ତୁମେ ତ ମତେ ଛାଡ଼ି ଚାଲିଗଲ…ହେଲେ ତୁମେ ମତେ ଏତେ ନିନ୍ଦା ଅପବାଦ କାହିଁକି ଦେଇଗଲ

” ହାତରୁ ଶଙ୍ଖା ଭାଙ୍ଗିଦେଲି, ମଥାରୁ ସିନ୍ଦୂର ପୋଛିଦେଲି ଆଉ ଆଜି ମୁଁ ବିଧବା ହୋଇଗଲି । ତୁ ମତେ ଛାଡ଼ି ଚାଲିଗଲୁ ଆଉ ମୁଁ ତୋ ଶବ ପାଖରେ ବସି ଲୁହ ଗଡାଉଛି । ମୋର ସେଦିନ କଥା ମନେ ପଡିଯାଉଛି, ଯେଉଁଦିନ ତୁ ମତେ ବେଦିରେ ବସି ବାହା ହେଇଥିଲୁ, ମଥାରେ ସିନ୍ଦୁର ପିନ୍ଧାଇଥିଲୁ, ଅଗ୍ନୀକୁ ସାକ୍ଷୀ ରଖି ସ୍ତ୍ରୀ ବୋଲି ଗ୍ରହଣ କରିଥିଲୁ । ଆଜି ତୁ ମୋ ସାମ୍ନାରେ ତ ଅଛୁ, ହେଲେ ସବୁଦିନ ପାଇଁ ଆଖି ବନ୍ଦ କରିଦେଇଛୁ । କେମିତି ଏସବୁ ମୁଁ ସହିବି, ତତେ ଭଲପାଇ ବାହା ହେଇଥିଲି, ଘରଦ୍ୱାର ସବୁ ଛାଡି ତୋ ପାଖକୁ ଚାଲି ଆସିଥିଲି । ତୁ କହ, ମୁଁ ତୋ ଜୀବନ କେମିତି ନେଇପାରିବି ।”

” ସମସ୍ତେ ମତେ ଏଠି ଦୋଷ ଦେଉଛନ୍ତି ଆଉ କହୁଛନ୍ତି ମୁଁ ତୋ ଜୀବନ ନେଇଯାଇଛି । ହେଲେ ମୁଁ କଣ ତତେ ମାରି ପାରିବି । ଆଜି ମୁଁ ତୋ ଶବ ପାଖରେ ବସି କାନ୍ଦୁଛି, ଆଜି ମୁଁ ବେସାହାରା ହେଇଯାଇଛି । ତୁ ଅଧା ରାସ୍ତାରେ ମୋ ହାତ ଛାଡି ଚାଲିଗଲୁ । ଆମ ପିଲା ଦୁଇଟା ବି ତୋ ବିନା ଅନାଥ ହୋଇଗଲେ, ତୁ ମତେ ଛାଡ଼ି କେମିତି ଯାଇପାରିଲୁ । ମୁଁ ଏ ଦୁନିଆରେ ଏକୁଟିଆ ତୋ ବିନା କଣ କରିବି ଆଉ କେମିତି ବଞ୍ଚିବି । ଏବେ ମୋ ଛୁଆଙ୍କୁ ଧରି ମୁଁ କେମିତି ରହିବି । ଏକାଠି ବଞ୍ଚିବା ବୋଲି ତୁ ମତେ କଥା ଦେଇଥିଲୁ, କିନ୍ତୁ ଆଜି କେମିତି ମତେ ଛାଡ଼ି ଚାଲିଗଲୁ ।”

ଆଜ୍ଞା ହଁ, ସ୍ୱାମୀର ମୃତଦେହ ପାଖରେ ବସି ବାହୁନି ବାହୁନି ସ୍ତ୍ରୀ କାନ୍ଦୁଛି । ସ୍ତ୍ରୀର ପରକ୍ରୀୟା ପ୍ରୀତିକୁ ସନ୍ଦେହ କରି ସ୍ବାମୀ ଜୀବନ ହାରିଦେଇଛି । ଏହି ପ୍ରେମୀ ଯୁଗଳ ସାତଜନ୍ମ ପାଇଁ ପରସ୍ପରର ସାଥୀ ହୋଇ ରହିବାର ଶପଥ ନେଇଥିଲେ । ଦାମ୍ପତ୍ୟ ଜୀବନ ହସଖୁସିରେ ଦୀର୍ଘ ଛଅ ବର୍ଷ ଧରି ଚାଲିଥିଲା । କିନ୍ତୁ ଏହି ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହେଲା । ସ୍ବାମୀ ପ୍ରତି ସ୍ତ୍ରୀର ଆଚାର ବ୍ୟବହାରରେ ଆସ୍ତେ ଆସ୍ତେ ପରିବର୍ତ୍ତନ ଦେଖାଦେଲା । ସ୍ବାମୀ ସ୍ତ୍ରୀର ମନାନ୍ତର ଶେଷରେ ସଂସାର ଉଜାଡି ଦେଲା । ସ୍ତ୍ରୀ ପ୍ରତି ସ୍ୱାମୀର ସନ୍ଦେହ ବଢ଼ିବାକୁ ଲାଗିଲା ।

ସ୍ୱାମୀର ଅନୁପସ୍ଥିତିରେ ସ୍ତ୍ରୀ କୁଆଡେ ଫୋନରେ ପରପୁରୁଷ ସହ କଥାବାର୍ତ୍ତାରେ ବ୍ୟସ୍ତ ରୁହେ । ଏହାକୁ ନେଇ ସ୍ବାମୀ ବାରମ୍ବାର ବିରୋଧ କରିବାପରେ ଝଗଡା ହୁଏ । ଆଉ ଏହାପରେ ସ୍ବାମୀ ଜୀବନ ହାରିଥିବା ସ୍ତ୍ରୀ କହୁଥିବା ବେଳେ କିନ୍ତୁ ଗାଁ ଲୋକେ କହୁଛନ୍ତି ଯେ ନିଜ ପ୍ରେମିକ ସରପଞ୍ଚ ସହାୟତାରେ ନିଜ ସ୍ବାମୀକୁ ସ୍ତ୍ରୀ ମାରିଦେଇଛି । କିନ୍ତୁ ଏହି ଅଭିଯୋଗକୁ ସ୍ତ୍ରୀ ଖଣ୍ଡନ କରିଛନ୍ତି । ଆଉ ସ୍ୱାମୀର ଶବ ପାଖରେ ସକେଇ ସକେଇ କାନ୍ଦୁଛନ୍ତି ।

odia sambada
Comments (0)
Add Comment