ଏହି ଘରେ ଚାଲିଥିଲା ସୁନ୍ଦରୀ ଅର୍ଚ୍ଚନାଙ୍କ ରଙ୍ଗଶାଳା, ସାମ୍ନାକୁ ଆସିଲା ଏହି ଫୁଟେଜ

ସୁନ୍ଦରୀ ଅର୍ଚ୍ଚନାଙ୍କର ଘର ଭିତରର ଭିଡିଓ ଏବେ ସାମ୍ନାକୁ ଆସିଛି । ଏଠି କୁଆଡେ ଅର୍ଚ୍ଚନାର କଳା କାରନାମା ଚାଲିଥିଲା । କିଏ ଯାଉଥିଲା କିଏ ଆସୁଥିଲା, କିଏ ନେଉଥିଲା କିଏ କେତେ ଦେଉଥିଲା, ସବୁକିଛି ଅର୍ଚ୍ଚନାଙ୍କୁ ଜଣା ଥିଲା । ଭଲକରି ଦେଖି ନିଅନ୍ତୁ ଏହି ଦୃଶ୍ୟକୁ, ଇଏ ହେଉଛି ସେହି ଘର ଯାହାକୁ ଆପଣମାନେ ଫଟୋ ମାଧ୍ୟମରେ ଦେଖି ଆସୁଥିଲେ । ଇଏ ହେଉଛି ସେହି ଘର, ଯେଉଁଠି ଅର୍ଚ୍ଚନା ତାର କଳା ସାମ୍ରାଜ୍ୟ ବଢ଼ାଇଥିଲା ।

ଆଜ୍ଞା ହଁ, ରାଜପ୍ରସାଦ ଭଳି ଘର ଏବଂ ଆଖି ଝଲସିଲା ଭଳି ଇଣ୍ଟରୀୟର୍, ଦାମୀ ଦାମୀ ଫର୍ଣିଚର ସାଙ୍ଗକୁ ଭଳିକି ଭଳି ବିଦେଶୀବ୍ରାଣ୍ଡର କାର ଓ ବାଇକ୍ ରହିଛି । ଖାଲି ଘର ନୁହେଁ ବରଂ ଏହା ଥିଲା ରାଜପ୍ରସାଦ, ଏହାସହ ବିଶାଳ ଫାର୍ମହାଉସ ମଧ୍ୟ ଥିଲା । ଗୋଟିଏ କାର ଶୋ ରୁମ୍ ଆଉ ଦୁଇଟି କମ୍ପାନୀର ମାଲିକାଣୀ । ସୁନ୍ଦରୀ ଅର୍ଚ୍ଚନା ଦଶରୁ ଅଧିକ କୁକୁର ଏବଂ 6 ଲକ୍ଷ ଟଙ୍କାର ଘୋଡ଼ା ମଧ୍ୟ ପାଳିଛନ୍ତି । ସମସ୍ତଙ୍କୁ ଚମକାଇ ଦେବା ଭଳି ହାବଭାବ ରହିଛି ।

କିନ୍ତୁ ଏଠାରେ ସବୁଠାରୁ ବଡ କଥା ଯେ ଆଇନଗତ ଏମାନଙ୍କର ଆୟ ହେଉଛି ଶୁନ । ଏସବୁ ସମ୍ପତ୍ତି ଲଭ୍, ସେକ୍ସ୍ ଆଉ ବ୍ଲାକମେଲିଙ୍ଗ କରି କମାଇଛନ୍ତି । ବ୍ଲାକମେଲିଙ୍ଗ କରି ରାଣୀ ସୁନ୍ଦରୀ ଅର୍ଚ୍ଚନାଙ୍କ ନାଗଫାଶରେ ରାଜନେତା, ବ୍ୟବସାୟୀ, ଚଳଚ୍ଚିତ୍ର ପ୍ରଯୋଜକ ଓ ବରିଷ୍ଠ ଅଧିକାରୀ ପଡିଛନ୍ତି । ଯେଉଁମାନେ କି ଏଇ ଘରକୁ ଆସୁଥିଲେ, ଡିନର କରୁଥିଲେ ଆଉ କେତେ କଣ କରୁଥିଲେ । ରାତି ପାହି ସକାଳ ହେଲେ ପୁଳା ପୁଳା ଟଙ୍କା ମଧ୍ୟ ଗଣୁଥିଲେ । ଏଇ ଟଙ୍କାରେ ହିଁ ଏଭଳି ଏକ କଳା ସାମ୍ରାଜ୍ୟ ଠିଆ ହୋଇଛି ବୋଲି କୁହାଯାଉଛି ।

ବିରାଟ ଅଟ୍ଟାଳିକା, ହାଇ ରିଜୁଲେଶନ ସିସି କ୍ୟାମେରା, ସେନ୍ସର୍ ଖଞ୍ଜା କବାଟ, ଚଟାଣ ଠାରୁବେଡ଼ରୁମ ଚାଦର ଯାଏଁ ସବୁଠି ବିଦେଶୀ ପ୍ଲାଣ୍ଟ । ରାଜକୀୟ ପଲଙ୍କ, ସୋଫା ଫର୍ଣିଚର୍ ବିଦେଶୀ ଛାପ ବି ଥିଲା ଏବଂ ଏଠାରେ ପ୍ରତିଦିନ ରାତି ମଧ୍ୟ ରଙ୍ଗୀନ୍ ହେଉଥିଲା । ଦାମୀ ଦାମୀ ଲୋକଙ୍କୁ ଧରି ଏଠାରେ କୁଆଡେ ରାତି ରଙ୍ଗୀନ୍ ହେଉଥିଲା । ସତରେ ଫଟୋ ଦେଖି ବିଶ୍ୱାସ ହେଉନଥିବା ଅର୍ଚ୍ଚନାର ଘର ଆଜି ଭିଡିଓ ଦେଖିବା ପରେ ସତ ସତ ଲାଗୁଛି ।

odia sambada
Comments (0)
Add Comment