ବଢିଲା ବାତ୍ୟା ଆଶଙ୍କା, ରାଜ୍ୟରେ ୨୪ ରୁ ୨୬ ଯାଏଁ ପ୍ରବଳ ବର୍ଷା।

ସାଧାରଣତଃ ଓଡ଼ିଶା ରେ ଅକ୍ଟୋବର ମାସ ରେ ବାତ୍ୟା ଦେଖା ଦେଇଥାଏ । ଗତ କିଛି ବର୍ଷ ଧରି ବାତ୍ୟା ହୋଇ ନ ଥିବା ବେଳେ ଏହି ବର୍ଷ ଓଡ଼ିଶା ରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ । ଏହି ଲଘୁଚାପ ଆସନ୍ତା ୨୨ ତାରିଖ ରେ ବାତ୍ୟା ର ରୂପ ନେବାର ସମ୍ଭାବନା ରହିଛି ବୋଲି ଏକ ସଂସ୍ଥା ତରଫ ରୁ ସୂଚନା ମିଳିଛି। ଆମେରିକାନ ମଡେଲ ଜିଏଫକ୍ସ ର ଏହି ଆକଳନ ।ଆକଳନ ଅନୁଯାୟୀ ଆସନ୍ତା ୧୭ ତାରିଖ ରେ ବଙ୍ଗୋପ ସାଗର ରେ ସୃଷ୍ଟି ହେବ ଏହି ଘୂର୍ଣ୍ଣିବଳୟ । ପରେ ଏହା ଅଧିକ ଘନୀଭୂତ ହୋଇ ୨୨ କିମ୍ବା ୨୩ ତାରିଖ ବେଳକୁ ଏହା ବାତ୍ୟା ର ରୂପ ନେବ ।

ଯଦିଓ ଅନ୍ୟ କୌଣସି ମଡେଲ ବାତ୍ୟା କୁ ନେଇ କୌଣସି ଆକଳନ କରି ନାହାନ୍ତି । ବାତ୍ୟା କୁ ନେଇ ପାଗ ଅନୁକୂଳ ରହିଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି।ବାତ୍ୟା ହେବ କି ନାହି । ଯଦି ହେବ କୁଆଡେ ମୁହାଇଁବ ଓ କେଉଁଠି ମାଡ଼ ହେବ ଓ କେତେ ଜୋର୍ ରେ ପବନ ବୋହିବ । ଏସବୁ କିଛି ସ୍ପଷ୍ଟ ହୋଇନି ତଥାପି ବଢୁଛି ଓଡ଼ିଶା ବାସୀ ଙ୍କ ମନ ରେ ଛନକା । କାରଣ ଦକ୍ଷିଣ ଆଣ୍ଡମାନ ସାଗର ରେ ସୃଷ୍ଟି ହୋଇଛି ଘୂର୍ଣି ବଳୟ । କାଳକ୍ରମେ ଏହା ଲଘୁଚାପ ରେ ପରିଣତ ହେବା ର ସମ୍ଭାବନା ରହିଛି। ଆସନ୍ତା ୨୦ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହବାର ଅନୁମାନ କରୁଛି ପାଣିପାଗ ବିଭାଗ ।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଏହି ଲଘୁଚାପ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର କୁ ଗତି କରିବ । ଲୋ ପ୍ରେସର୍ ସୃଷ୍ଟି ର ୪୮ ଘଣ୍ଟା ପରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ମାତ୍ରା ଏହା ଦ୍ଵାରା ବାତ୍ୟା ହେବ କି ନାହିଁ ଅଦ୍ୟାବଧି ଅସ୍ପଷ୍ଟ ରହିଛି । ୨୦ ତାରିଖ ଲଘୁଚାପ ପରେ ବାତ୍ୟା କଥା ସ୍ପଷ୍ଟ ହୋଇ ଯିବ । ବରିଷ୍ଠ ପାଣିପାଗ ବିଜ୍ଞାନୀ ଶରତ ସାହୁ ମଧ୍ୟ ବାତ୍ୟା ଆଶଙ୍କା କୁ ଏଡାଇ ପାରି ନାହାଁନ୍ତି । ୨୨ ତାରିଖ ରେ ବାତ୍ୟା ର ରୂପରେଖ ସ୍ପଷ୍ଟ ହେବ । ଯଦି ବାତ୍ୟା ଆସେ ବାତ୍ୟା ର ଗତିପଥ ଆନ୍ଧ୍ର- ଓଡ଼ିଶା , ଓଡ଼ିଶା- ପଶ୍ଚିମବଙ୍ଗ ଉପକୂଳ ରହିପାରେ ।

୨୪ ରୁ ବର୍ଷା ର କୋପ ଆରମ୍ଭ ହୋଇଯିବ ଓ ୨୪ ରୁ ୨୬ ତିନି ଦିନ ଧରି ସାରା ରାଜ୍ୟ ରେ ବର୍ଶିବ ବୋଲି ପୂର୍ବ ଅନୁମାନ କରା ଯାଇଛି । ଅକ୍ଟୋବର ରେ ବାତ୍ୟା ଆସୁଥିବା ଶୁଣି ଛାନିଆ ହୋଇ ଯାଇଛନ୍ତି ସମୁଦ୍ର କଡ ରେ ଚାଷ କରିଥିବା ଚାଷୀ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଉଦୟକନିକା ଗ୍ରାମ । ସମୁଦ୍ର ଠାରୁ ମାତ୍ର ୫୦ ମି ଦୂର ରେ ହୋଇଛି ଧାନ ଚାଷ । ଛନ ଛନିଆ ଧାନ ଗଛ ରେ କେଣ୍ଡା ଧରି ଫୁଲ ଉଡୁଛି । ହେଲେ ଯଦି ବାତ୍ୟା ମାଡ଼ ଖାଏ ଉଜୁଡିଯିବ ବର୍ଷକ ର ଦାନା । ବାତ୍ୟା କଥା ଶୁଣି ବାଲେଶ୍ଵର ଜିଲ୍ଲା ର ତାଳସେରି ଅଞ୍ଚଳ ର ମତ୍ସ୍ୟଜୀବୀ ମାନେ ଡଙ୍ଗା କୁ ରଖି ଦେଲେଣି ।

odia sambada
Comments (0)
Add Comment