କିଏ ଅନୁଭବ ଙ୍କୁ ମାଗିଥିଲା ଟଙ୍କା, କେଉଁ କାରଣ ପାଇଁ ଥାନାକୁ ଗଲେ ଅନୁଭବ ମହାନ୍ତି !

ଅନୁଭବ ମହାନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତ ର ଜଣେ ଆଗ ଧାଡ଼ି ର ମଣିଷ । ବହୁତ୍ ଛୋଟ ବେଳୁ ଅଭିନୟ ଆରମ୍ଭ କରିଥିଲେ । ପ୍ରଥମେ ଆଲବମ୍ ରୁ ନିଜ କ୍ୟାରିଅର ଆରମ୍ଭ କରି ବର୍ତ୍ତମାନ ପାଲଟି ଯାଇଛନ୍ତି ସୁପର ଷ୍ଟାର୍ । ଅନେକ ଚଳଚ୍ଚିତ୍ର ଭେଟି ଦେଇଛନ୍ତି । ଚଳଚ୍ଚିତ୍ର ଦୁନିଆ ରୁ ବାହାରି ରାଜନୀତି ରେ ପାଦ ଦେଇଥିଲେ । ଜଣେ ସୁପ୍ରତିଷ୍ଠୀତ ସାଂସଦ ଭାବରେ ପରିଚିତ । ଅଭିନୟ ରୁ ପ୍ରେମ କରି ବର୍ଷା ଙ୍କ ସହିତ ପ୍ରେମ ବିବାହ କରିଥିଲେ । ମାତ୍ର ପାରିବାରିକ କଳହ କୁ ନେଇ ଦୁହେଁ ଅଲଗା ହୋଇ ଯାଇଥିଲେ ।ସାଂସଦ ଅନୁଭବ ମହାନ୍ତି ଙ୍କୁ ନେଇ ବଡ଼ ଖବର ।

ସାଂସଦ ଅନୁଭବ ମହାନ୍ତି ଓ ଧର୍ମ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ବିବାଦ ଆସନ୍ତା କାଲି ୧୭ ତାରିଖ ରେ ଶୁଣାଣି ହେବାକୁ ଅଛି । ଏହାରି ଭିତରେ ଆଜି ହଠାତ୍ ଥାନା ର ଦ୍ବାରସ୍ଥ ହୋଇଥିଲେ ସାଂସଦ ଅନୁଭବ ମହାନ୍ତି । ଅଭିଯୋଗ ହେଉଛି ତାଙ୍କ ନାମ ନେଇ ଡନେସନ୍ ମଗା ଯାଉଛି । ତେବେ କିଏ ଆଉ କେମିତି ଡନେସନ୍ ମାଗୁଛି । ସୋସିଆଲ ମିଡିଆ ପ୍ଲାଟ୍ ଫର୍ମ ଇନଷ୍ଟା ଗ୍ରାମ ରେ ଫେକ୍ ଆକାଉଣ୍ଟ୍ ଖୋଲା ଯାଇଛି ସାଂସଦ ଅନୁଭବ ମହାନ୍ତି ଙ୍କ ନାମ ରେ ଯାହାକୁ ନେଇ ଥାନା ରେ ଆଜି ଦ୍ବାରସ୍ଥ ହୋଇଛନ୍ତି ଅନୁଭବ ।

ଆଜି ଅନୁଭବ କଟକ ସାଇବର ଥାନା ଓ ଅର୍ଥ ନୈତିକ ଥାନା ରେ ଏତେଲା ଦେଇଛନ୍ତି । ଆଉ ସବୁଠାରୁ ବଡ଼ କଥା ହେଉଛି ଅନୁଭବ ଙ୍କ ନାମ ରେ ଖୋଲା ଯାଇଥିବା ଏହି ଫେକ୍ ଆକାଉଣ୍ଟ୍ କୁ ୧ ଲକ୍ଷ ୯୪ ହଜାର ଲୋକ ଫଲୋ କରୁଛନ୍ତି । ଏହାରି ଭିତରେ ଏହି ପେଜ ମାଧ୍ୟମ ରେ ଲୋକ ମାନଙ୍କୁ ଡନେସନ୍ ମଗା ଯାଉଥିବା ନଜର ଆସିଛି । ଏହାକୁ ଅନୁଭବ ନିଜେ ତାଙ୍କ ଏତେଲା ରେ ଉଲ୍ଲେଖ କରିଛନ୍ତି । ଅନୁଭବ ଙ୍କ କହିବା କଥା କେହି ଜଣେ ତାଙ୍କ ନାମ ରେ ଇନଷ୍ଟ ଗ୍ରାମ ରେ ଫେକ ଆକାଉଣ୍ଟ୍ ଖୋଲିଛି ।

ସେହି ଆକାଉଣ୍ଟ୍ ମାଧ୍ୟମ ରେ ବିଭିନ୍ନ ବ୍ୟକ୍ତି ଙ୍କ ଠାରୁ ଆର୍ଥିକ ସହାୟତା ମାଗିଛନ୍ତି। ସେହି ବ୍ୟକ୍ତି ଜଣଙ୍କ ଅନୁଭବ ମହାନ୍ତି ଙ୍କୁ ବ୍ଲକ କରିଛନ୍ତି । ତେଣୁ ପୋଷ୍ଟ ର ମେସେଜ କୁ ନିଜେ ପଢି ପାରୁ ନାହାଁନ୍ତି । ଏହି ପରି ଫେସବୁକ୍ ରେ ମଧ୍ୟ କରା ଯାଇଛି । ତେଣୁ ଏହାର ତଦନ୍ତ କରି ସଂପୃକ୍ତ ବ୍ୟକ୍ତି ଙ୍କ ବିରୋଧ ରେ କାର୍ଯ୍ୟ ଅନୁଷ୍ଠାନ କରିବାକୁ ଦାବି କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ଏହା ସହିତ ସବୁ ଦିନ ପାଇଁ ଏହି ଆକାଉଣ୍ଟ୍ କୁ ବନ୍ଦ କରିବାକୁ ନିବେଦନ ମଧ୍ୟ କରିଛନ୍ତି ।

odia sambada
Comments (0)
Add Comment