ମିସ କଲରେ ହିଁ ପଟିଗଲା ଦୁଇ ପିଲାର ମା, ସ୍ୱାମୀକୁ ଛାଡି ପ୍ରେମିକ ସହିତ ସ୍ତ୍ରୀ ହୋଇ ରହିବାକୁ ଲାଗିଲା, ତାପରେ ହେଲା ଏମିତି କିଛି

କୁହନ୍ତି ପ୍ରେମ ଯେକୌଣସି ବ୍ୟକ୍ତି ଯେକୌଣସି ସ୍ଥାନରେ ମଧ୍ୟ ହୋଇପାରେ । ଆପଣ ମଧ୍ୟ ଅନେକ ଲଭ୍ ଷ୍ଟୋରୀ ଦେଖିଥିବେ, ଯେଉଁଠାରେ ଅଜବ ପ୍ରକାରର ପରିସ୍ଥିତିରେ ଲୋକଙ୍କ ମଧ୍ୟରେ ପ୍ରେମ ହୋଇଯାଏ । ଏକାଠି କାମ କଲା ବେଳେ, ଏକାଠି ପଢୁଥିବା ବେଳେ କିମ୍ବା ଅନଲାଇନରେ କାହା ସହ କଥାବାର୍ତ୍ତା କରିବାବେଳେ ମଧ୍ୟ ପ୍ରେମ ହେବା ବହୁତ୍ ସାଧାରଣ ଅଟେ । କିନ୍ତୁ କଣ ଆପଣ କେବେ ଶୁଣିଛନ୍ତି ଯେ କାହାର ମିସ୍ କଲ ଆସିଥିବ ଆଉ ତାକୁ ଏମିତି ପ୍ରେମ ହୋଇଯିବ ଯେ ସେ ନିଜର ସବୁକିଛି ଛାଡି ତା ସହ ବାହା ହୋଇଯିବ । ଆଜି ଆମେ ଆପଣଙ୍କୁ ଏପରି ଗୋଟିଏ ଅଜବ ପ୍ରେମ୍ କାହାଣୀ ବିଷୟରେ କହିବାକୁ ଯାଉଛୁ ।

ଦୁଇ ପିଲାର ମାକୁ ମିସ କଲରେ ହେଲା ପ୍ରେମ :-

ଏହି ଅଜବ ଲଭ ଷ୍ଟୋରୀ ମଧ୍ୟପ୍ରଦେଶର ଗ୍ବାଲିୟର ସହରର ଅଟେ । ଏଠାରେ ରହୁଥିବା ମୋନିକାଙ୍କର ଜଣେ ସ୍ବାମୀ ଓ ଦୁଇଟି ପିଲା ଅଛନ୍ତି । ଦିନେ ମୋନିକାଙ୍କ ମୋବାଇଲକୁ କୌଣସି ଅଜଣା ବ୍ୟକ୍ତିଙ୍କର ମିସ୍ କଲ୍ ଆସିଲା । ମୋନିକା ଯେତେବେଳେ ମିସ୍ କଲ ଦେଖିଲେ, ସେତେବେଳେ କଲ ବ୍ୟାକ କଲେ । ଏହାପରେ ସୁଧୀର ନାମକ ଯୁବକ ମୋନିକାଙ୍କ ସହ କଥାବାର୍ତ୍ତା ହେଲା । ଆରମ୍ଭରେ ଏହା ସାଧାରଣ ଭାବେ କଥାବାର୍ତ୍ତା ହେଲା । କିନ୍ତୁ ତାପରେ ଦୁହେଁ ସବୁଦିନ କଥା ହେବାକୁ ଲାଗିଲେ ।

ଶିଘ୍ର ଦୁହିଁଙ୍କର ବନ୍ଧୁତା ଗଭୀର ହୋଇଗଲା । ତାପରେ ଏହି ବନ୍ଧୁତା ପ୍ରେମରେ ବଦଳି ବଦଳିଗଲା । ସୁଧୀର ଫିରୋଜବାଦର ବାସିନ୍ଦା ଅଟେ । ମୋନିକା ତାଙ୍କୁ ଏତେ ଭଲପାଇ ବସିଲେ ଯେ ସେ ନିଜ ସ୍ବାମୀ ଓ ପିଲାଙ୍କୁ ଛାଡି ଫିରୋଜବାଦ ଚାଲିଆସିଲେ । ସେ ଶାଶୂଘରୁ ଅଚାନକ ଗାଏବ ହୋଇଗଲା ଏବଂ ନିଜ ସ୍ୱାମୀକୁ ଟିକେ ବି ଜାଣିବାକୁ ଦେଲେନାହିଁ ଯେ ସେ କେଉଁଠାକୁ ଏବଂ କଣ ପାଇଁ ଗଲେ ।

ଘରୁ ପଳାଇଯାଇ କଲେ ପ୍ରେମିକ ସହ ବିବାହ :-

ଫିରୋଜବାଦ ଆସିବାପରେ ମୋନିକା ସୁଧୀର ସହ ବିବାହ କଲେ । ଦୁହେଁ ସ୍ୱାମୀ ସ୍ତ୍ରୀ ପରି ଏକାଠି ରହିବାକୁ ଲାଗିଲେ । ସବୁକିଛି ଠିକ୍ ଚାଲିଥିଲା, କିନ୍ତୁ ଠିକ୍ ସେତିକିବେଳେ ପୋଲିସ ଏବଂ ଧମକ ଏବଂ ଏମାନଙ୍କ ଲଭ୍ ଷ୍ଟୋରିର ଦି ଏଣ୍ଡ ହୋଇଗଲା ।

ବାସ୍ତବରେ ଗ୍ବାଲିୟରରେ ମୋନିକାଙ୍କ ସ୍ବାମୀ ଏ ବିଷୟରେ କିଛି ବି ଜାଣିନଥିଲେ ଯେ ତାଙ୍କ ସ୍ତ୍ରୀ ଆଉ କାହା ସହ ପଳାଇ ଯାଇଛି । ତାଙ୍କୁ ଲାଗିଲା ମୋନିକା କୁଆଡେ ହଜି ଯାଇଛି ଏବଂ ସେ ଥାନାରେ ରିପୋର୍ଟ୍ ଲେଖାଇଲେ । କିନ୍ତୁ ପୋଲିସ ଯେତେବେଳେ ଯାଞ୍ଚ୍ କଲା, ସେତେବେଳେ ଜଣାପଡ଼ିଲା ଯେ ମୋନିକା ଫିରୋଜବାଦରେ କେଉଁଠି ଲୁଚି ରହିଛି ।

ଏହାପରେ ସେମାନେ ମୋନିକାଙ୍କ ପ୍ରେମିକର ରସୁଲପୁର ଥାନା ଅଂଚଳର ମୋହଲା ସାନ୍ତିନଗର ସ୍ଥିତ ଘରେ ଖୋଜିଲେ । ପୋଲିସ ଖୋଜୁଛି ଦେଖି ପ୍ରେମିକ କୁଆଡେ ଫେରାର ହୋଇଗଲା ଏବଂ ମୋନିକାଙ୍କୁ ନିଜ ହେପାଜତକୁ ଆଣି ଗ୍ବାଲିୟର ଅଣାଗଲା । ଏହାପରେ ପୋଲିସ ମୋନିକାଙ୍କୁ ତାଙ୍କ ସ୍ଵାମୀ ପାଖରେ ଛାଡ଼ିଦେଲା ।

odia sambada
Comments (0)
Add Comment