ଆଇସିସି ମେଗା ଇଭେଣ୍ଟରେ ଟିମ୍ ଇଣ୍ଡିଆ ଧରାଶାୟୀ, ଆଠବର୍ଷ ହେଲା ଟାଇଟଲ ଜିତିପାରୁନି ଭାରତ

ଆଠବର୍ଷ ହେଲାଣି ଭାରତ ଚାମ୍ପିଅନ୍ସ ଟ୍ରଫି ଆଣିବାକୁ ଅସମର୍ଥ ହେଉଛି । ତେବେ 2013 ମସିହାରେ ଧୋନି ଶେଷଥର ପାଇଁ ଚାମ୍ପିଅନ୍ସ ଟ୍ରଫି ଜିତାଇଥିଲେ । ପାଞ୍ଚ ରନରେ ହରାଇ ଧୋନିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଶେଷଥର ପାଇଁ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା । ଏହାରି ଭିତରେ ଗତ ଆଠବର୍ଷରେ ଭାରତ ସବୁ ଫର୍ମାଟରେ ସାତଟି ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିଛି । ଆଉ ଏଥିରୁ ତିନିଥର ଫାଇନାଲକୁ ବି ଯାଇଛି । ମାତ୍ର ସବୁଥର ହାରିଯାଇଛି ।

2021 ଟି-20 ବିଶ୍ଵକପରେ ଶେଷଥର ପାଇଁ ଭାରତ ଆଇସିସି ଟ୍ରଫି ଜିତିବା ସୁଯୋଗ ହାତଛଡ଼ା କରିଥିଲା । କୋହଲି ଏଣ୍ଡ କୋ 2021 ରେ ନିଜର ଶେଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ ନାମିଵିଆ ବିପକ୍ଷରେ ଖେଳିବା ପୁର୍ବରୁ ହିଁ ବିଶ୍ୱକପରୁ ବିଦା ହୋଇସାରିଥିଲା । ତେବେ ଆସନ୍ତୁ ନଜର ପକେଇବା ବିଗତ କିଛି ବର୍ଷର ମେଗା ଆଇସିସି ଇଭେଣ୍ଟରେ ଭାରତର ଅଭିଯାନ କିପରି ଥିଲା ।

2014 T-20 ବିଶ୍ୱକପ୍ ଫାଇନାଲରେ ଶ୍ରୀଲଙ୍କାଠାରୁ ଭାରତ ହାରିଥିଲା । 2007 ଟି-20 ବିଶ୍ୱକପ୍ ବିଜୟର ସାତ ବର୍ଷ ପରେ ମହେନ୍ଦ୍ର ସିଂହ ଧୋନିଙ୍କ ଦେଶପାଇଁ ଆଉ ଏକ ବିଶ୍ୱକପ୍ ଜିତିବା ରାସ୍ତାରେ ଶ୍ରୀଲଙ୍କାର ଲସିଦ୍ ମାଲିଙ୍କା ଓ ନୁଆନକୁଲ୍ ଶେଖର କଣ୍ଟା ସାଜିଥିଲା । ଉଭୟେ ଶକ୍ତିଶାଳୀ ଭାରତୀୟ ବ୍ୟାଟିଂ କ୍ରମକୁ ଧରାଶାୟୀ କରିଦେବାରୁ ଫାଇନାଲରେ ମାତ୍ର 130 ରନରେ ଭାରତ ସୀମିତ ରହିଥିଲା । ଜବାବରେ ଶ୍ରୀଲଙ୍କା 6 ୱିକେଟରେ ମ୍ୟାଚକୁ ଜିତି ଟି-20 ବିଶ୍ଵ ଚମ୍ପିୟନ ହୋଇଥିଲା ।

2015 ବିଶ୍ୱକପ୍ ସେମି ଫାଇନାଲରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଠାରୁ ହାରିଥିଲା । କ୍ୟାପଟେନ ଭାବେ ଧୋନୀଙ୍କର ଏହା ଶେଷ ବିଶ୍ୱକପ ଥିଲା । ଟିପ ସ୍ମିଥଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ପ୍ରଥମେ 300 ରନ୍ କରିଥିଲା, ଆଉ ଜବାବରେ ଧୋନିଙ୍କ ଲଢ଼ୁଆ 65 ରନ୍ ସତ୍ତ୍ବେ 95 ରନରେ ମ୍ୟାଚ୍ ହାରି ଭାରତ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିଲା ।

