ଟିମ ଇଣ୍ଡିଆର ସେମିଫାଇନାଲରେ ପ୍ରବେଶ କରିବାର ସମ୍ଭାବନା ମାତ୍ରା ୩୦ ପ୍ରତିଶତ ରହିଛି

ବନ୍ଧୁଗଣ କପିଲ ଦେବ ଙ୍କ କଥା କହିବା ଆଗରୁ ଆଉଗୁଟେ କଥା – ପ୍ରଥମ ଥର ବିଶ୍ଵ କପ୍ ଜିତାଇଥିବା ମୋହନ ବ୍ୟକ୍ତି ହେଉଛନ୍ତି କପିଲ ଦେବ। ବିଶ୍ୱକପ ବିଜେତା, ଅଧିନାୟକ ତଥା ତାଙ୍କ ଯୁଗର ସର୍ବୋତ୍ତମ ଅଲରାଉଣ୍ଡର କପିଲ ଦେବ ଟି-20 ବିଶ୍ୱକପ ୨୦୨୨ ରେ ଭାରତୀୟ ଦଳ ର ପ୍ରଦର୍ଶନକୁ ନେଇ ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି ଇଣ୍ଡିଆ ଜିତିବାର ସମ୍ଭାବନା ୩୦%।କପିଲ ଦେବ ବିଶ୍ୱାସ କରନ୍ତି ଯେ, ଟି-20 ବିଶ୍ୱକପରେ ଦଳର ସଫଳତା ଦଳରେ ଉପସ୍ଥିତ ଥିବା ଅଲରାଉଣ୍ଡରଙ୍କ ସଂଖ୍ୟା ଉପରେ ନିର୍ଭର କରେ । କପିଲ ଦେବ ଏହା ମଧ୍ୟ କହିଛନ୍ତି ଯେ, ଅଷ୍ଟ୍ରେଲିଆରେ ଚାଲିଥିବା ଟି-20 ବିଶ୍ୱକପରେ ଟିମ୍ ଇଣ୍ଡିଆର ସେମିଫାଇନାଲରେ ପହଞ୍ଚିବାର ସମ୍ଭାବନା କେତେ ପ୍ରତିଶତ ରହିଛି?

ଅଷ୍ଟ୍ରେଲିଆରେ ଟି-20 ବିଶ୍ୱକପ ୨୦୨୨ ଆରମ୍ଭ ହୋଇସାରିଛି । ଏହି ବିଶ୍ୱକପ ଅକ୍ଟୋବର ୧୬ରୁ ଚାଲିଛି । ବର୍ତ୍ତମାନ ଯୋଗ୍ୟତା ପର୍ଯ୍ୟାୟର ମ୍ୟାଚ ଜାରି ରହିଛି । ଏହି ସମୟରେ ଟି-20 ବିଶ୍ୱକପ ୨୦୨୨କୁ ନେଇ ଅନେକ ଭବିଷ୍ୟବାଣୀ କରାଯାଉଛି । ଏହି ପରିପ୍ରେକ୍ଷୀରେ କପିଲ ଦେବ ମଧ୍ୟ କିଛି ଭବିଷ୍ୟ ବାଣୀ କରିଛନ୍ତି ,ସେ କହିଛନ୍ତି ଇଣ୍ଡିଆ ଜିତିବାର ସମ୍ଭାବନା ୩୦%- ୪୦% ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର୍ ଧରୁଛି।ଲକ୍ଷ୍ନୌରେ ଏକ ଇଭେଣ୍ଟରେ କପିଲ ଦେବ କହିଛନ୍ତି ଯେ, “ଆପଣ ଦଳରେ ଜଣେ ଅଲରାଉଣ୍ଡର ଚାହୁଁଛନ୍ତି, ଯିଏ ନା କେବଳ ବିଶ୍ୱକପରେ, ବରଂ ଅନ୍ୟ ମ୍ୟାଚ କିମ୍ବା ଇଭେଣ୍ଟରେ ମଧ୍ୟ ମ୍ୟାଚ ଜିତାଇ ପାରିବେ ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଜଣେ କ୍ରିକେଟର ଭାରତ ପାଇଁ ଅତ୍ୟନ୍ତ ଉପଯୋଗୀ ରହିଛନ୍ତି ।ଅଲରାଉଣ୍ଡରମାନେ ଯେକୌଣସି ଦଳର ପ୍ରମୁଖ ଖେଳାଳି ହୋଇଥାଏ ଓ ସେମାନେ ଦଳର ବଳ ମଧ୍ୟ ହୁଅନ୍ତି ।” ସେ ଆଗକୁ କହିଛନ୍ତି ଯେ, “ହାର୍ଦ୍ଦିକଙ୍କ ପରି ଜଣେ ଅଲରାଉଣ୍ଡର ଅଧିନାୟକ ରୋହିତ ଶର୍ମାଙ୍କ ମ୍ୟାଚରେ ଷଷ୍ଠ ବୋଲର ଭାବେ ବ୍ୟବହାର କରିବାର ସ୍ୱାଧୀନତା ଦେଇଛନ୍ତି । ସେ ଜଣେ ଭଲ ବ୍ୟାଟ୍ସମ୍ୟାନ୍, ବୋଲର ଏବଂ ଫିଲ୍ଡର ମଧ୍ୟ । ରବିନ୍ଦ୍ର ଜାଡେଜା ମଧ୍ୟ ଭାରତ ପାଇଁ ଜଣେ ଭଲ ଅଲରାଉଣ୍ଡର ।

ଟିମ୍ ଇଣ୍ଡିଆର ଟି-20 ବିଶ୍ୱକପ ଜିତିବାର ବିଷୟରେ କପିଲ ଦେବ କହିଛନ୍ତି – ଆଜି ଯିଏ ମାଚ୍ ଜିତିଛି କାଳି ସିଏ ଖେଳ ହରି ପରିରେ । ବିଶ୍ୱକପ ଜିତିବାରେ ଭାରତର ସମ୍ଭାବନା ବିଷୟରେ କହିବା ଅତ୍ୟନ୍ତ କଷ୍ଟକର । କଥା ହେଉଛି ଯେ କ’ଣ ସେମାନେ ଶୀର୍ଷ ୪ରେ ସ୍ଥାନ ହାସଲ କରିପାରିବେ କି ,ଏହି ସବୁ କଥା କୁ ନେଇ ଆମ୍ଭେମାନେ ବହୁତ୍ ଚିନ୍ତିତ।ଖେଳରେ ଜିତିବା ହାରିବା ରହିଛି ଓ ଆଗକୁ ବି ଲଗିରହିବ ସେଥିରେ ଚିନ୍ତାର ବିଷୟ କିଛି ନାହି କିନ୍ତୁ ଦଳରେ ଅଲରାଉଣ୍ଡର ମାନଙ୍କ ଭୂମିକା ବହୁତ୍ ଗୁରୁତ୍ଵ ବହନ କରେ।

odia sambada
Comments (0)
Add Comment