ଝାରପଡା ଜେଲରେ ସୁନ୍ଦରୀ ଅର୍ଚ୍ଚନାଙ୍କୁ ଜେରା କଲା ପୋଲିସ

ଲେଡୀ ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ନେଇ ବଡ ଖବର ଆସିଛି । ତାଙ୍କ ଜାମିନ ଖାରଜ ହେବାପରେ ତାଙ୍କୁ ଜେଲରେ ପୋଲିସ ଜେରା କରିଛି । ଆଜ୍ଞା ହଁ, ଏହାରି ମଧ୍ୟରେ କମିଶନର ପୋଲିସର ଏକ ସ୍ଵତନ୍ତ୍ର ଟିମ୍ ଝାରପଡ଼ା ଜେଲ ଯାଇ ଅର୍ଚ୍ଚନାଙ୍କୁ ପଚରାଉଚରା କରିଥିବା ସୂଚନା ମିଳିଛି । ନୟାପଲ୍ଲୀ, ଖଣ୍ଡଗିରି ଛଡ଼ା କ୍ୟାପିଟାଲ ଥାନା ସମେତ ଅନ୍ୟ ଥାନାରେ ହୋଇଥିବା କେସଗୁଡ଼ିକ ସମ୍ପର୍କରେ ମଧ୍ୟ ପୋଲିସ ସୁନ୍ଦରୀ ଅର୍ଚ୍ଚନାଙ୍କୁ ଜେରା କରିଥିବା ସୂଚନା ମିଳିଛି ।

ଏହାସହିତ ସେ କେମିତି ନିଜ ସାମ୍ରାଜ୍ୟ ଆରମ୍ଭ କରିଥିଲା ଏବଂ ସୁନ୍ଦରୀ ଅର୍ଚ୍ଚନା ପଛରେ କେଉଁମାନେ ଅଛନ୍ତି, ଏତେ ଅଳ୍ପଦିନରେ ସେ କେମିତି କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ ହେଲା, ତାକୁ ନେଇ ପୋଲିସ ପଚରାଉଚରା କରୁଛି । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଅର୍ଚ୍ଚନା ପୋଲିସର ସବୁ ପ୍ରଶ୍ନର ଉତ୍ତର ଗୋଟି ଗୋଟି କରି ଦେଉଛି ।

ତେବେ ଏହାରି ଭିତରେ ସବୁଆଡେ ଚର୍ଚ୍ଚା ହେଉଛି ଯେ ପ୍ରମାଣ ଥିବା ନେତା, ଅଧିକାରୀ, ବ୍ୟବସାୟୀ, ବିଲଡର, ପ୍ରତିଷ୍ଠିତ ପ୍ରଯୋଜକମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲେ ପୋଲିସ ଉପରେ ଯେଉଁ ସନ୍ଦେହ ଉପୁଜିଛି, ତାହା ସମସ୍ତଙ୍କ ମନରୁ ଦୂର ହୋଇଯିବ ।

ଗତ ଦୁଇ ଦଶନ୍ଧି ମଧ୍ୟରେ ଏହା ଏତେ ସମ୍ବେଦନଶୀଳ ମାମଲା ଯେ ଏପରି କେବେ ସାମ୍ନାକୁ ଆସିନଥିଲା । ଏହା ପୁଣି ରାଜ୍ୟ ରାଜଧାନୀ ଭୁବନେଶ୍ଵରରେ ଘଟିଛି, ତେଣୁ ପୋଲିସ ପାଇଁ ଏହା ଚ୍ୟାଲେଞ୍ଜର ବିଷୟ ଅଟେ । ଆଉ ସବୁଠାରୁ ବଡ଼ କଥା ହେଉଛି ଯେ ଏହି ମାମଲାରେ ଇଡି ଓ ଆୟକର ବିଭାଗ ତଦନ୍ତ କରିନଥିବା ମଧ୍ୟ ବିସ୍ମିତ କଲା ପରି ଘଟଣା ଅଟେ, ଯାହା ସମସ୍ତଙ୍କର ସନ୍ଦେହ ବଢାଇ ଦେଉଛି ।

odia sambada
Comments (0)
Add Comment