୧୦ ଲକ୍ଷ ବେରୋଜଗାର ଙ୍କୁ ନିଯୁକ୍ତି ଦେବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ସେଥି ପାଇଁ କରୁଛନ୍ତି ମେଗା ରୋଜଗାର ମେଳା ର ଆୟୋଜନ

ଦର୍ଶକ ବନ୍ଧୁ ଆପଣ ମାନେ ତ ଜାଣିଥିବେ କେନ୍ଦ୍ର ରେ ମୋଦି ସରକାର ଆସିବା ପରେ ଦେଶ ରେ ବହୁତ ପରିବର୍ତ୍ତନ ଆସିଛି।ତେବେ ଏବେ ଯେଉଁ ବଡ଼ ଖବର ସାମ୍ନା କୁ ଆସିଛି ତାହା ହେଉଛି ମେଗା ରୋଜଗାର ମେଳା ର ଆୟୋଜନ କରୁଛନ୍ତି କେନ୍ଦ୍ର ସରକାର।ଆସନ୍ତା ଅକ୍ଟୋବର ୨୨ ତାରିଖ ରେ ୧୨ଟା ବେଳେ ଭିଡିଓ କନଫରେନ୍ସ ଜରିଆ ରେ ଏହି ନିଯୁକ୍ତି ମେଳା ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ।ତେବେ ୭୫,୦୦୦ ନବ ନିଯୁକ୍ତି ପତ୍ର ପ୍ରଦାନ କରାଯିବ।

ଏହି ମେଳାରେ ନବ ନିଯୁକ୍ତଙ୍କ ଉଦ୍ଦେଶ୍ୟ ରେ ଅଭିଭାଷଣ ଦେବେ ପ୍ରଧାନମନ୍ତ୍ରୀ ମୋଦି।କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ଦିଆଯିବ। ମିଶନ ମୋଡ଼ ରେ ବିଭିନ୍ନ କେନ୍ଦ୍ରୀୟ ବିଭାଗ ରେ ଖାଲି ପଡ଼ିଥିବା ପଦବୀ ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଶନିବାର ୭୫,୦୦୦ ନବନିଯୁକ୍ତ ଙ୍କୁ ନିଯୁକ୍ତି ଦେବେ କେନ୍ଦ୍ର ସରକାର। ଗ୍ରୁପ୍-ଏ, ଗ୍ରୁପ୍-ବି(ଗେଜେଟେଡ୍), ଗ୍ରୁପ୍-ବି (ନନ୍ ଗେଜେଟେଡ୍) ଓ ଗ୍ରୁପ୍-ସି ରେ ନିଯୁକ୍ତି ଦିଆଯିବ।ଏହାରି ଭିତରେ କେନ୍ଦ୍ରୀୟ ସୁରକ୍ଷା ବଳ,ଆୟକର ଇନ୍ସପେକ୍ଟର୍,ଷ୍ଟେନୋ,ପିଏ ଭଳି ପଦବୀ ରହିଛି।

ନିଯୁକ୍ତି ପରୀକ୍ଷା ଗୁଡ଼ିକ କେନ୍ଦ୍ର ସରକାରଙ୍କ ନିଜସ୍ଵ କିମ୍ବା ଏଜେନ୍ସି ଜରିଆ ରେ ପରୀକ୍ଷା ହୋଇଥିଲା। ୟୁପିଏସସି, ଏସଏସସି , ରେଲୱେ ରିକ୍ରୁଇଟମେଣ୍ଟ୍ ବୋର୍ଡ଼ ଆଦି ଜରିଆ ରେ ପରୀକ୍ଷା କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଜୁନ୍ ରେ କେନ୍ଦ୍ରୀୟ ବିଭାଗ ରେ ଖାଲି ରହିଥିବା ପଦବୀ ଗୁଡ଼ିକର ସମୀକ୍ଷା କରିଥିଲେ।ଦେଢ଼ ବର୍ଷ ମଧ୍ୟ ରେ ୧୦ ଲକ୍ଷ ବେରୋଜଗାରଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି।

odia sambada
Comments (0)
Add Comment