ଏଥର ବାତ୍ୟା ନେବକି ମହାବାତ୍ୟାର ରୂପ ? ୨୫୦ କିମି ବେଗରେ ବହିବ କି ପବନ ?

ଏଥର ବାତ୍ୟା ନେବକି ମହାବାତ୍ୟାର ରୂପ ?୨୫୦ କିମି ବେଗରେ ବୋହିବ କି ପବନ ? ସମୁଦ୍ରରେ ଉଠିପାରେ ୨୦ ଫୁଟର ଜୁଆର ? ଉପକୂଳରେ ଆସିବ ବଡ ଜୁଆର ! ବାତ୍ୟା ଯେତିକି ପାଖେଇ ଆସୁଛି ଉପକୂଳବର୍ତ୍ତୀ ଲୋକଙ୍କ ମନରେ ସେତିକି ଛାନିଆ ଲାଗୁଛି|କାରଣ ପାଣିପାଗ ବିଜ୍ଞାନୀ ଯେଉଁ ପୂର୍ବାନୁମାନ କଲେଣି ତାକୁ‌ ନେଇ ଆଶଙ୍କା ସୃଷ୍ଟି ହେଲାଣି,କାରଣ ବିଶେଷଜ୍ଞ କହୁଛନ୍ତି ଏହି ବାତ୍ୟା ମହାବାତ୍ୟା ରୂପ ନେଇପାରେ|ଏପରିକି ୨୨୦-୨୫୦ କିମି ବେଗରେ ପବନ ବୋହିପାରେ ଓ ସମୁଦ୍ରରେ ଉଠିପାରେ ୨୦ ଫୁଟ ଉଚ୍ଚତାର ଜୁଆର|ଯଦି ଏପରି ହୁଏ ତେବେ ବ୍ୟାପକ କ୍ଷୟକ୍ଷତି ହେବ|ତେବେ ଆଣ୍ଡାମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ବଙ୍ଗୋପସାଗରରେ ହେଲେ ଏହା ର ନାମ ରହିବ ସିତ୍ରାଙ୍ଗ|ଏଥର ଥାଇଲାଣ୍ଡ ଏହି ବାତ୍ୟାର ନାମକରଣ କରିଛନ୍ତି|ଆସନ୍ତା ୨୪ ତାରିଖରେ ଏହା ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରୁଛି ଆଇଏମଡି|

ଚଳିତବର୍ଷ ମୈସୁମୀ ଅପସାରଣ ପରେ ଏହା ହେବ ପ୍ରଥମ ବାତ୍ୟା|୨୦୧୮ ପରେ ଅକ୍ଟୋବର ରେ ପ୍ରଥମଥର ବଙ୍ଗୋପସାଗରରେ ହେବାକୁ ଯାଉଛି ଏହି ବାତ୍ୟା ଓ ଚଳିତବର୍ଷ ଏହା ଦ୍ୱିତୀୟ ସାମୁଦ୍ରିକ ଝଡ|ପୂର୍ବରୁ ମେ ମାସରେ ବାତ୍ୟା ଆସାନୀ ବହୁ କ୍ଷତି ଘଟାଇଥିଲା|ତେବେ ବହୁ ପୂର୍ବରୁ କାନାଡ଼ାରେ ଜଣେ ଗବେଷକ କହିଥିଲେ ଅକ୍ଟୋବର ୧୭ ରେ ଏକ ଡିପ୍ରସେନ ସୃଷ୍ଟି ହେବାର ସମ୍ଭାବନା ଥିଲା|ଯାହା କ୍ରମଶଃ ଘନୀଭୂତ ହୋଇ ଅକ୍ଟୋବର ୨୦ ସୁଦ୍ଧା ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ|ଯଦି ଏହା ବାତ୍ୟାର ପରିଣତ ହୁଏ ଏହାର ନାମ ସିତ୍ରାଙ୍ଗ ରହିବ ବୋଲି ସେ କହିଛନ୍ତି|

ଦ ବିଜନେସ ଷ୍ଟାଣ୍ଡାର୍ଡରେ ପ୍ରକାଶିତ ରିପୋର୍ଟ ରେ ପ୍ରକାଶିତ ରିପୋର୍ଟରେ ବାତ୍ୟାକୁ ନେଇ ପୂର୍ବାନୁମାନ କରାଯାଇଛି|

odia sambada
Comments (0)
Add Comment