ଭାରତ ଏସିଆ କପ ପାଇଁ ପାକିସ୍ତାନ ନ ଯିବା ନିଷ୍ପତ୍ତିକୁ ନେଇ ବିବାଦ, ବିସିସିଆଇର ଆଭିମୂଖ୍ୟକୁ ପାକ କ୍ରିକେଟ ବୋର୍ଡର କଡ଼ା ବିରୋଧ

ଏସିଆ କପ୍ ଖେଳିବାପାଇଁ ପାକିସ୍ତାନ ନ ଆସିଲେ ଆମେ ବିଶ୍ୱକପ୍ ଖେଳିବାକୁ ଭାରତ ବି ଯିବୁନି । ପାକିସ୍ତାନ କ୍ରିକେଟ ବୋର୍ଡର ଜଣେ ଅଧିକାରୀଙ୍କ ଏଭଳି ଧମକ ପରେ ଏବେ ମେଗା ଇଭେଣ୍ଟରେ ମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ କ୍ରିକେଟ ମଇଦାନ ରୋମାଞ୍ଚକର ଲଢେଇ ଉପରେ ଆଶଙ୍କାର ଅଙ୍କୁଶ ଲାଗିଛି । ଭାରତ ଏସିଆ କପ୍ ଖେଳିବାକୁ ପାକିସ୍ତାନ ଯିବ ନାହିଁ ବୋଲି ବିସିସିଆଇର ସମ୍ପାଦକ କହିବାପରେ ଏବେ ବିବାଦ ଉତ୍କଟ ରୂପ ଧାରଣ କରିଛି ।

ଭାରତର ଏଭଳି ଆଭିମୂଖ୍ୟକୁ ପାକିସ୍ତାନ କଡ଼ା ବିରୋଧ କରିଛି । ଏପରିକି 2023 ରେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପରୁ ପାକିସ୍ତାନ ଓହରି ଯିବାର ଧମକ ଦେଇଛି । ପାକିସ୍ତାନ 2023 ଏସିଆ କପର ଆୟୋଜକ ଦାୟିତ୍ଵ ପାଇଛି । ଭାରତ ଏସିଆ କପ୍ ଖେଳିବାକୁ ଟିମ୍ ଇଂଡିଆ ଯିବ ବୋଲି ଆଶା କରାଯାଉଥିଲା । ହେଲେ ସାହା ମଙ୍ଗଳବାର ଦିନ କହିଥିଲେ ଯେ ଏସିଆ କପ୍ ଖେଳିବାକୁ ଭାରତ କେବେ ବି ପାକିସ୍ତାନ ଯିବ ନାହିଁ ଏବଂ ଏହି ମେଗା ଟୁର୍ଣ୍ଣାମେଣ୍ଟ ନିରପେକ୍ଷ ମେନ୍ୟୁରେ କରାଯିବ ବୋଲି ମଧ୍ୟ ସହପ୍ରକାଶ କରିଥିଲେ ।

ଏହାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି । ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସାହାଙ୍କ ବୟାନ ପରେ ପାକିସ୍ତାନ କ୍ରିକେଟ ବୋର୍ଡ ଭାରତରେ ଆୟୋଜିତ 2023 ବିଶ୍ୱକପକୁ ବୈକଠ କରିବା ଉପରେ ବିଚାର ବିମର୍ଶ ଆରମ୍ଭ କରିଛି । ଯଦି ଭାରତ ଏସିଆ କପ୍ ଖେଳିବାକୁ ପାକିସ୍ତାନ ନ ଯିବ, ତାହେଲେ ପାକିସ୍ତାନ ମଧ୍ୟ ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ନାହିଁ ବୋଲି ପ୍ରାରମ୍ଭିକ ପର୍ଯ୍ୟାୟରେ ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ପିସିବିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପିସିବି ଏବେ କଠିନ ନିଷ୍ପତ୍ତି ନେବାକୁ ପ୍ରସ୍ତୁତ ହେଉଛି । କାରଣ ଆଇସିଶି ଓ ଏସିଶି ଇଭେଣ୍ଟଗୁଡ଼ିକର ବ୍ୟବସାୟିକ ଦୃଷ୍ଟିକୋଣ ରହିଛି । ପାକିସ୍ତାନ ଯଦି ଭାରତ ସହ ଖେଳିବନି, ତାହେଲେ ଆଇସିଶି ଓ ଏସିଶିକୁ ମଲ୍ଟିନେଶନ ଇଭେଣ୍ଟରେ ମଧ୍ୟ ବ୍ୟାପକ କ୍ଷତି ସହିବାକୁ ପଡ଼ିିବ । ଆଇସିଶି ଯଦି କ୍ଷତି ସହିବ, ତାହେଲେ ଭାରତ ଉପରେ ଚାପ ବଢ଼ିବ । ତେଣୁ ପାକିସ୍ତାନ ସବୁ କଥାକୁ ବିଚାର ବିମର୍ଷ କରି ପଦକ୍ଷେପ ଗ୍ରହଣ କରିବ ।

odia sambada
Comments (0)
Add Comment