ଆଜି କଥା ବାର୍ତ୍ତା ହୋଇଛନ୍ତି । ଦିନ ୧୧ଟା ୫ରୁ ୧୧ଟା ୨୦, ୧୫ ମିନିଟ୍ ଧରି ଉଭୟେ ଦେଖା ହେବା ସହ କଥାବାର୍ତ୍ତା କରିଛନ୍ତି।

ତେବେ ଏ କଥା ଜଣାପଡିଛି ଯେ କଥା ବାର୍ତ୍ତା ସମୟ ରେ ଉଭୟ ସ୍ୱାମୀ-ସ୍ତ୍ରୀ ଭାବ ବିହ୍ୱଳ ହୋଇପଡିଥିଲେ । ଏପରିକି ଜଗବନ୍ଧୁକୁ ଦେଖି କାନ୍ଦି ପକାଇଥିଲା ଅର୍ଚ୍ଚନା । ଜଗବନ୍ଧୁଙ୍କୁ ତା’ର ସ୍ୱାସ୍ଥ୍ୟ ସଂପର୍କରେ ପଚାରିବା ସହ ପୁଅ କିପରି ଓ କାହା ପାଖରେ ଅଛି ବୋଲି ଅର୍ଚ୍ଚନା ପଚାରିଥିଲା।ସେହିପରି ପୋଲିସ୍ ଘରୁ ମୋବାଇଲ, ଡାଏରୀ ଓ ପେନଡ୍ରାଇଭ୍ ନେଇଯାଇଥିବା ଅର୍ଚ୍ଚନାକୁ ଜଣାଇଥିଲା ଜଗବନ୍ଧୁ।

ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ବେଳେ ଜେଲ ଅଧିକ୍ଷକ ଓ ଫିମେଲ୍ ୱାର୍ଡର୍ ଉପସ୍ଥିତ ଥିଲେ । ଜେଲ୍ ମାନୁଆଲ ଅନୁଯାୟୀ ସପ୍ତାହକୁ ଗୋଟିଏ ଥର ଉଭୟଙ୍କ ମଧ୍ୟରେ ଦେଖା ହେବାର ବ୍ୟବସ୍ଥା ରହିଥିବା ଗତକାଲି ଜେଲ ଡିଆଇଜି କହିଥିଲେ । ରବିବାର ମାତ୍ର ୧୫ ମିନିଟ୍ ପାଇଁ ସ୍ୱାମୀ-ସ୍ତ୍ରୀ କଥାବାର୍ତ୍ତା ହୋଇପାରିବେ ବୋଲି ସେ କହିଥିଲେ । ଆଜି ଉଭୟଙ୍କ ମଧ୍ୟରେ ଭେଟାଭେଟି ହୋଇଥିବା ବିଶେଷ ସୂତ୍ର ରୁ ସୂଚନା ମିଳିଛି ।

odia sambada
Comments (0)
Add Comment