ପାଖରେ ନପାଇ ଫଟୋକୁ ଗେଲ କରି ପକାଉଛି ଦୀପିକାର ପୁଅ

ଛୁଆଟି ନିଜ ମାକୁ ପାଖରେ ନପାଇ ଆମା ଆମା କହି ମାର ଫଟୋକୁ ଗେଲ କରି ପକାଉଛି । ମାର ଫଟୋକୁ ଚାରିଆଡ଼େ ଆଉଁସି ପକାଇ ଦୀପିକାଙ୍କ ପୁଅ ଗେଲ କରି ପକାଉଛି । ଆଉ ଫଟୋକୁ ଧରି ଖାଲି ଆମା ଆମା ହଉଛି । ଦୀପିକାଙ୍କ ଏଇ ଛୋଟ ପୁଅଟି ଭାବୁଛି, ଏମିତି ଆମା ଆମା ଡାକିଲେ ତା ମା ହୁଏତ ଫଟୋ ଭିତରୁ ବାହାରି ଆସିବ ଆଉ ତାକୁ କୋଳେଇ ନେବ । ଆଉ ଏହାକୁ ଭାବି ଭାବି ଦିପିକାଙ୍କ ପୁଅ ଫଟୋକୁ ଗେଲ କରି ପକାଉଛି ।

ଖାଲି ସେତିକି ନୁହେଁ, କାଳେ ମା ଫଟୋରୁ ବାହାରି ଆସିବ, ସେଥିପାଇଁ ମାର ଫଟୋକୁ ହାତ ମାରି ଡାକୁଛି । ବହୁତ୍ ଚେଷ୍ଟା କରୁଛି ତା ମାକୁ ଡାକିବାକୁ, କାଳେ ତା ମା ଡାକ ଶୁଣିବ ଆଉ ଫଟୋରୁ ବାହାରି ଆସିବ । ସେଇ ଆଶାରେ ଛୁଆଟି ଦୀପିକାଙ୍କ ଫଟୋ ସହ ଏପରି କରୁଛି । ହେଲେ ସେଇ ଛୋଟ ଛୁଆଟି ଜାଣିପାରୁନି ଯେ ତା ମା ଫଟୋ ଭିତରୁ ଆସିବନି । ତା ମା ପାଖକୁ ଏବେ ଆସିବନି ଆଉ ତା ମା ତାକୁ ବାପାର ପରିଚୟ ଦେବାକୁ, ନିଜର ଅଧିକାର ପାଇବାକୁ ବାପାର ଦୁଆର ବାହାରେ ବସିଛି । ଦିନେଶର ଦୁଆର ବାହାରେ ବସିଛି ।

90 ଦିନ ହୋଇଗଲାଣି ତା ମା ଖରା ବର୍ଷାରେ ରହି ତା ବାପାଙ୍କୁ ଅପେକ୍ଷା କରିଛି । ତା ମା ଲୋକଙ୍କ ଠାରୁ ନିନ୍ଦା ଅପବାଦ ଶୁଣିଛି, ତଥାପି ତା ମା ହାର ନ ମାନି ଖରା ବର୍ଷାରେ ସେମିତି ବାହାରେ ବସିଛି । ଦିନରେ ଲୋକଙ୍କ କଥା ଆଉ ରାତିରେ ଜୀବଜନ୍ତୁଙ୍କ ଭୟ, ତଥାପି ସେ ସେସବୁ ଖାତିର ନକରି ଅପେକ୍ଷା କରି ରହିଛି । ହେଲେ ଏପଟେ ଛୁଆଟିର ନିଜ ମା କଥା ବହୁତ୍ ମନେ ପଡୁଛି । କେମିତି ବା ମନେ ପଡିବନି, 19 ମାସର ଛୁଆଟି, ସେଥିପାଇଁ ତ ମାର ଫଟୋକୁ ଏମିତି ଗେଲ କରି ପକାଉଛି ।

ଦୀପିକାଙ୍କ ଧାରଣା ପ୍ରାୟ 90 ଦିନ ହୋଇଗଲାଣି, ନିଜ ପୁଅକୁ ବାପାର ଅଧିକାର ଦେବାକୁ ଦୀପିକାଙ୍କ ସଂଘର୍ଷ ଅହରହ ଚାଲିଛି । ଏହା ଗୋଟିଏ ମାର ଆଉ ପ୍ରେମିକାର ସଂଘର୍ଷ ଅଟେ । ଦୀପିକା ଦିନେଶ ଙ୍କ ପ୍ରେମ କାହାଣୀ ବର୍ତ୍ତମାନ ସାରା ଓଡ଼ିଶା ଜାଣିଲାଣି । ମହିଳା କମିଶନରରେ ତାରିଖପରେ ତାରିଖ ପଡ଼ିବାରେ ଲାଗିଛି, ହେଲେ ଦୀନେଶଙ୍କର ଦେଖା ନାହିଁ । ଏଠି ମା ଠାରୁ ଛୁଆ ଅଲଗା ରହିଛି ଆଉ ଫଟୋକୁ ଦେଖି ଛୁଆଟି ମା ମା ଡାକୁଛି । ହେଲେ ଦିନେଶକୁ ଏପର୍ଯ୍ୟନ୍ତ କିଛି ବି ଫରକ୍ ପଡୁନି ।

odia sambada
Comments (0)
Add Comment