ଶାନ୍ତ ମେଧାବୀ ଛାତ୍ରୀ ଅର୍ଚ୍ଚନାକୁ କିଏ କଲା ନାଗୁଣୀ ?

ଇଏ ହେଉଛି ସେହି ଅର୍ଚ୍ଚନା, ଯାହାକୁ ସମସ୍ତେ ନାଗୁଣୀ ବୋଲି କହୁଛନ୍ତି । ଯାହାକୁ କେହି କେହି ବ୍ଲାକମେଲର ବୋଲି କହୁଛନ୍ତି, ସେ ପ୍ରକୃତରେ ବ୍ଲାକମେଲର କେମିତି ହେଲା ଏବଂ ସେ କାହିଁକି ନାଗୁଣୀ ପାଲଟିଲା । ଏହାକୁ ନେଇ ଏବେ କିଛି ନୂଆଁ ନୂଆଁ କଥା ସାମ୍ନାକୁ ଆସୁଛି । ଆଜ୍ଞା ହଁ, ଦିନେ ବିଜ୍ଞାନରେ ଭଲ ପଢୁଥିବା ଛାତ୍ରୀ ଜଣକ କଣ ଏପରି ହୋଇପାରେ । ସବୁବେଳେ ଶାନ୍ତ, ସରଳ ଓ ମେଧାବୀ ଛାତ୍ରୀଟା କଣ ଏମିତି ବଦଳି ଯାଇପାରେ ? କାହିଁକି, କେଉଁ ପରିସ୍ଥିତିରେ ଅର୍ଚ୍ଚନା ଏପରି ହେଲା, କିଏ ତାକୁ ମାୟାବିନୀ ସଜେଇ ଦେଲା ? କାହାପାଇଁ ସେ ଏପରି ରାସ୍ତାକୁ ବାଛି ନେଲା, ଯାହାକୁ ଅର୍ଚ୍ଚନାଙ୍କୁ ପାଠ ପଢ଼ାଇଥିବା ଅଧ୍ୟାପକ ବିଶ୍ୱାସ କରିପାରୁ ନାହାନ୍ତି ।

ଆଜ୍ଞା ହଁ, ଆମେ ଆଜି ଆପଣଙ୍କୁ ଏପରି କିଛି ତଥ୍ୟ ଦେବୁ, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କେହି କେହି କହୁଥିଲେ ଯେ ଅର୍ଚ୍ଚନା କୁଆଡେ ମ୍ୟାଟ୍ରିକ ଫେଲ୍ ଅଟନ୍ତି । କିନ୍ତୁ ପ୍ରକୃତରେ ଅର୍ଚ୍ଚନା ଯୁକ୍ତ ଦୁଇ ବିଜ୍ଞାନରେ ପାଠ ପଢୁଥିଲେ । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢୁଥିଲେ, ସେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ପାସ ମଧ୍ୟ କରିଥିଲେ ।

କଲେଜରେ ସେ ପାଠ ପଢୁଥିବା ବେଳେ ସେ ଶାନ୍ତ, ସରଳ ସ୍ୱଭାବର ଛାତ୍ରୀ ଥିଲେ । ସେ ଅଳ୍ପ ଦିନ ମଧ୍ୟରେ କେମିତି ଏତେ ଉଗ୍ର ହେଲେ, ଏହା କଲେଜରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେଇ ଅର୍ଚ୍ଚନା ନାଗ ବିବାହ କରିବା ପରେ ସ୍ବାମୀ ଜଗବନ୍ଧୁଙ୍କ ସହ ଜଳେଶ୍ଵର ବ୍ଲକ ଅନ୍ତର୍ଗତ ବାଉଁଶବଣୀ ଗାଁରେ ଶାଶୁଘରେ ରହୁଥିଲେ । 2014 ଜୁଲାଇ 12 ତାରିଖରେ ସେ ଭୋଗରାଇ ବ୍ଲକର ଥାନା ଅନ୍ତର୍ଗତ ପଛୁଆଲି ବୈକୁଣ୍ଠ ନାଥ ଉଚ୍ଚ ବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ଭର୍ତ୍ତି ହୋଇଥିଲେ ।

2016 ରେ ଫାଇନାଲ ପରୀକ୍ଷା ଦେଇ ସେ ବିଜ୍ଞାନରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏନେଇ କଲେଜ ଅଧ୍ୟକ୍ଷକ କହିଛନ୍ତି ଯେ ଭୁବନେଶ୍ଵରର ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ତାଙ୍କ କଲେଜର ଛାତ୍ରୀ ଥିଲେ । ଗଣମାଧ୍ୟମର ପ୍ରତିନିଧି ମାନଙ୍କଠାରୁ ଶୁଣି ସେ ପ୍ରଥମେ ବିଶ୍ୱାସ କରିନଥିଲେ ଏବଂ ପରେ ଆଡ଼ମିଶନ ରେଜିଷ୍ଟର ଖୋଲି ଦେଖିବାପରେ ତାଙ୍କର ସନ୍ଦେହ ଦୂର ହୋଇଥିଲା । କିନ୍ତୁ ସେ ନିଜକୁ ନିଜେ ବିଶ୍ୱାସ କରିପାରୁ ନଥିଲେ ଯେ ସେ ପ୍ରତିଦିନ ନିଜ ସ୍ବାମୀ ଜଗବନ୍ଧୁଙ୍କ ସହ ଆସୁଥିଲେ ଏବଂ ଶାନ୍ତ, ସରଳ ଓ ସ୍ୱଭାବର ଛାତ୍ରୀ ଥିଲା । ସେ ଏତେ ଉଗ୍ର କେମିତି ହେଲା ।

ସେ ନିଜ ମନକୁ ଏପରି ଅନେକ ପ୍ରଶ୍ନ ପଚାରୁଛନ୍ତି । ଯିଏ ଏତେ ସରଳ ଥିଲା, ସେ ହଠାତ୍ ଏପରି ଉଗ୍ର ଆଚରଣ କରିବ ଆଉ ଏମିତି ବଦଳିଯିବ କେହି ବି ବିଶ୍ୱାସ କରିପାରୁ ନାହାନ୍ତି । ତେବେ ଅର୍ଚ୍ଚନାଙ୍କ ସ୍ଵଭାବ ପରିବର୍ତ୍ତନ ପଛରେ ଗୋଟିଏ କାହାଣୀ ଲୁଚି ରହିଛି, ନାଟକୀୟ କାହାଣୀ ।

odia sambada
Comments (0)
Add Comment