ଆସିଲା ନୂଆ ନିୟମ, ଏଣିକି ହେଲମେଟ୍ ନଥିଲେ ମିଳିବନି ମଦ

ବିନା ହେଲମେଟରେ ମଦ କିଣିବାକୁ ଗଲେ ଆଉ ମିଳିବନି,ଏକଥା ଶୁଣି ଆପଣଙ୍କୁ ହସ ଲାଗୁଥାଇ ପାରେ ଆଉ କିଏ ଏଭଳି ଅବାନ୍ତର ନିୟମ କଲା ବୋଲି ଆପଣ ଭାବୁଥିବେ,ହେଲେ କଥା ପୂରା ସତ|

ଆପଣ ପୂର୍ବରୁ ଶୁଣିଥିବେ ନୋ ହେଲମେଟ ନୋ‌ ପେଟ୍ରୋଲ|ଏବେ ଶୁଣନ୍ତୁ,”ନୋ ହେଲମେଟ ନୋ ଲିକର”|ଏହା ପଛର ବଡ କାରଣ ହେଲା ଲୋକଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇବା|ତେଣୁ ପ୍ରଶାସନ ପକ୍ଷରୁ ଦୁଇ ଚକିଆ ଚାଳକଙ୍କ ପାଇଁ ଏଭଳି ନିୟମ କରାଯାଇଛି|ଯଦି ଜଣେ ବ୍ୟକ୍ତି ହେଲମେଟ ପିନ୍ଧି ମଦ ନେବାପାଇଁ ଆସିବ ତାକୁ ମଦ ଦିଆଯିବ ନଚେତ୍ ଦୋକାନୀ ତାକୁ ମଦ ବିକ୍ରି କରି ପାରିବେ ନାହିଁ ବୋଲି କଡା ନିୟମ କରାଯାଇଛି|

ଏହି ନିୟମ ସେତେବେଳେ ଲାଗୁ କରାଗଲା ଯେତେବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ହେଲମେଟ ପିନ୍ଧିବା ପାଇଁ କୁହାଯିବାର ଦୁଇ ସପ୍ତାହ ପରେ ବି କେହି ହେଲମେଟ ପିନ୍ଧି ନଥିଲେ|ପ୍ରଶାସନର ନିର୍ଦ୍ଦେଶକୁ ଫୁ ଫୁ କରି ବିନା ହେଲମେଟରେ ଲୋକେ ରାସ୍ତାରେ ବାଇକ ଚଳାଇବା ଦେଖାଗଲେ,ତେବେ ପ୍ରଶାସନ ତାଙ୍କୁ କହିଥିଲା ବିନା ହେଲମେଟରେ ତାଙ୍କୁ ମଦ ବିକ୍ରି କରାଯିବ ନାହିଁ|ଏ ନେଇ ଜଣେ ଅବକାରୀ ଅଧିକାରି କହିଛନ୍ତି ଯେ ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି|

ଗାଁ ଗହଳିର ମଦ ଦୋକାନରେ ଏଭଳି ପୋଷ୍ଟର ମରା ଯାଇଛି|ତେବେ ଏହି ନିୟମ ଲାଗୁ ହେଲାପରେ ଏହାକୁ ନେଇ ଅନେକ ମଜାଳିଆ ପ୍ରତିକ୍ରିୟା ପ୍ରକାଶ ପାଇଛି|କିଛି କହିଛନ୍ତି ଏହା ଭଲ କାରଣ ଯେଉଁମାନେ ମଦ କିଣିବା ସମୟରେ ମୁହଁ ଲୁଚାଉଥିଲେ ତାଙ୍କୁ କେହି ଦେଖିପାରିବେ ନାହିଁ|ସେଭଳି ମଦ ପିଇ ସଡକ ଦୁର୍ଘଟଣାରୁ ରକ୍ଷା ହୋଇପାରିବ|ପ୍ରଶାସନର ଏଭଳି ନିୟମ ବିଭିନ୍ନ ମହଲରେ ଚର୍ଚ୍ଚାରେ ରହିଛି|

odia sambada
Comments (0)
Add Comment