2016 T-20 ବିଶ୍ୱକପ୍ ସେମି ଫାଇନାଲରେ ଟିମ୍ ଇଣ୍ଡିଆ ୱେଷ୍ଟ ଇଣ୍ଡିଜ ଠାରୁ ହାରି ଯାଇଥିଲା । ଭାରତ ଇଣ୍ଡିଜକୁ 193 ରନର ଟାର୍ଗେଟ ଦେଇଥିଲା । ମାତ୍ର ଡାରେନ୍ ସାମିଙ୍କ ନେତୃତ୍ବଧୀନ ଦଳ ଏହି ଲକ୍ଷ୍ୟକୁ ଶତ ୱିକେଟରେ ହାସଲ କରି ନେଇଥିଲା କାଜ୍ ବ୍ରାକେଟଙ୍କ ଧମାକାଦାର୍ ବିସ୍ଫୋରଣ ବଳରେ ।

2017 ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତ ପାକିସ୍ତାନ ଠାରୁ ହାରିଥିଲା । କ୍ୟାପଟେନ କୋହଲିଙ୍କର ଏହା ଥିଲା ପ୍ରଥମ ବଡ ଆଇସିସି ଟୁର୍ଣ୍ଣାମେଣ୍ଟ । ଟୁର୍ଣ୍ଣାମେଣ୍ଟରେ ପ୍ରଭାବୀ ପ୍ରଦର୍ଶନ ସହିତ ଟିମ୍ ଇଣ୍ଡିଆ ଫାଇନାଲ ମଧ୍ୟ ଯାଇଥିଲା । ତେବେ ବୁମ୍ରାଙ୍କ ନୋ ବଲରୁ ଜୀବନ ଦାନ ପାଇ ହକର ଜମନ୍ ଶତକ ମାରିବାରୁ ପାକିସ୍ତାନ ଭାରତକୁ 339 ରନ ଟାର୍ଗେଟ ଦେଇଥିଲା । ଆଉ ଜବାବରେ ଟିମ୍ ଇଣ୍ଡିଆ ମାତ୍ର 158 ରନରେ ଅଲଆଉଟ୍ ହୋଇଥିଲା ।

ଆଇସିସି ବିଶ୍ୱକପ୍ 2019ରେ ଭାରତ ନ୍ୟୁଜଲ୍ୟାଣ୍ଡଠାରୁ ହାରିଥିଲା । ପୁରା ଟୁର୍ଣ୍ଣାମେଣ୍ଟରେ ଅପରାଜୟ ହେଉଥିବା ଟିମ୍ ଇଣ୍ଡିଆ ଆଗରେ କେୱି ଦଳ 240 ରନର ବିଜୟ ଲକ୍ଷ୍ୟ ରଖିଥିଲା । ତେବେ ରୋହିତ, ରାହୁଲ୍ ଓ ବିରାଟ ମାତ୍ର ଗୋଟିଏ ରନ ଲେଖାଏଁ କରି ପ୍ୟାଭିଲିୟନ୍ ଫେରିବା ପରେ ଧୋନି ଲଢ଼ୁଆ ଅର୍ଦ୍ଧଶତକୀୟ ଇନିଂସ୍ କରିଥିଲେ । ମାତ୍ର ତାଙ୍କ ରନ୍ ଆଉଟ୍ ଓ ଜାଡେଜା 77 ରନରେ ଆଉଟ୍ ହେବାପରେ 221 ରନରେ ଭାରତ ସମସ୍ତ ୱିକେଟ ହାରି 18 ରନରେ ମ୍ୟାଚ୍ ହାରି ଯାଇଥିଲା ।

2021T-20 ବିଶ୍ୱକପରେ ସୁପର ଟୁଏଲଭ ରାଉଣ୍ଡର ଶେଷ ପୂର୍ବରୁ ଭାରତ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଥିଲା । ଭାରତ ପ୍ରଥମ ମ୍ୟାଚରେ ହିଁ ପାକିସ୍ତାନ ଠାରୁ ହାରିଥିଲା । ପର ମ୍ୟାଚରେ ନ୍ୟୁଜଲ୍ୟାଣ୍ଡ ଠାରୁ ମଧ୍ୟ ହାରିଥିଲା ।ଆଉ ପରେ ୱିଲିୟମସନ୍ ଟିମ୍ ଆଫଗାନ ଦଳକୁ ହରାଇ ସେମିକୁ ଯିବାରୁ ଭାରତ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଥିଲା ।

odia sambada
Comments (0)
Add Comment