ଘନ ଘନ ଜେରାରେ ଝାଳ ନାଳ ହୋଇଗଲେ ଜଗବନ୍ଧୁ, ପୋଲିସ ଆଗରେ ରଖିଲେ ଏମିତି ସବୁ ତଥ୍ୟ

ପୋଲିସ ଉଠାଇ ନେବା ପରେ ଏବେ ଜଗବନ୍ଧୁଙ୍କୁ ଥାନାରେ ବସାଇ ଘନ ଘନ ଜେରା ଚାଲିଛି । ଏବେ ଜଗବନ୍ଧୁ ପ୍ରଶ୍ନ ବାଣରେ ଝାଳନାଳ ହୋଇଯାଇଥିବେ । ଜଗବନ୍ଧଙ୍କୁ ଏବେ ଥାନାରେ ଏମିତି କିଛି ପ୍ରଶ୍ନ ସାମ୍ନା କରିବାକୁ ପଡୁଥିବ । ପୋଲିସ୍- ତୁମ ନାଁ କଣ ? ଜଗବନ୍ଧୁ – ସାର, ମୋ ନାଁ ଜଗବନ୍ଧୁ ଚାନ୍ଦ । ତୁମ ସହ ଅର୍ଚ୍ଚନାଙ୍କ ସମ୍ପର୍କ କଣ ? ସାର୍, ଅର୍ଚ୍ଚନା ହେଉଛନ୍ତି ମୋ ସ୍ତ୍ରୀ ।

ହନିଟ୍ରାପ ପାଇଁ ତୁମେ ଅର୍ଚ୍ଚନାଙ୍କୁ ବାଧ୍ୟ କରିଥିଲ କି ? ନାହିଁ, ଏହା କେବଳ ଆମ ଦୁଇଜଣଙ୍କର ପ୍ଲାନ୍ ଥିଲା । କେବେଠାରୁ ଏସବୁ କାମ ଆରମ୍ଭ କରିଥିଲ ? ସାର୍, 2016 ମସିହାରୁ ଆମେ ଏମିତି ବ୍ଲାକମେଲ କରିବା ଆରମ୍ଭ କରିଥିଲୁ । କଣ ପାଇଁ ତୁମ ସ୍ତ୍ରୀ ଅର୍ଚ୍ଚନାଙ୍କୁ ଦେହ ବ୍ୟବସାୟ କରିବାରେ ଲଗାଇଥିଲ ? କାରଣ ଆମର ଏହି ରାଜ କାହାକୁ ନ ଜଣାଇବା ପାଇଁ । ଅଶ୍ଳୀଳ ଭିଡିଓ ସବୁ କେମିତି ରେକର୍ଡ କରୁଥିଲ ? ପ୍ରଥମେ ଆମ ଟାର୍ଗେଟକୁ ଦେହର ମଜା ଦେଉଥିଲୁ ଏବଂ ସୁଯୋଗ ପାଇ କ୍ୟାମେରା ଫିଟ୍ କରି ଦେଉଥିଲୁ ।

ତୁମ ଟାର୍ଗେଟରେ ନେତା ମନ୍ତ୍ରୀ କଣ୍ ପାଇଁ ଥିଲେ ? କାରଣ ସେମାନଙ୍କ ପାଖରେ ପ୍ରବଳ ଟଙ୍କା ଓ ପାୱାର ଥିଲା, ସେଥିପାଇଁ ଆମେ ନେତା ମନ୍ତ୍ରୀମାନଙ୍କୁ ଟାର୍ଗେଟରେ ରଖୁଥିଲୁ । ପାୱାର ପାଇ ତୁମେ କଣ କରିଥାନ୍ତ ? ଆମର ଟାର୍ଗେଟ ଥିଲା ଓଡ଼ିଶା ଉପରେ ରାଜ କରିଥାନ୍ତୁ, ନିର୍ବାଚନ ଲଢ଼ିଥାନ୍ତୁ । ଦେହର ଲୋଭ ଦେଖାଇ ଜଣଙ୍କ ଠାରୁ କେତେ ଟଙ୍କା ଡିମାଣ୍ଡ କରୁଥିଲ ? ସାର୍, ମିନିମମ ଲକ୍ଷେ ଟଙ୍କା ଉପରେ ।

ଆଉ କେଉଁ କେଉଁ ଲୋକଙ୍କୁ ଟାର୍ଗେଟ କରିଥିଲ ? ସାର୍, ଆମ ଲିଷ୍ଟରେ ଆହୁରି ଅନେକ ବଡ ବଡ ଲୋକ ଥିଲେ । ଏଥିରେ ତୁମେ ଖାଲି ଦୁଇଜଣ ଥିଲ ନା ଆହୁରି ଯୁବତୀମାନେ ଲିପ୍ତ ଥିଲେ ? ସାର୍, ଆମ ସହ କଲେଜ ପଢୁଥିବା ଝିଅ ମଧ୍ୟ ଲିପ୍ତ ଥିଲେ । ବୋଧହୁଏ ଜଗବନ୍ଧୁ ଏମିତି କିଛି ଜେରାର ସମ୍ମୁଖୀନ ହୋଇଥିବେ ।

odia sambada
Comments (0)
Add Comment